Categories
ଆଜିର ଖବର ରାଜ୍ୟ ଖବର

ଛଟ ପୂଜା ପାଇଁ ଓଡିଶା ଏବଂ ବିହାର ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ ପୂଜା ପାଇଁ ଓଡିଶା ଓ ବିହାର ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଅଛି। ଏହି ଟ୍ରେନ ପୁରୀ ଏବଂ ଜୟନଗର ମଧ୍ୟରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି।

ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ 08419 ପୁରୀ-ଜୟନଗର ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ଗୁରୁବାର (16 ନଭେମ୍ବର 2023) ଦିନ ପୁରୀ ଠାରୁ ରାତ୍ରି 11ଘ.30ମି. ରେ ଛାଡି ଜୟନଗର ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ଜୟନଗର ଠାରୁ 08420 ଜୟନଗର-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ। ଏହା ଜୟନଗର ଠାରୁ ଶୁକ୍ରବାର (17 ନଭେମ୍ବର 2023) ରାତ୍ରି 11ଘ.30ମି. ରେ ଛାଡି ପୁରୀ ଯାତ୍ରା କରିବ।

ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ପୁରୀ ଓ ଜୟନଗର ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ବାଲେଶ୍ୱର, ହିଜଲୀ, ମେଦିନପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରl, ଆସାନସୋଲ, ମଧୁପୁର, ଜଶିଡ଼ିହ, ଝାଝା, କିଉଲ, ବରାଉନି, ସମସ୍ତିପୂର, ଲେହେରିଆ ସରାଇ, ଦରଭଙ୍ଗା, ସକରି ଏବଂ ମଧୁବାଣି ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି।

ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ 08449 ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ସୋମବାର ଏବଂ ବୁଧବାର (13 ଏବଂ 15 ନଭେମ୍ବର 2023) ଦିନ ପୁରୀ ଠାରୁ ରାତ୍ରି 11ଘ.30ମି. ରେ ଛାଡି ପାଟଣା ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ 08450 ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ। ଏହା ପାଟନା ଠାରୁ ମଙ୍ଗଳବାର ଏବଂ ଗୁରୁବାର (14 ଏବଂ 16 ନଭେମ୍ବର 2023) ସନ୍ଧ୍ୟା 06 ଘଟିକାରେ ଛାଡି ପୁରୀ ଯାତ୍ରା କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର: ଜନସାଧାରଣଙ୍କ ଟ୍ରେନ ଯାତ୍ରାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ/ରୁ ଯାତାୟାତ ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଥିବାବେଳେ ପୂର୍ବରୁ ଚଳାଚଳ କରୁଥିବା କେତେକ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ବୃଦ୍ଧି କରାଯାଇଅଛି।

ପୁରୀ-ଉଧନା (ସୁରଟ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ:

08465 ପୁରୀ-ଉଧନା (ସୁରଟ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ 12 ଜୁଲାଇରୁ 2 ଅଗଷ୍ଟ 2023 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ପୁରୀରୁ ଅପରାହ୍ନ 2ଘ.55ମି.ରେ ଛାଡୁଥିବାବେଳେ ଫେରିବା ମାର୍ଗରେ 08466 ଉଧନା-ପୁରୀ ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ ଜୁଲାଇ 13 ରୁ 3 ଅଗଷ୍ଟ 2023 ମଧ୍ୟରେ ପ୍ରତ୍ୟେକ ଗୁରୁବାର ରାତ୍ରି 11 ଘଟିକାରେ ଉଧନାରୁ ଛାଡିବ। ଏହି ଟ୍ରେନ ପୁରୀ ଓ ଉଧନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଅତି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡା ରୋଡ଼, ଇବ, ବିଳାସପୁର, ରାଇପୁର, ନାଗପୁର, ୱାର୍ଧା ଓ ଭୁସାବଲ୍ ଇତ୍ୟାଦି ଷ୍ଟେସନ ମାନଙ୍କରେ ରହଣି କରିବା। ଏହି ଟ୍ରେନ ରେ ୧୭ ଟି ଅଣ ସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଓ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ କୋଚ ଉପଲବ୍ଧ ଅଛି।

ବିଶାଖାପାଟନମ୍-ରଙ୍ଗପଡା ଉତ୍ତର (ଆସାମ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ:

08562 ବିଶାଖାପାଟନମ୍-ରଙ୍ଗପଡା ଉତ୍ତର ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 30 ଅଗଷ୍ଟ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ (ଶନିବାର ଦିନ ରାତ୍ରି 12ଘ.10ମି ) ବିଶାଖାପାଟନମ୍ ଠାରୁ ଛାଡି ସୋମବାର ଦିନ ପୂର୍ବାହ୍ନ 10 ଘଟିକାରେ ରଙ୍ଗପଡା ଉତ୍ତରରେ ପହଞ୍ଚିବ। ପ୍ରଫେରିବା ମାର୍ଗରେ 08561 ରଙ୍ଗପଡା ଉତ୍ତର-ବିଶାଖାପାଟନମ୍ ସ୍ପେଶାଲ୍ ରଙ୍ଗପଡା ଉତ୍ତର ଠାରୁ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ଭୋର 05ଘ.15ମି. ରେ ଛାଡି ବୁଧବାର ଦିନ ଅପରାହ୍ନ 03ଘ.35ମି.ରେ ବିଶାଖାପାଟନମ୍ ଠାରେ ପହଞ୍ଚିବ। ଏହି ଟ୍ରେନରେ ଉଭୟ ଦିଗରୁ ବିଶାଖାପାଟନମ୍ ଏବଂ ରଙ୍ଗପଡା ଉତ୍ତର ଷ୍ଟେସନ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବାକୁ ଥିବାବେଳେ ଏଥିରେ ସାତୋଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

କେତେକ ବିଶେଷ ଟ୍ରେନ ଚଳାଚଳର ସେବା ବୃଦ୍ଧି:

A: ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ:

ପ୍ରତି ଶୁକ୍ରବାର ଦିନ ସାନ୍ତ୍ରାଗଛି ଛାଡୁଥିବା ଏବଂ ପ୍ରତ୍ୟେକ ଶନିବାର ଦିନ ପୁରୀ ଛାଡୁଥିବା 02837/02838 ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ସେବାକୁ 26 ଅଗଷ୍ଟ 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

