ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୧୦୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୦୬୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୨୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୪୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୧୪
ଭଦ୍ରକ ଜିଲ୍ଲାରୁ- ୫
ବଲାଙ୍ଗୀରି ଜିଲ୍ଲାରୁ- ୮
ବୌଦ୍ଧ ଜିଲ୍ଲାରୁ- ୧
କଟକ ଜିଲ୍ଲାରୁ- ୧୩୫
ଦେବଗଡ ଜିଲ୍ଲାରୁ- ୫
ଢେଙ୍କାନାଳ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୩
ଗଞ୍ଜାମ ଜିଲ୍ଲାରୁ- ୬
ଜଗତସିଂହପୁର ଜିଲ୍ଲାରୁ- ୨୧
ଯାଜପୁର ଜିଲ୍ଲାରୁ- ୨୧
ଝାରସୁଗୁଡା ଜିଲ୍ଲାରୁ- ୧୮
କଳାହାଣ୍ଡି ଜିଲ୍ଲାରୁ- ୧୪
କନ୍ଧମାଳ ଜିