ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୫୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୫୦୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୯୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୧୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୫
ବରଗଡ ଜିଲ୍ଲାରୁ- ୨
ଭଦ୍ରକ ଜିଲ୍ଲାରୁ- ୭
ବଲାଙ୍ଗୀରି ଜିଲ୍ଲାରୁ- ୧
ବୌଦ୍ଧ ଜିଲ୍ଲାରୁ- ୨
କଟକ ଜିଲ୍ଲାରୁ- ୧୧୦
ଢେଙ୍କାନାଳ ଜିଲ୍ଲାରୁ- ୧
ଗଜପତି ଜିଲ୍ଲାରୁ- ୪
ଗଞ୍ଜାମ ଜିଲ୍ଲାରୁ- ୩
ଜଗତସିଂହପୁର ଜିଲ୍ଲାରୁ- ୯
ଯାଜପୁର ଜିଲ୍ଲାରୁ- ୧୦
କଳାହାଣ୍ଡି ଜିଲ୍ଲାରୁ- ୬
କନ୍ଧମାଳ ଜିଲ୍ଲାରୁ- ୨
କେନ୍ଦ୍ରପଡା ଜିଲ୍ଲାରୁ- ୬
କେନ୍ଦୁଝର ଜିଲ୍ଲାରୁ- ୩
ଖୋର୍ଦ୍ଧା ଜିଲ୍ଲାରୁ- ୨୦୦
କୋରାପୁଟ ଜିଲ୍ଲାରୁ- ୨
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୮
ନବରଙ୍ଗପୁର ଜିଲ୍ଲାରୁ- ୧
ନୟାଗଡ ଜିଲ୍ଲାରୁ- ୯
ନୂଆପଡା ଜିଲ୍ଲାରୁ- ୪
ପୁରୀ ଜିଲ୍ଲାରୁ- ୧୪
ସମ୍ବଲପୁର ଜିଲ୍ଲାରୁ- ୮
ସୋନପୁର ଜିଲ୍ଲାରୁ- ୧
ସୁନ୍ଦରଗଡ ଜିଲ୍ଲାରୁ- ୪୯
ଷ୍ଟେଟ ପୁଲରୁ- ୪୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୪ ହଜାର ୫୮୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୧ ହଜାର ୮୬୬ ଏବଂ ବର୍ତ୍ତମାନ ୩୫୩୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।