B. ଭଞ୍ଜପୁର (ବାରିପଦା) -ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ:

ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ଛାଡୁଥିବା ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀ ଛାଡୁଥିବା 08011/08012 ଭଞ୍ଜପୁର (ବାରିପଦା) -ପୁରୀ- ଭଞ୍ଜପୁର ସ୍ପେଶାଲ ସେବାକୁ 1 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

C. ବିଶାଖାପାଟନମ୍-ବନାରସ-ବିଶାଖାପାଟନମ୍ ବିଶେଷ ଟ୍ରେନ:

08588 ବିଶାଖାପାଟନମ୍-ବନାରସ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମରୁ 30 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08587 ବନାରସ-ବିଶାଖାପାଟନମ ସ୍ପେଶାଲ ବନାରସ ଠାରୁ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ।

D. ପୂର୍ବରୁ ଘୋଷଣା କରାଯାଇଥିବା ଅନ୍ୟାନ୍ୟ ସ୍ୱତନ୍ତ୍ର ଟ୍ରେନ୍:

ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ମଧ୍ୟରେ ସେବା ଜାରି ରଖିଥିବା ପୂର୍ବରୁ ଘୋଷିତ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ହେଉଛି ପୁରୀ-ପାଟନା-ପୁରୀ ସ୍ପେଶାଲ୍, ପାଟନା-ପୁରୀ-ପାଟନା ସ୍ପେଶାଲ୍ ଏକ୍ସପ୍ରେସ୍, ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲ୍, ବିଶାଖାପାଟନମ୍-ସିକନ୍ଦରାବାଦ ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍-ତିରୁପତି ସ୍ୱତନ୍ତ୍ର ଏକ୍ସପ୍ରେସ, ବିଶାଖାପାଟନମ୍ – ମେହବୁବ ନଗର ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ ସ୍ପେଶାଲ ଏକ୍ସପ୍ରେସ ଏବଂ ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ:

ଟ୍ରେନର ପରୀକ୍ଷାମୂଳକ ରହଣି:

ବିଭିନ୍ନ ଷ୍ଟେସନରେ ନିମ୍ନରେ ଉଲ୍ଲେଖ କରାଯାଇଥିବା ଟ୍ରେନ୍ ଗୁଡିକର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଗୁଡିକ ହେଉଛି …

15 ଜୁଲାଇ, 2023 ଠାରୁ 18423/18424 ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନ କୁ ଲିଙ୍ଗରାଜ ଟେମ୍ପଲ ରୋଡ ଷ୍ଟେସନ ଠାରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି।

ଭୁବନେଶ୍ୱରରୁ 28 ଜୁନ୍ 2023 ଠାରୁ ଛାଡିବାକୁ ଥିବା 17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ କୁ ସତ୍ତେନାପଲ୍ଲୀ,ପିଡୁଗୁରୁଲା ଏବଂ ନାଡିକୁଡେ ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି।

ଭୁବନେଶ୍ୱରରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ କୁ ମିରିୟାଲାଗୁଡା ଏବଂ ନାଲଗୋଣ୍ଡା ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି।

ପୁରୀ ଠାରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 17479 ପୁରୀ-ତିରୁପତି ଏକ୍ସପ୍ରେସ କୁ ଚିନ୍ନା ଗଞ୍ଜାମ ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି।

ବିଶାଖାପାଟନମ୍ ଠାରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 12861 ବିଶାଖାପାଟନମ୍-ମେହବୁବନଗର ଏକ୍ସପ୍ରେସ କୁ ମଧୀରା ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି।

Categories
ଆଜିର ଖବର ଜାତୀୟ ଖବର

କୁମ୍ଭ ମେଳା ପାଇଁ ଚଳାଚଳ କରିବ ୮୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍, ପହଞ୍ଚିବେ ୧୫ କୋଟି ଯାତ୍ରୀ!

ନୂଆଦିଲ୍ଲୀ: ବର୍ତ୍ତମାନଠାରୁ କୁମ୍ଭ ମେଳା ସମ୍ବନ୍ଧରେ ରେଳବାଇର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଯାତ୍ରୀ ଆଣିବା ଏବଂ ନେବା ପାଇଁ ରେଳବାଇ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଦେଶର କୋଣ ଅନୁକୋଣରୁ କୁମ୍ଭ ମେଳାକୁ ଯାତ୍ରୀଙ୍କୁ ନେବା ପାଇଁ ୮୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି।

ଶନିବାର ଦିନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ନିୟନ୍ତ୍ରଣ କାର୍ଯ୍ୟାଳୟ ଯାଞ୍ଚ କରିଛନ୍ତି। ସେ କୁମ୍ଭ ମେଳାର ବ୍ୟବସ୍ଥା ସମ୍ପର୍କରେ ରେଳ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ରେଳମନ୍ତ୍ରୀ କହିଛନ୍ତି ଯେ, ଜାନୁଆରୀ ୨୦୨୫ ର ୬ ଟି ମୁଖ୍ୟ ସ୍ନାନ ଦିନ ପାଇଁ ୮୦୦ ରୁ ଅଧିକ ମେଳା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

୧୫ କୋଟିରୁ ଅଧିକ ତୀର୍ଥଯାତ୍ରୀ କୁଭା-୨୦୨୫ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି। ବିଭିନ୍ନ କାର୍ଯ୍ୟ ପାଇଁ ROB / RUB ଏବଂ NR, NCR ଏବଂ NER ଦ୍ୱାରା ଯାତ୍ରୀ ସୁବିଧା ପାଇଁ ୮୩୭ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଏଥିସହ ତୀର୍ଥଯାତ୍ରୀଙ୍କ ଯାତାୟାତ ସମସ୍ୟାର ମୁକାବିଲା ପାଇଁ ଏନସିଆର, ଏନଆର ଏବଂ ଏନଆର ମୋଟ ନଅ ଷ୍ଟେସନ ଯୋଜନା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ଏବଂ ତିରୁପତି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍: ଏହି ଯାତ୍ରୀମାନେ ପାଇବେ ସୁବିଧା

ଭୁବନେଶ୍ଵର: ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଦୂର କରିବା ପାଇଁ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ତିରୁପତି ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ଏବଂ ବିଜୟନଗରମ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବ।

02809/02810 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ସୁପର ଫାଷ୍ଟ ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ 1 ରୁ 29 ଅକ୍ଟୋବର 2022 ମଧ୍ୟରେ ପ୍ରତ୍ୟେକ ଶନିବାର ଅପରାହ୍ନ 1 ଘ.30 ମି.ରେ ଛାଡି ତିରୁପତି ଯାତ୍ରା କରିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା ତିରୁପତି ଠାରୁ 2 ରୁ 30 ଅକ୍ଟୋବର 2022 ମଧ୍ୟରେ ପ୍ରତ୍ୟକ ରବିବାର ରାତ୍ରି 8 ଘଟିକାରେ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ଏହି ଟ୍ରେନ ଭୁବନେଶ୍ୱର ଓ ତିରୁପତି ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ, ବିଜୟନଗରମ, ଦୁଭାଡା, ଆନ୍ନାଭରମ, ସମାଲକୋଟ, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ଓଙ୍ଗଲ, ନେଲୋର, ଗୁଡୁର ଏବଂ ରେଣିଗୁଣ୍ଟା ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ 16 ଟି ଏସି-3 ଟାୟାର କୋଚ ଏବଂ ଦୁଇଟି ଗାର୍ଡ-ଲଗେଜ୍ ତଥା ଜେନେରେଟର କାର୍ କୋଚ୍ ଉପଲବ୍ଧ ଅଛି।

Categories
ଆଜିର ଖବର ରାଜ୍ୟ ଖବର

ଅତିରିକ୍ତ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥରୁ ବୃଦ୍ଧି ହେଲା ସ୍ୱତନ୍ତ୍ର ଟ୍ରେନ୍ ସେବା

ଭୁବନେଶ୍ବର: ରେଳ ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଚଳାଚଳ ଓ ଏହା ମଧ୍ୟରୁ ଛାଡୁଥିବା ନିମ୍ନଲିଖିତ ଅନୁଯାୟୀ କିଛି ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି …

ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି:

ଭୁବନେଶ୍ୱର ଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ସନ୍ଧ୍ୟା 8 ଘ. 25 ମି.ରେ ଛାଡୁଥିବା 02832 ଭୁବନେଶ୍ୱର-ଧାନବାଦ୍ ସ୍ପେଶାଲ ଏକ୍ସପ୍ରେସ 30 ଡିସେମ୍ବର 2022 ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ଫେରିବା ମାର୍ଗରେ ଧାନବାଦ୍ ଠାରୁ ପ୍ରତ୍ୟେକ ବୁଧବାର, ଶନିବାର ଏବଂ ସୋମବାର ଦିନ ଅପରାହ୍ନ 4 ଘଟିକାରେ ଛାଡୁଥିବା 02831 ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ 31 ଡିସେମ୍ବର 2022 ପର୍ଯ୍ୟନ୍ତ ଚଳାଚଳ କରିବ।
ପୁରୀରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ 2ଘ. 55 ମି.ରେ ଛାଡୁଥିବା 08439 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ 26.11.2022 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ ପାଟନା ଠାରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 1ଘ. 30ମି.ରେ ଛାଡୁଥିବା 08440 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ 27.11.2022 ପର୍ଯ୍ୟନ୍ତ ଚଳାଚଳ କରିବ।

ପୁରୀ ଏବଂ ସିଆଲଦା (କୋଲକାତା) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍:

ଅକ୍ଟୋବର ମାସ ପହିଲା ଠାରୁ ୨୯ ତାରିଖ ପର୍ଯ୍ୟନ୍ତ 03101 ସିଆଲଦା-ପୁରୀ ସ୍ପେଶାଲ ଏକ୍ସପ୍ରେସ ସିଆଲଦାରୁ ପ୍ରତ୍ୟକ ଶନିବାର ଦିନ ରାତ୍ରି 11ଘ.50ମି.ରେ ପୁରୀ କୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ପୁରୀରୁ 03102 ପୁରୀ-ସିଆଲଦା ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 3ଘ.50ମି.ରେ ଛାଡି ସିଆଲଦା ଯାତ୍ରା କରିବ।

ପୁରୀ ଏବଂ ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍:

03230 ପାଟନା-ପୁରୀ ବିଶେଷ ଟ୍ରେନ 27 ଅକ୍ଟୋବର ରୁ 10 ନଭେମ୍ବର 2022 ମଧ୍ୟରେ ପାଟନା ଠାରୁ ପ୍ରତି ଗୁରୁବାର ପୂର୍ବାହ୍ନ 8 ଘ.45 ମି.ରେ ଛାଡି ପୁରୀ ଯାତ୍ରା କରିବ। ଫେରିବା ମାର୍ଗରେ 03229 ପୁରୀ-ପାଟନା ବିଶେଷ ଟ୍ରେନ 28 ଅକ୍ଟୋବର ରୁ 11 ନଭେମ୍ବର 2022 ମଧ୍ୟରେ ପୁରୀ ଠାରୁ ପ୍ରତି ଶୁକ୍ରବାର ଅପରାହ୍ନ 2 ଘ.55 ମି.ରେ ଛାଡି ପାଟନା ଯାତ୍ରା କରିବ।

Categories
ଆଜିର ଖବର ରାଜ୍ୟ ଖବର

ରେଳବାଇ ଭର୍ତ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ତଥା ଆଶାୟୀ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ସହରରେ କମ୍ପୁଟରୀକୃତ (ସିବିଟି) ପରୀକ୍ଷା ହେବାକୁ ଯାଉଥିବାରୁ ଆରଆରବି ପରୀକ୍ଷା ପ୍ରାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି।

ହଟିଆ-କଟକ ପରୀକ୍ଷା ବିଶେଷ ଟ୍ରେନ:

୦୮୦୪୬/୦୮୦୪୫ ହଟିଆ-କଟକ-ହଟିଆ ପରୀକ୍ଷା ସ୍ପେଶାଲ୍ ହଟିଆରୁ ୨୨ ଏବଂ ୨୪ ଅଗଷ୍ଟ ୨୦୨୨ ଦିନ ଅପରାହ୍ନ ୪ ଘ.୫୦ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା କଟକ ଠାରୁ ୨୩ ଓ ୨୫ ଅଗଷ୍ଟ, ୨୦୨୨ ଦିନ ରାତ୍ର ୯ଘ.୪୦ମି.ରେ ଛାଡି ହଟିଆ ଯାତ୍ରା କରିବ। ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ହଟିଆ ଓ କଟକ ମଧ୍ୟରେ ରାଉରକେଲା, ଝାରସୁଗୁଡା, ସମ୍ବଲପୁର ସିଟି, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ ଦୁଇଟି ଏସି-୩ ଟାୟାର୍, ଚାରିଟି ସ୍ଲିପର୍ କ୍ଲାସ୍, ତିନିଟି ଦ୍ଵିତୀୟ ଶ୍ରେଣୀ ଚେୟାର୍ କାର୍, ପାଞ୍ଚଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଚଳିତ ବର୍ଷ ରଥଯାତ୍ରାରେ ଯୋଗ ହେଲା ଆଉ ୨୦ ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧାଜନକ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ରଥ ଯାତ୍ରା (କାର୍ ଫେଷ୍ଟିଭାଲ୍) ସମୟରେ ପୁରୀକୁ ଏବଂ ପୁରୀ ଠାରୁ ୨୦୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାପାଇଁ ପୂର୍ବରୁ ଘୋଷଣା କରିଥିଲା। ଗୁଣ୍ଡିଚା ଯାତ୍ରା ଶେଷ ହୋଇସାରିଥିବାରୁ ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଥିଲା ଏବଂ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରତିଶୃତି ଦିଆଯାଇଥିଲା। ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ଦିନ ମାନଙ୍କରେ ଅଧିକ ଭକ୍ତଙ୍କ ସମାବେଶକୁ ଆଶଙ୍କା କରି ପୂର୍ବତଟ ରେଳପଥ ମଧ୍ୟ ସୁନା ବେଶ ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ସହିତ ଆହୁରି ୨୦ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି।

ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳପଥ କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ ଶ୍ରେଣୀ ଯାତ୍ରା ଉପଲବ୍ଧ କରାଇବାପାଇଁ ଆବଶ୍ୟକ ପଦକ୍ଷେପ ନେଇଛି।

ରଥଯାତ୍ରା ଅବଧି ସମୟରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଦୈନିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି। ୦୨୮୯୧/୦୨୮୧୦ ଭୁବନେଶ୍ୱର-ପୁରୀ-ଭୁବନେଶ୍ୱର ବିଶେଷ ଟ୍ରେନ ଜୁଲାଇ ମାସ ପହିଲା ଠାରୁ ୧୧ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ ୧୦ଘ.୦୫ମି.ରେ ପୁରୀକୁ ଯାତ୍ରା କରୁଥିବାବେଳେ ଏହା ପୁରୀ ଠାରୁ ଅପରାହ୍ନ ୩ଘ.୧୦ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରୁଛି।

ସନ୍ଧ୍ୟା ଦର୍ଶନ ଦିନ ଅର୍ଥାତ ୮ ଜୁଲାଇ, ୨୦୨୨ ରେ ୭ ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ ୩ ଯୋଡି ଏବଂ ଖୋର୍ଦ୍ଧା ରୋଡରୁ ୪ ଯୋଡି) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ।

ଏହା ବ୍ୟତୀତ, ୦୮୯୩୩/୦୮୯୩୪ ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍, ୦୮୯୩୭/୦୮୯୩୮ ଜୁନାଗଡ଼ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍, ୦୮୯୪୫/୦୮୯୪୬ ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ୍, ୦୮୯୪୧/୦୮୯୪୨ ଗୁଣୁପୁର-ପୁରୀ-ଗୁଣୁପୁର ବିଶେଷ ଟ୍ରେନ ପୁରୀକୁ ଆସି ପୁଣି ସେମାନଙ୍କ ଉତ୍ପତି ସ୍ଥାନ ମାନଙ୍କୁ ଫେରିବ।

ବାହୁଡା ଯାତ୍ରାରେ, ଅର୍ଥାତ ୯ ଜୁଲାଇ, ୨୦୨୨ ରେ; ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ୍, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ରୁ ୧୦ ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଆଡକୁ ଯାତ୍ରା କରିବାକୁ ପୂର୍ବରୁ ଘୋଷଣା କରାଯାଇ ଅଛି। ଉପରୋକ୍ତ ବିଶେଷ ଟ୍ରେନ ମାନଙ୍କ ବ୍ୟତୀତ ଆହୁରି ୦୫ ଟି ସ୍ପେଶାଲ୍ ଟ୍ରେନ୍ ଭଦ୍ରକ, କଟକ, ଖୋର୍ଦ୍ଧା ରୋଡ୍, ପାରାଦୀପ ଏବଂ ବ୍ରହ୍ମପୁରରୁ ପୁରୀକୁ ଯାତ୍ରା କରିବ। ଫେରିବା ମାର୍ଗରେ ପୁରୀରୁ କେନ୍ଦୁଝରଗଡ, ବ୍ରହ୍ମପୁର, କଟକ, ଭଦ୍ରକ, ପାରାଦୀପ ଏବଂ ଖୋର୍ଦ୍ଧା ରୋଡ ଅଭିମୁଖେ 8 ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିବ।

ସୁନାବେଶ ଦିବସରେ, ଅର୍ଥାତ୍ ୧୦ ଜୁଲାଇ, ୨୦୨୨ ରେ; ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ୍, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡରୁ ୧୧ ଟି ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏଗୁଡିକ ବ୍ୟତୀତ, ୦୮୯୭୧/୦୮୯୭୨ ଜୁନାଗଡ଼ ରୋଡ୍-ପୁରୀ-ଜୁନାଗଡ଼ ରୋଡ୍ ସ୍ପେଶାଲ୍, ୦୮୯୫୭/୦୮୯୫୮ ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ୍, ୦୮୯୭୯/୦୮୯୮୦ ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ୍, ୦୮୯୭୫/୦୮୯୭୬ ବିଶାଖାପାଟନମ୍-ପୁରୀ-ବିଶାଖାପାଟଣା ବିଶେଷ ଟ୍ରେନ ଚଳାଚଳ କରାଇବାକୁ ମଧ୍ୟ ଘୋଷଣା କରାଯାଇଥିଲା।

