Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୦ଟି ସ୍ଥାନରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍ ମେଳା
ଆଜିର ଖବର

୨୦୦ଟି ସ୍ଥାନରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍ ମେଳା

July 10, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ministry of skill developement
ministry of skill developement

ଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ କ୍ୟାରିଅର୍‌କୁ ଆଗକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ବ୍ୟବହାରିକ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ କୌଶଳ ଭାରତ ମିଶନର ଅଂଶ ଭାବରେ ୧୧ ଜୁଲାଇ, ୨୦୨୨ରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍ (ଶିକ୍ଷାନବୀଶତା) ମେଳା ଆୟୋଜିତ କରିବ। ଏ ପର୍ଯ୍ୟନ୍ତ ୧,୮୮,୪୧୦ ଆବେଦକ ଆପ୍ରେଂଟିସ୍‌ସିପ୍ ମେଳାରେ ଭାଗ ନେଇଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ପ୍ଲାଟଫର୍ମ (ମଂଚ)ରେ ୬୭,୦୩୫ ଆପ୍ରେଂଟିସ୍‌ସିପ୍ ପ୍ରଦାନ କରା ଯାଇଛି। ଏହି ଏକ ଦିବସୀୟ କାର୍ଯ୍ୟକ୍ରମରେ ୩୬ଟି କ୍ଷେତ୍ର ଏବଂ ୧୦୦୦ରୁ ଅଧିକ କମ୍ପାନୀ ସମୂହ ଏବଂ ୫୦୦ଟି ବିଭିନ୍ନ ପ୍ରକାରର ଟ୍ରେଡ୍ (ବିଭାଗ) ସାମିଲ୍ ହେବେ। ଏମ୍‌ଏସ୍‌ଡିଇ ୨୦୦+ଟି ସ୍ଥାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିବ, ଯାହା ଫଳରେ ଆବେଦକ ମାନଙ୍କୁ ଆପ୍ରେଂଟିସ୍‌ସିପ୍ ପ୍ରଶିକ୍ଷଣ ମାଧ୍ୟମରେ ନିଜ କ୍ୟାରିୟରକୁ ଆକାର ଦେବା ନିମନ୍ତେ ସୁଯୋଗ ମିଳିବ।

ଏଥିରେ ଭାଗ ନେବା ପାଇଁ ଆଶାୟୀ ମାନଙ୍କ ପାଖରେ ପଂଚମରୁ ଦ୍ୱାଦଶ ପାସ୍ ପ୍ରମାଣପତ୍ର, ଦକ୍ଷତା ବିକାଶ ପ୍ରଶିକ୍ଷଶ ପ୍ରମାଣପତ୍ର, ଆଇଟିଆଇ ଡିପ୍ଲୋମା କିମ୍ବା ସ୍ନାତକ ଡିଗ୍ରୀ ପ୍ରମାଣପତ୍ର ରହିବା ଆବଶ୍ୟକ ଅଟେ। ଏହା ସହିତ, ଯୁବକ ଏବଂ ମହତ୍ୱାକାଂକ୍ଷୀ କାର୍ଯ୍ୟବଳ ୫୦୦+ଟି  ବିଭାଗ, ଯଥା : ୱେଲଡିଂ, ଇଲେକ୍ଟ୍ରୋନିକ୍ସ କାର୍ଯ୍ୟ, ହାଉସକିପିଂ, ବ୍ୟୁଟିସିଆନ୍‌, ମେକାନିକ୍ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଗୁଡିକ ମଧ୍ୟରୁ ବିଭାଗ (ଟ୍ରେଡ୍‌) ଚୟନ କରିବାକୁ ସକ୍ଷମ ହେବେ। ପ୍ରାର୍ଥୀ ମାନେ ଜାତୀୟ ଧନ୍ଦାମୂଳକ  ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଭିଇଟି) ରୁ ମାନ୍ୟତାପ୍ରାପ୍ତ ପ୍ରମାଣ ପତ୍ର ମଧ୍ୟ ପାଇବେ, ଯାହା ପ୍ରଶିକ୍ଷଣ ପରେ ସେମାନଙ୍କର ନିଯୁକ୍ତି ଭିତିକ ଦକ୍ଷତାକୁ ଉନ୍ନତ କରିବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କମ୍ପାନୀ ଗୁଡିକୁ ଅଧିକ ଶିକ୍ଷାନବୀଶ ମାନଙ୍କୁ ନିଯୁକ୍ତ କରିବା ପାଇଁ ପ୍ରୋତ୍ସାହିତ କରିବା, ଏହା ସହିତ ପ୍ରଶିକ୍ଷଣ ଏବଂ ବ୍ୟବହାରିକ କୌଶଳ ମାଧ୍ୟମରେ ନିଯୁକ୍ତିଦାତା ମାନଙ୍କୁ ସେମାନଙ୍କର ଦକ୍ଷତା ସମ୍ପର୍କରେ ଜଣେଇବା ଏବଂ ବିକଶିତ କରିବାରେ ସହାୟତା କରିବା।

ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନବୀଶ ମେଳା ଉପରେ ନିଜର ବିଚାରକୁ ବ୍ୟକ୍ତ କରି ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ରାଜେଶ ଅଗ୍ରୱାଲ୍ କହିଥିଲେ ଯେ, “ଶିକ୍ଷାନବୀଶ ମେଳା ସାରା ଦେଶରେ ପ୍ରତିଭାବାନ୍ ବ୍ୟକ୍ତି ମାନଙ୍କ ନିମନ୍ତେ ଅତିରିକ୍ତ ନିଯୁକ୍ତିର ସୁଯୋଗ ପ୍ରଦାନ କରିବ ବୋଲି ଆମର ଆଶା ରହିଛି। ଯେହେତୁ ଏହି କାର୍ଯ୍ୟକ୍ରମର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଅଧିକ ଶିକ୍ଷାନବୀଶ ମାନଙ୍କୁ ନିଯୁକ୍ତି ଦେବା, ଏହା ଧ୍ୟାନ ରଖିବା ମହତ୍ୱପୂର୍ଣ୍ଣ ଅଟେ ଯେ, ଶିକ୍ଷାନବୀଶତା ପାଇଁ  ଏହି ପ୍ରକାରର ବ୍ୟବହାରିକ ପ୍ରଶିକ୍ଷଣ ଆବଶ୍ୟକ ଅଟେ, ଯାହା ପାଇଁ ଆମେ ଏଠାରେ ପ୍ରୟାସ କରୁଛେ ।  ଏହାର ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପଡିଛି, ଯାହାକୁ ସାରା ଦେଶରେ ଶିକ୍ଷାନବୀଶ ମାନଙ୍କର ବୃଦ୍ଧି ପାଉଥିବା ସଂଖ୍ୟା ଏବଂ ସେମାନଙ୍କର ସଫଳ କାର୍ଯ୍ୟକାରିତା ଆଧାରରେ ଦେଖା ଯାଇଛି।”

ଦକ୍ଷତା ବିକାଶ ଅଧିନରେ ଆପ୍ରେଂଟିସ୍‌ସିପ୍ ସବୁଠାରୁ ଦୀର୍ଘସ୍ଥାୟୀ ମଡେଲ୍ ଅଟେ ଏବଂ ସ୍କିଲ୍ ଇଣ୍ଡିଆ ଅଧିନରେ ଏହାକୁ ବହୁତ ପ୍ରୋତ୍ସାହନ ମିଳିବାରେ ଲାଗିଛି। ଏବେ ଶିକ୍ଷାନବୀଶ ମାନଙ୍କର ପ୍ରଥମ ଦଳ ମାନଙ୍କୁ ଜାତୀୟ ଶିକ୍ଷାନବୀଶ ପ୍ରୋତ୍ସାହନ ଯୋଜନା (ଏନ୍‌ଏପିଏସ୍‌) ଅଧିନରେ ପ୍ରତ୍ୟେକ୍ଷ ହିତାଧିକାରୀ ହସ୍ତାନ୍ତରଣ (ଡିବିଟି) ମାଧ୍ୟମରେ ସେମାନଙ୍କର ଖାତାରେ ବୃତି ଅର୍ଥ ଜମା କରା ଯାଇଛି।

ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନବୀଶତା ମେଳାରେ ଭାଗ ନେଉଥିବା କମ୍ପାନୀ ଗୁଡିକ ନିକଟରେ ଗୋଟିଏ ମଂଚରେ  ସମ୍ଭାବ୍ୟ ଶିକ୍ଷାନବୀଶ ମାନଙ୍କ ସହିତ ସାକ୍ଷାତ କରିବା ଏବଂ ଆବେଦକ ମାନଙ୍କୁ ସେହି ସ୍ଥାନରେ ଚୟନ କରିବା ନିମନ୍ତେ ସୁଯୋଗ ମିଳିବ। ଏହା ସହିତ, ଅତି କମ୍‌ରେ ଚାରି ଜଣ କର୍ମଚାରୀଙ୍କୁ ନେଇ ଗଢ଼ି ଉଠିଥିବା ଛୋଟ ଆକାରର ଉଦ୍ୟମ କାର୍ଯ୍ୟକ୍ରମରେ ମଧ୍ୟ ଶିକ୍ଷାନବୀଶ ମାନଙ୍କୁ ସେମାନେ ନିଯୁକ୍ତ କରି ପାରିବେ। ଭବିଷ୍ୟତର ଶୈକ୍ଷିକ (ଏକାଡେମିକ୍‌) ପାଠ୍ୟକ୍ରମ ପାଇଁ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସଂଗୃହୀତ ବିଭିନ୍ନ କ୍ରେଡିଟ୍ ନିମନ୍ତେ ଜମାକାରୀଙ୍କ ସହିତ ଏକ କ୍ରେଡିଟ୍ ବ୍ୟାଙ୍କର ବିଚାର ମଧ୍ୟ ଖୁବ୍ ଶୀଘ୍ର ଯୋଡା ଯିବ।

ସବୁ ମାସରେ, ଶିକ୍ଷାନବୀଶତା ମେଳାର ଆୟୋଜନ କରାଯିବ, ଯେଉଁଥିରେ ଚୟନ କରା ଯାଇଥିବା ବ୍ୟକ୍ତି ମାନଙ୍କ ନିମନ୍ତେ ନୂତନ କୌଶଳ ହାସଲ କରିବା ନିମନ୍ତେ ସରକାରୀ ମାନଦଣ୍ଡ ଅନୁସାରେ ମାସିକ ବୃତି  ମିଳିବ, ଯେଉଁଥିରେ ସେମାନଙ୍କୁ ଶିକ୍ଷଣ ସମୟରେ ରୋଜଗାର କରିବା ନିମନ୍ତେ ମଧ୍ୟ ସୁଯୋଗ ମିଳିବ। ଶିକ୍ଷାନବୀଶ ମାନଙ୍କର ବୃତି ଅର୍ଥ ଦେୟ ପ୍ରଦାନ ଅନ୍‌ଲାଇନ୍ ମାଧ୍ୟମରେ କରାଯିବ।

ଲୋକମାନେ https://dgt.gov.in/appmela2022/ କିମ୍ବା https:// www.apprenticeshipindia. gov.in/  ରେ ଯାଇ ମେଳା ନିମନ୍ତେ ପଞ୍ଜୀକରଣ କରି ପାରିବେ ଏବଂ ନିକଟତମ ମେଳା ଆୟୋଜିତ ହେଉଥିବା ସ୍ଥାନର ଠିକଣା ମଧ୍ୟ ଜାଣି ପାରିବେ।

ଦକ୍ଷତା ବିକାଶ ଏବଂ ଉଦ୍ୟମିତାମନ୍ତ୍ରୀ ଧର୍ମେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.