ଅତିରିକ୍ତ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥରୁ ବୃଦ୍ଧି ହେଲା ସ୍ୱତନ୍ତ୍ର ଟ୍ରେନ୍ ସେବା

Published: Sep 22, 2022, 6:57 pm IST

ଭୁବନେଶ୍ବର: ରେଳ ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଚଳାଚଳ ଓ ଏହା ମଧ୍ୟରୁ ଛାଡୁଥିବା ନିମ୍ନଲିଖିତ ଅନୁଯାୟୀ କିଛି ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି …

ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି:

ଭୁବନେଶ୍ୱର ଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ସନ୍ଧ୍ୟା 8 ଘ. 25 ମି.ରେ ଛାଡୁଥିବା 02832 ଭୁବନେଶ୍ୱର-ଧାନବାଦ୍ ସ୍ପେଶାଲ ଏକ୍ସପ୍ରେସ 30 ଡିସେମ୍ବର 2022 ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ଫେରିବା ମାର୍ଗରେ ଧାନବାଦ୍ ଠାରୁ ପ୍ରତ୍ୟେକ ବୁଧବାର, ଶନିବାର ଏବଂ ସୋମବାର ଦିନ ଅପରାହ୍ନ 4 ଘଟିକାରେ ଛାଡୁଥିବା 02831 ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ 31 ଡିସେମ୍ବର 2022 ପର୍ଯ୍ୟନ୍ତ ଚଳାଚଳ କରିବ।
ପୁରୀରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ 2ଘ. 55 ମି.ରେ ଛାଡୁଥିବା 08439 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ 26.11.2022 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ ପାଟନା ଠାରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 1ଘ. 30ମି.ରେ ଛାଡୁଥିବା 08440 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ 27.11.2022 ପର୍ଯ୍ୟନ୍ତ ଚଳାଚଳ କରିବ।

ପୁରୀ ଏବଂ ସିଆଲଦା (କୋଲକାତା) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍:

ଅକ୍ଟୋବର ମାସ ପହିଲା ଠାରୁ ୨୯ ତାରିଖ ପର୍ଯ୍ୟନ୍ତ 03101 ସିଆଲଦା-ପୁରୀ ସ୍ପେଶାଲ ଏକ୍ସପ୍ରେସ ସିଆଲଦାରୁ ପ୍ରତ୍ୟକ ଶନିବାର ଦିନ ରାତ୍ରି 11ଘ.50ମି.ରେ ପୁରୀ କୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ପୁରୀରୁ 03102 ପୁରୀ-ସିଆଲଦା ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 3ଘ.50ମି.ରେ ଛାଡି ସିଆଲଦା ଯାତ୍ରା କରିବ।

ପୁରୀ ଏବଂ ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍:

03230 ପାଟନା-ପୁରୀ ବିଶେଷ ଟ୍ରେନ 27 ଅକ୍ଟୋବର ରୁ 10 ନଭେମ୍ବର 2022 ମଧ୍ୟରେ ପାଟନା ଠାରୁ ପ୍ରତି ଗୁରୁବାର ପୂର୍ବାହ୍ନ 8 ଘ.45 ମି.ରେ ଛାଡି ପୁରୀ ଯାତ୍ରା କରିବ। ଫେରିବା ମାର୍ଗରେ 03229 ପୁରୀ-ପାଟନା ବିଶେଷ ଟ୍ରେନ 28 ଅକ୍ଟୋବର ରୁ 11 ନଭେମ୍ବର 2022 ମଧ୍ୟରେ ପୁରୀ ଠାରୁ ପ୍ରତି ଶୁକ୍ରବାର ଅପରାହ୍ନ 2 ଘ.55 ମି.ରେ ଛାଡି ପାଟନା ଯାତ୍ରା କରିବ।

Related posts