ଉପରୋକ୍ତ ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ କଟକ, ଭଦ୍ରକ, ବ୍ରହ୍ମପୁର, ପାରାଦୀପ, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ପୁରୀକୁ ଆହୁରି ୮ ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଚଳ କରାଇବାକୁ ଯୋଜନା କରାଯାଇଥିବାବେଳେ ଫେରିବା ଦିଗରେ ପୁରୀରୁ କଟକ, ଭଦ୍ରକ, ବ୍ରହ୍ମପୁର ଏବଂ ଖୋର୍ଦ୍ଧା ରୋଡ୍ ଅଭିମୁଖେ ଆହୁରି 8 ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

ସୁନାବେଶ ପରଦିନ ଅର୍ଥାତ ୧୧ ଜୁଲାଇ, ୨୦୨୨ ରେ ୬ ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ଯ୍ୟନ୍ତ ଚାଲିବ। ୦୮୯୮୩ ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀ ଠାରୁ ୧୧.୦୭.୨୦୨୨ ମଧ୍ୟାହ୍ନ ୧୨ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

ପୂର୍ବ ତଟ ରେଳପଥ ରଥ ଯାତ୍ରା ସମୟରେ ପୁରୀକୁ ପୂର୍ବ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ସର୍ବକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ସ୍ଥିର କରିଅଛି। ପୂର୍ବ ଯୋଜନାବଦ୍ଧ ସ୍ୱତନ୍ତ୍ର ଟ୍ରେନ୍ ବଦଳରେ ବାହୁଡା ଏବଂ ସୁନା ବେଶ ପାଇଁ ଆହୁରି ଅତିରିକ୍ତ ୨୦ ଟି ସ୍ୱତନ୍ତ୍ର ଟ୍ରେନ୍ ଯୋଗାଇ ଦିଆଯାଇଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରଥଯାତ୍ରା ଅବଧି ମଧ୍ୟରେ ସନ୍ଧ୍ୟା ଦର୍ଶନ, ବାହୁଡା ଏବଂ ସୁନା ବେଶ ପାଇଁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ରଥ ଯାତ୍ରା (କାର୍ ଫେଷ୍ଟିଭାଲ୍) ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରିଛି। ଗୁଣ୍ଡିଚା ଯାତ୍ରା ଶେଷ ହୋଇସାରିଥିବାରୁ ସାନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଅଧିକ ଭକ୍ତଙ୍କୁ ଦୃଷ୍ଟିରେ ରଖି ରେଳବାଇ ମଧ୍ୟ ସୁନା ବେଶ ପରଦିନ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ମଧ୍ୟ ଯୋଜନା କରିଛି।

ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳପଥ କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ ଶ୍ରେଣୀ ଯାତ୍ରା ଉପଲବ୍ଧ କରାଇବାପାଇଁ ଆବଶ୍ୟକ ପଦକ୍ଷେପ ନେଇଛି।

ରଥଯାତ୍ରା ଅବଧି ସମୟରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଦୈନିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି। 02891/02810 ଭୁବନେଶ୍ୱର-ପୁରୀ-ଭୁବନେଶ୍ୱର ବିଶେଷ ଟ୍ରେନ ଜୁଲାଇ ମାସ ପହିଲା ଠାରୁ 11 ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ 10 ଘ.05ମି.ରେ ପୁରୀକୁ ଯାତ୍ରା କରୁଥିବାବେଳେ ଏହା ପୁରୀ ଠାରୁ ଅପରାହ୍ନ ୩ଘ.୧୦ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରୁଛି।

ସେହିଭଳି, ତୀର୍ଥଯାତ୍ରୀ ମାନଙ୍କ ସୁବିଧା ପାଇଁ ତିନି ଯୋଡା ଦୈନିକ ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ଼ ଓ ପୁରୀ ମଧ୍ୟରେ ଏବଂ ଦୁଇ ଯୋଡ଼ା ମହୀପୁର ଓ ପୁରୀ ମଧ୍ୟରେ 2 ଜୁଲାଇରୁ 7 ଜୁଲାଇ, 2022 ପର୍ଯ୍ୟନ୍ତ ଚଳାଚଳ କରୁଅଛି। ଏହା ବ୍ୟତୀତ, ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆହୁରି ବିଶେଷ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଯୋଜନା କରାଯାଇଅଛି।

ସନ୍ଧ୍ୟା ଦର୍ଶନ ଦିନ ଅର୍ଥାତ 8 ଜୁଲାଇ, 2022 ରେ 7 ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ 3 ଯୋଡି ଏବଂ ଖୋର୍ଦ୍ଧା ରୋଡରୁ 4 ଯୋଡି) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ।

ଏହା ବ୍ୟତୀତ, 08933/08934 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 08.07.2022 ଅପରାହ୍ନ 2 ଘ.30ମି.ରେ ଛାଡି ପୁରୀ ଆଡକୁ ଯିବ।  ଫେରିବା ମାର୍ଗରେ, ଏହି ଟ୍ରେନ୍ ପୁରୀଠାରୁ 09.07.2022 ରାତ୍ରି 8 ଘ.25 ମି.ରେ ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ।

08937/08938 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍ ଜୁନାଗଡ ରୋଡ଼ ଠାରୁ 08.07.2022 ପୂର୍ବାହ୍ନ 11 ଘଟିକାରେ ଛାଡି ପୁରୀ ଯିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 09.07.2022 ସନ୍ଧ୍ୟା 7 ଘଟିକାରେ ଛାଡି ଜୁନାଗଡ ରୋଡ୍ ଯାତ୍ରା କରିବ।

08945/08946 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 08.07.2022 ରାତ୍ରି 9 ଘ.30 ମିରେ ଛାଡି ପୁରୀ ଯିବ। ଫେରିବା ମାର୍ଗରେ ଏହା 09.07.2022 ରାତ୍ରି 11 ଘ.15 ମିରେ ପୁରୀ ଠାରୁ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

