ଦେଶରେ କମିବାରେ ନାଁ ଧରୁନି କାରୋନା, ଆଜି ବି ୧୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

Published: Jul 9, 2022, 11:14 am IST

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ବିରୋଧରେ ଯୁଦ୍ଧ ଚାଲିଛି। ଏହି ସମୟରେ, ଭାରତରେ କରୋନା ମାମଲାରେ ଚିନ୍ତା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥରେ ବୃଦ୍ଧି ପାଇଛି। ଆଜି ପୁଣି ୧୮ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୮୪୦ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଛି। ଏହି ମାମଲା ଶୁକ୍ରବାର ଅପେକ୍ଷା ସାମାନ୍ୟ ଅଧିକ। ୨୪ ଘଣ୍ଟା ମଧ୍ୟରେ ୪୩ କରୋନା ସଂକ୍ରମିତ ରୋଗୀ ପ୍ରାଣ ହରାଇଛନ୍ତି। ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୨୫ ହଜାର ୨୮ କୁ ବୃଦ୍ଧି ପାଇଛି।

Related posts