ଆପଣଙ୍କ କାର ସଜାଡିବାକୁ ଘରେ ଆସି ପହଞ୍ଚିବେ ମେକାନିକ, ଓଡିଶାରେ ଆରମ୍ଭ ହେଲା ‘ଗୋ ସ୍ପିଡ୍ ଗୋ’

Published: Jul 15, 2022, 11:30 am IST

ଭୁବନେଶ୍ବର: ଆପଣଙ୍କ କାର ଖରାପ ହୋଇଛି କି? ଘରୁ ବାହାରି ପାରୁ ନାହାଁନ୍ତି କି? ତେବେ ବ୍ୟସ୍ତ ହେବାର କିଛି ନାହିଁ। ଆପଣ ଗୋଟିଏ ଫୋନ କଲ କରନ୍ତୁ ଆପଣଙ୍କ ଘରେ ପହଞ୍ଚିବେ ମେକାନିକ। ଏକ ଗାଡିରେ ସମସ୍ତ ସରଂଜାମ ନେଇ ସେମାନେ ହେବେ ହାଜର। ଏହିପରି ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛି ଗୋ ସ୍ପିଡ ଗୋ ସଂସ୍ଥା।

ଏହି ସଂସ୍ଥାର କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲାରେ ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା ମାଧ୍ୟମରେ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ଏଥିରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏହି ଗାଡିର ଶୁଭାରମ୍ଭ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି ‘ଗୋ ସ୍ପିଡ୍ ଗୋ’ ଗାଡିକୁ ନିୟୋଜିତ କରାଯାଇଛି। ପରବର୍ତ୍ତି ସମୟରେ ଏହି ସଂଖ୍ୟା ବୃଦ୍ଧି କରାଯିବ।

Related posts