08941/08942 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ୍ ଗୁଣୁପୁର ଠାରୁ 09.07.2022 ଭୋର 3 ଘ.15 ମିରେ ଛାଡି ପୁରୀ ଆଡକୁ ଯିବ। ଫେରିବା ମାର୍ଗରେ ଏହା ପୁରୀକୁଠାରୁ 09.07.2022 ରାତ୍ରି 8 ଘ.40 ମି.ରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ।

ବାହୁଡା ଯାତ୍ରା ତଥା 9 ଜୁଲାଇ, 2022 ରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ 10 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ।

ସୁନାବେଶ ଦିବସରେ, 10 ଜୁଲାଇ, 2022 ରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ 11 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ।

08971/08972 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେସିଆଲ୍ 10.07.2022 ଦିନ ଜୁନାଗଡ ରୋଡ୍ ଠାରୁ ଭୋର 5 ଘ.30ମି.ରେ ଛାଡି ପୁରୀ ଯାତ୍ରା କରିବ। ଫେରିବ ମାର୍ଗରେ ଏହା 11.07.2022 ଦିନ ପୁରୀ ଠାରୁ 0015 ଘଣ୍ଟା ରେ (10.07.2022 ମଧ୍ୟରାତ୍ରି) ଜୁନାଗଡ ରୋଡ୍ ଅଭିମୁଖେ ଯାତ୍ରା କରିବ।

08957/08958 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ 10.07.2022 ଭୋର 4 ଘ.30 ମି.ରେ ଗୁଣୁପୁର ଠାରୁ ଛାଡି ପୁରୀ ଆଡକୁ ଯିବ। ଫେରିବ ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 10.07.2022 ରାତ୍ରି 8 ଘଟିକାରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ।

08979/08980 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 10.07.2022 ସକାଳ 8 ଘଟିକାରେ ଛାଡି ପୁରୀ ଯାତ୍ରା କରିବ। ଫେରିବ ମାର୍ଗରେ ଏହି ଟ୍ରେନ ପୁରୀ ଠାରୁ 11.07.2022 ରାତ୍ରି 2 ଘଟିକାରେ (10.07.2022 ମଧ୍ୟ ରାତ୍ରି) ରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

08975/08976 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 10.07.2022 ସକାଳ 6 ଘ.30 ମି.ରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ। ଫେରିବ ଦିଗରେ ଏହି ଟ୍ରେନ୍ ପୁରୀ ଠାରୁ 11.07.2022 ରାତ୍ରି 1 ଘଟିକାରେ (10.07.2022 ମଧ୍ୟ ରାତ୍ରି) ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ।

ସୁନାବେଶ ପରଦିନ ଅର୍ଥାତ 11 ଜୁଲାଇ, 2022 ରେ 6 ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ଯ୍ୟନ୍ତ ଚାଲିବ। 08983 ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀ ଠାରୁ 11.07.2022 ମଧ୍ୟାହ୍ନ 12 ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠୁ ଚାଲିବ କଣ୍ଟାବାଞ୍ଜିରୁ ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍: ସପ୍ତାହରେ ଚାରି ଦିନ ଯାତ୍ରା

ଭୁବନେଶ୍ବର: ୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସର ସେବାକୁ ଆଜିଠାରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ପ୍ରସାରିତ ଅଂଶର ଉଦଘାଟନୀ ଉତ୍ସବରେ, ଏହି ଟ୍ରେନ୍ କଣ୍ଟାବାଞ୍ଜିରୁ ପୂର୍ବାହ୍ନ ୧୦ ଘଟିକାରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଯାତ୍ରା କରିବ ଏବଂ ରାତ୍ରି ୧୧ ଘ.୩୦ମି.ରେ ହାଓଡ଼ାରେ ପହଞ୍ଚିବ। ମାର୍ଗରେ, ଏହି ଟ୍ରେନ୍ ଟିଟିଲାଗଡରୁ ପୂର୍ବାହ୍ନ ୧୦ ଘ. ୫୫ମି.ରେ, ବଲାଙ୍ଗୀରରୁ ପୂର୍ବାହ୍ନ ୧୧ ଘ. ୫୦ମି.ରେ, ବରଗଡ ରୋଡ୍ ରୁ ଅପରାହ୍ନ ୧୨ ଘ. ୫୪ମି.ରେ, ସମ୍ବଲପୁରରୁ ଅପରାହ୍ନ ୧ ଘ. ୫୫ ମି.ରେ, ଝାରସୁଗୁଡାରୁ ଅପରାହ୍ନ ୨ ଘ. ୫୦ ମି.ରେ, ରାଉରକେଲାରୁ ଅପରାହ୍ନ ୪ ଘ. ୪୩ମି.ରେ, ଟାଟାରୁ ସନ୍ଧ୍ୟା ୭ ଘ. ୧୫ମି.ରେ, ଘଟଶିଳାରୁ ସନ୍ଧ୍ୟା ୮ ଘ. ୨୦ମି.ରେ ଏବଂ ଖଡ଼ଗକପୁର ଠାରୁ ସନ୍ଧ୍ୟା ୮ ଘ. ୫୬ମି.ରେ ଛାଡି ହାଓଡ଼ା ଯାତ୍ରା କରିବ। ଏହି ଟ୍ରେନ୍ ସଇଁତଳା, ଲୋଇସିଙ୍ଗା, ବରପାଲି, ହିରାକୁଦ୍, ରେଙ୍ଗାଲୀ, ରାଜଗାଙ୍ଗପୁର, ମନୋହରପୁର, ଚକ୍ରଧରପୁର, ରାଜଖରସୁଆନ୍, ସିନି, ରଖା ମାଇନ୍ସ,, ଚକୁଲିଆ, ଝାରଗ୍ରାମ, ସାନ୍ତ୍ରାଗଛି ଠାରେ ମଧ୍ୟ ରହଣି କରିବ।

