Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡ଼ିଏସପି ପଦୋନ୍ନତିରେ ଚଞ୍ଚକତା ଅଭିଯୋଗ: ବରିଷ୍ଠମାନଙ୍କୁ ଛାଡି କନିଷ୍ଠମାନଙ୍କୁ ଦିଆଯାଉଛି ପ୍ରାଧାନ୍ୟ
ଆଜିର ଖବର

ଡ଼ିଏସପି ପଦୋନ୍ନତିରେ ଚଞ୍ଚକତା ଅଭିଯୋଗ: ବରିଷ୍ଠମାନଙ୍କୁ ଛାଡି କନିଷ୍ଠମାନଙ୍କୁ ଦିଆଯାଉଛି ପ୍ରାଧାନ୍ୟ

July 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବରିଷ୍ଠତା ତାଲିକା ବା ଗ୍ରେଡେସନ ଲିଷ୍ଟକୁ ନେଇ ପୋଲିସ ବିଭାଗରେ ଅସନ୍ତୋଷ ପ୍ରକାଶ ପାଇଛି। ସବୁ ଆଇନ କାନୁନକୁ ଜଳାଞ୍ଜଳି ଦେଇ କିଛି ଲାଞ୍ଚଖୋର କର୍ମଚାରୀଙ୍କ ପ୍ରରୋଚନାରେ ଏ ଗ୍ରେଡେସନ ଲିଷ୍ଟ ତିଆରି ହୋଇଛି ବୋଲି ସାଂଘାତିକ ଅଭିଯୋଗ ହେଉଛି।

ଅଭିଯୋଗ ମୁତାବକ ୨୦୧୧ ମସିହାରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ରେ ପୋଲିସ ବିଭାଗରେ ଯୋଗ ଦେଇଥିବା ଡ଼ିଏସପିମାନଙ୍କୁ ଗ୍ରେଡେସନ ତାଲିକାରେ ତଳକୁ ରଖା ଯାଇଥିବା ବେଳେ ୨୦୨୧ରେ ନିଯୁକ୍ତି ପାଇଥିବା ଡ଼ିଏସପି ମାନଙ୍କୁ ଏଥିରେ ବରିଷ୍ଠତା ଦିଆଯାଇଛି। କ୍ୟାଚଅପ ରୁଲ ଗୋଟେ ନିଜ ବ୍ୟାଚର ଆଭ୍ୟନ୍ତରୀଣ କଥା ହୋଇଥିବା ବେଳେ ଏ କ୍ଷେତ୍ରରେ ସିଧା ସଳଖ ନିଯୁକ୍ତ ଡ଼ିଏସପି ଙ୍କୁ ତଳକୁ ରଖି ତାଙ୍କ ଠାରୁ ପାଞ୍ଚବର୍ଷ କନିଷ୍ଠଙ୍କୁ ଉପରେ ରଖିବା ଏକ ବଡ ଚଞ୍ଚକତା ବୋଲି କୁହାଯାଉଛି।

ଅନ୍ୟତଃ ସୁପ୍ରିମକୋର୍ଟଙ୍କ ମେଘଚନ୍ଦ୍ରନ କେସ ଅନୁଯାୟୀ ବରିଷ୍ଠତା ଚାକିରୀରେ ଯୋଗଦାନ ଦିନରୁ ହିଁ ଆରମ୍ଭ, କିନ୍ତୁ ତାହା ସଂପୂର୍ଣ୍ଣ ଓଲଟା ମନେ ହେଉଛି। ସେପଟେ ଅତିରିକ୍ତ ଆରକ୍ଷୀ ପାଇଁ ଯୋଗ୍ୟ ବ୍ୟକ୍ତି ନାହାନ୍ତି ଦର୍ଶାଇ ଓପିଏସସି ଙ୍କୁ ତିନି ବର୍ଷରୁ ଛଅ ମାସ ଯୋଗ୍ୟତା ଅବଧି ପାଇଁ ଚିଠି ଲେଖାଯାଇଛି। ଯେଉଁ ସ୍ଥଳରେ ସିଧା ସଳଖ ନିଯୁକ୍ତ ଡ଼ିଏସପି ପାଞ୍ଚ ବର୍ଷରୁ ଅଧିକ ଡ଼ିଏସପି ଭାବରେ କାର୍ଯ୍ୟ କରିସାରିଲେଣି।

ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଫାଇଦା ଦେବାକୁ ଯାଇ ଏ ଚକ୍ରାନ୍ତ ହେଉଥିବା ଅନୁମାନ କରାଯାଉଛି। କିଛି ନିର୍ଦ୍ଦିଷ୍ଟ ଅମଳା ଆଡ଼କୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି।

ପ୍ରଥମରୁ ଡିଜି ଅଫିସ ପଠେଇଥିବା ଗ୍ରେଡେସନ ତାଲିକା କଦର୍ଥ କରିଥିବା କଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ତେଣୁ ସମୟ ପୂର୍ବରୁ ସଠିକ ବରିଷ୍ଠତା ତାଲିକା ଓ ଯୋଗ୍ୟ ଲୋକଙ୍କୁ ଅତିରିକ୍ତ ଏସ.ପି ପ୍ୟାହାକୁ ପଦୋନ୍ନତି ପାଇଁ ଦାବି ଜୋର ଧରିଛି। ଯଦି ଏହା ନହୁଏ ତେବେ ଆଗାମୀ ସମୟରେ ବଡ ଅସନ୍ତୋଷ ଦେଖାଦେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ରେ ପଦୋନ୍ନତି ନିମନ୍ତେ ଭିନ୍ନ ଭିନ୍ନ ମାନଦଣ୍ଡ କରାଯାଉଥିଲା। ଏଥି ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ ତାଙ୍କ ପତ୍ର ସଂଖ୍ୟା ୪୯୬୨ ତା ୨୮/୦୬/୨୦୧୮ ରେ ସମସ୍ତ ବିଭାଗକୁ ପଦୋନ୍ନତିରେ ଏକ ମାନନ୍ଦଣ୍ଡ କରି ସର୍ବନିମ୍ନ ଯୋଗ୍ୟତା ୫୦ ପ୍ରତିଶତ ରୁ କମ୍ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ଏହି ସଂକ୍ରାନ୍ତରେ ସମସ୍ତ ପ୍ରସ୍ତାବ ସାଧାରଣ ପ୍ରଶାସନ ବିଭାଗ ମାଧ୍ୟମରେ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ଘଟଣାରେ କେଉଁ ପରିସ୍ଥିତିରେ ଗୃହ ବିଭାଗ ସିଧା ସଳଖ ଓଡିଶା ଲୋକ ସେବା ଆୟୋଗକୁ ପ୍ରସ୍ତାବ ଦେଇଥିଲେ ଏହା ଚର୍ଚ୍ଚାର ବିଷୟ ପାଲଟିଛି, ଏହି ଘଟଣା ଏବେ ପୋଲିସ ମହଲରେ ଆଲୋଚନାର ବିଷୟ ପାଲଟିଛି।

ଏଠାରେ ଏହା ଉଲ୍ଲେଖ ଯୋଗ୍ୟ ଯେ, ଉଚ୍ଚ ନ୍ୟାୟାଳୟ ଓଡ଼ିଶାରେ ଏହି ସଂକ୍ରାନ୍ତରେ ୧୬୯୪୭/୨୦୨୨ ନମ୍ବରରେ ଏକ କେଶ ଦାୟର ହୋଇଛି ଓ ବିଚାରପତି ମାମଲାର ଶୁଣାଣି କରି ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଯେ ସିଧାସଳଖ ନିଯୁକ୍ତି ପାଇଥିବା DSP ଙ୍କ ଅଭିଯୋଗକୁ ଆଇନ ଆଧାରରେ ବିଚାର କରି ପରବର୍ତ୍ତୀ ସମୟରେ ଡିଏସପି ରୁ ଅତିରିକ୍ତ ଏସପି ପଦୋନ୍ନତି ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ମାମଲାକୁ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର ପରିଚାଳନା କରୁଥିଲେ।

ସାଂଘାତିକ ଅଭିଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

September 16, 2026

ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

September 16, 2026
Latest News

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

September 16, 2026

ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.