Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ବିଜେପିର ଟଙ୍କା ଅଣା ଯାଉଛି : ମମତା
ଆଜିର ଖବର

ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ବିଜେପିର ଟଙ୍କା ଅଣା ଯାଉଛି : ମମତା

May 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନିର୍ବାଚନରେ ବିଜେପି ନେତା ଟଙ୍କା ବାଣ୍ଟୁଥିବାର ଅଭିଯୋଗ ଆଣି ଆକ୍ରମଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପି ନେତା ଅର୍ଥ ବାଣ୍ଟୁଛନ୍ତି ବୋଲି ଶୁକ୍ରବାର ଅଭିଯୋଗ କରିଛନ୍ତି ମମତା । ଚିତ୍ରଗୁଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟରରୁ କଳାବାକ୍ସ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଗତକାଲି ଘୋଟାଲାରୁ ବିଜେପି ପ୍ରାର୍ଥୀ ଭାରତୀ ଘୋଷଙ୍କ କାରରୁ ୧ ଲକ୍ଷ  ୧୩ହଜାର ୮୯୫ ଟଙ୍କା ଉଦ୍ଧାର କରାଯିବା ଏହାର ସ୍ପଷ୍ଟ ପ୍ରମାଣ ବୋଲି ମମତା କହିଛନ୍ତି । ବିଜେପି ନେତାଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳିଥିବାରୁ ସେମାନେ ସହଜରେ ସୁରକ୍ଷା ବ୍ୟବସ୍ଥାକୁ ପାର ହୋଇ ଅର୍ଥ ବାଣ୍ଟିବାରେ ସଫଳ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ମମତା । ଉତ୍ତର ୨୪ ପ୍ରଗଣାର ଅଶୋକ ନଗରରେ ଏକ ନିର୍ବାଚନୀ ରାଲିରେ ଅଭିଭାଷଣ ପ୍ରଦାନ ସମୟରେ ମମତା ଏହି ଅଭିଯୋଗ ଉଠାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ୧୦ ଜଣ ପଶ୍ଚିମବଙ୍ଗ ନେତାଙ୍କୁ ଜେଡ୍‌ ଏବଂ ଓ୍ବାଇ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

‘ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି’: ଆମେରିକାକୁ ଟାର୍ଗେଟ କଲା ଭାରତ

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Latest News

‘ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି’: ଆମେରିକାକୁ ଟାର୍ଗେଟ କଲା ଭାରତ

June 12, 2026

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.