ସମ୍ପ୍ରସାରଣ ଉଦ୍‌ଘାଟନୀ ଦିବସରେ ବଲାଙ୍ଗୀରର ସାଂସଦ (ଲୋକସଭା) ସଂଗୀତା ସିଂଦେଓ ଇସ୍ପାତ ଏକ୍ସପ୍ରେସକୁ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ସବୁଜ ପତାକା ପ୍ରଦର୍ଶନ କରାଇ ସମ୍ପ୍ରସାରଣର ଶୁଭାରମ୍ଭ କରିବେ।

ଏହି ଟ୍ରେନର ନିୟମିତ ସେବା ହାଓଡ଼ା ଠାରୁ ଏପ୍ରିଲ ୧୪ ତାରିଖରୁ ପ୍ରତି ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ଏବଂ ଏପ୍ରିଲ ୧୫ ତାରିଖଠାରୁ କଣ୍ଟାବାଞ୍ଜିରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ସମ୍ପ୍ରସାରିତ ଅଂଶରେ ସପ୍ତାହରେ ୪ ଦିନ ଚଳାଚଳ କରିବ।

ଏପ୍ରିଲ ୧୬ ତାରିଖରୁ ଅଗଷ୍ଟ ୧୩ ତାରିଖ ମଧ୍ୟରେ ଏହି ଟ୍ରେନ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ହାଓଡ଼ାରୁ ଟିଟିଲାଗଡ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଏପ୍ରିଲ ୧୭ ତାରିଖରୁ ଅଗଷ୍ଟ ୧୪ ତାରିଖ ୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଦିନ ଟିଟିଲାଗଡରୁ ଯାତ୍ରା ପ୍ରାରମ୍ଭ କରି ହାଓଡ଼ା ଯାତ୍ରା କରିବ।

୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ନମ୍ବର କୁ ପାରିବର୍ତ୍ତିତ କରାଯାଇ ୨୨୮୬୧/୨୨୮୬୨ ହାଓଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଭାବରେ ନାମିତ କରାଯିବ। ଅଗଷ୍ଟ ୧୬ ତାରିଖ ୨୦୨୨ ଠାରୁ ହାଓଡ଼ାରୁ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଏବଂ ଅଗଷ୍ଟ ୧୭ ତାରିଖ ୨୦୨୨ ଠାରୁ କଣ୍ଟାବାଞ୍ଜିରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ୨୨୮୬୧/୨୨୮୬୨ ହାଓଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଚଳାଚଳ କରିବ।

୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ହାଓଡ଼ାରୁ ଅଗଷ୍ଟ ୧୫ ତାରିଖ ୨୦୨୨ ଠାରୁ ପ୍ରତିଦିନ ପରିବର୍ତ୍ତେ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ଏବଂ ଟିଟିଲାଗଡ଼ରୁ ଅଗଷ୍ଟ ୧୬ ତାରିଖ ୨୦୨୨ ଠାରୁ ପ୍ରତିଦିନ ପରିବର୍ତ୍ତେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଦିନ ହାଓଡ଼ା ଓ ଟିଟିଲାଗଡ଼ ମଧ୍ୟରେ ଚଳାଚଳ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ହାଓଡ଼ା ଓ ଭଦ୍ରକ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ହାଓଡ଼ା ଓ ଭଦ୍ରକ ମଧ୍ୟରେ ଚଳିତ ମାସ ୯ ତାରିଖ ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି।

୦୮୦୪୩ ହାଓଡ଼ା ଓ ଭଦ୍ରକ ସ୍ପେସିଆଲ ଆସନ୍ତା ୯ ତାରିଖ ଠାରୁ ହାଓଡ଼ା ରୁ ଅପରାହ୍ନ ୩ଘ.୪୦ମି.ରେ ଛାଡି ଭଦ୍ରକ ଠାରେ ରାତ୍ରି ୧୦ଘ.୩୫ମି.ରେ ପହଞ୍ଚିବ। ଫେରିବା ଦିଗରେ ୦୮୦୪୪ ଭଦ୍ରକ-ହାଓଡ଼ା ସ୍ପେସିଆଲ ଆସନ୍ତା ୧୦ ତାରିଖ ଠାରୁ ଭଦ୍ରକ ଠାରୁ ଭୋର ୪ଘ.୫୦ମି.ରେ ଛାଡି ହାଓଡ଼ା ଠାରେ ପୂର୍ବାହ୍ନ ୧୧ଘ.୪୫ମି.ରେ ପହଞ୍ଚିବ।

ଏହି ଟ୍ରେନ୍ ଗଠନରେ ୧୦ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ୍ରୁ ଉପଲବ୍ଧ ଥିବାବେଳେ ଏହା ହାଓଡ଼ା ଓ ଭଦ୍ରକ ମଧ୍ୟରେ ଉଭୟ ପାର୍ଶ୍ୱରୁ ସାନ୍ତ୍ରାଗଛି, ଉଲବେରିଆ, ବାଗନାନ୍, ମେଛେଦା, ମେହେଡା, ପାଂସକୁଡା, ହାଉର, ରାଧାମୋହନପୁର, ବାଲିଛକ, ଶ୍ୟାମଛକ, ମଦପୁର, ଜାକପୁର, ଖଡଗପୁର, ହିଜଲି, ବେନାପୁର, ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଆଙ୍ଗୁଆ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ୱର, ରାଜଘାଟ, ଅମର୍ଦା ରୋଡ, ବସ୍ତା, ନୁଆଗାଓଁ ମୟୂରଭଞ୍ଜ ରୋଡ, ହଲଦୀପଦା, ଟିକିରାପାଲ, ବାଲେଶ୍ୱର, ନୀଳଗିରି ରୋଡ, ଖନ୍ତାପଡ଼ା, ପଣପଣା, ବାହାନାଗା ବଜାର, ସୋରୋ, ସାବିରା, ମାର୍କୋନା ଏବଂ ରାଣୀତାଲ ଷ୍ଟେସନ ମାନଙ୍କ ଠାରେ ରହଣି କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖଡ଼ଗପୁର ଏବଂ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ଖଡ଼ଗପୁର ଏବଂ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଚଳିତ ମାସ ୧୨ ତାରିଖ ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି।

୦୮୦୩୭ ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ଼ ସ୍ପେସିଆଲ ଆସନ୍ତା ୧୨ ତାରିଖ ଠାରୁ ଖଡ଼ଗପୁରରୁ ଅପରାହ୍ନ ୪ଘ.୧୫ମି.ରେ ଛାଡି ଯାଜପୁର କେନ୍ଦୁଝର ରୋଡ଼ ଠାରେ ରାତ୍ରି ୯ଘ.୪୦ମି.ରେ ପହଞ୍ଚିବ। ଫେରିବା ଦିଗରେ ୦୮୦୩୮ ଯାଜପୁର କେନ୍ଦୁଝର ରୋଡ଼ – ଖଡ଼ଗପୁର ସ୍ପେସିଆଲ ଆସନ୍ତା ୧୩ ତାରିଖ ଠାରୁ ଯାଜପୁର କେନ୍ଦୁଝର ରୋଡ଼ ଠାରୁ ଭୋର ୬ଘ.୧୦ମି.ରେ ଛାଡି ଖଡ଼ଗପୁର ଠାରେ ପୂର୍ବାହ୍ନ ୧୧ଘଟିକାରେ ପହଞ୍ଚିବ।

ଏହି ଟ୍ରେନ୍ ଗଠନରେ ୦୩ ଟି ମୋଟର କାର୍ ଏବଂ ୦୯ ଟି ମେମୁ କୋଚ୍ ଉପଲବ୍ଧ ଥିବାବେଳେ ଏହା ଖଡ଼ଗପୁର ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଉଭୟ ପାର୍ଶ୍ୱରୁ ହିଜଲି, ବେନାପୁର, ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଆଙ୍ଗୁଆ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ୱର, ରାଜଘାଟ, ଅମର୍ଦା ରୋଡ, ବସ୍ତା, ନୁଆଗାଓଁ ମୟୂରଭଞ୍ଜ ରୋଡ, ହଲଦୀପଦା, ଟିକିରାପାଲ, ବାଲେଶ୍ୱର, ନୀଳଗିରି ରୋଡ, ଖନ୍ତାପଡ଼ା, ପଣପଣା, ବାହାନାଗା ବଜାର, ସୋରୋ, ସାବିରା, ମାର୍କୋନା, ରାଣୀତାଲ, ଭଦ୍ରକ, ବାଉଦପୁର, କପାଳୀ ରୋଡ, କେନ୍ଦୁଆପଦା, ମଞ୍ଜୁରୀ ରୋଡ, ଦୁଲାଖାପାଟଣା, ବୈତରଣୀ ରୋଡ ଏବଂ କୋରେଇ ଷ୍ଟେସନ ମାନଙ୍କ ଠାରେ ରହଣି କରିବ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଏବଂ ରାଉରକେଲା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ରାଉରକେଲା ଏବଂ ପୁରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ପାଇଁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ରାଉରକେଲା ଠାରୁ ଏହି ଟ୍ରେନ୍ ଅଗଷ୍ଟ ମାସ ୨୪ ତାରିଖ ଠାରୁ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ ଏବଂ ପୁରୀରୁ ଅଗଷ୍ଟ ମାସ ୨୫ ତାରିଖ ଠାରୁ ଛାଡି ରାଉରକେଲା ଅଭିମୁଖେ ଯାତ୍ରା ପ୍ରାରମ୍ଭ କରି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ରାଉରକେଲା ଠାରୁ ଏହି ଟ୍ରେନ୍ ପୂର୍ବାହ୍ନ ୮ଘ.୦୫ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହି ଟ୍ରେନ ଭୋର ୪ଘ.୩୫ମି.ରେ ଛାଡିବ।

ତାଳଚେର ଓ ସମ୍ବଲପୁର ରେଳ ସେକ୍ସନରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ଏବଂ ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନକୁ ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରାଇବାପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଅଗଷ୍ଟ ମାସ ୧୩ ତାରିଖ ଠାରୁ ୨୩ ତାରିଖ ମଧ୍ୟରେ ରାଉରକେଲାରୁ ଛାଡି ସମ୍ବଲପୁର ଯାତ୍ରାକରିବାକୁ ଥିବାବେଳେ ଏହା ଅଗଷ୍ଟ ମାସ ୧୪ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ସମ୍ବଲପୁର ଠାରୁ ଛାଡି ରାଉରକେଲା ଯାତ୍ରା କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ଜାଣନ୍ତୁ କେତେବେଳେ ଛାଡିବ

ଭୁବନେଶ୍ବର, ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ଏହି ଟ୍ରେନ କେତେବେଳେ କେଉଁଠି ପହଁଚିବ ତାହା ହେଲ

୦୨୮୯୨ ଭୁବନେଶ୍ୱର-ବାଙ୍ଗିରିପୋସି ସ୍ପେଶାଲ ୧୨ ଜାନୁୟାରୀରୁ ୨୮ ଫେବୃଆରୀ, ୨୦୨୧ ମଧ୍ୟରେ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୫ଘ.୩୦ମି.ରେ ଛାଡି ବାଙ୍ଗିରିପୋସିରେ ରାତ୍ର ୧୨ଘ.୦୫ମି.ରେ ପହଞ୍ଚିବ।

ଫେରିବା ମାର୍ଗରେ ୦୨୮୯୧ ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ ୧୩ ଜାନୁଆରୀରୁ ୧ ମାର୍ଚ୍ଚ, ୨୦୨୧ ମଧ୍ୟରେ ବାଙ୍ଗିରିପୋସିରୁ ପ୍ରତିଦିନ ଭୋର ୪ଘ.୨୦ମି.ରେ ଛାଡି ଭୁବନେଶ୍ୱର ରେ ପୂର୍ବାହ୍ନ ୧୦ ଘଟିକାରେ ପହଞ୍ଚିବ।

ଏହି ଟ୍ରେନ୍ ଉଭୟ ଦିଗରୁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ମାର୍କୋଣା, ସୋରୋ, ବାଲେଶ୍ୱର, ରୂପସା, ଠାକୁରତୋଟା, ଜଗପୁରା, ଜୋଗଲ୍, ବେତନଟୀ, କୃଷ୍ଣଚନ୍ଦ୍ରପୁର ଏବଂ ବାରିପଦା ଷ୍ଟେସନ ମାନଙ୍କରେ ରହଣି କରିବ ।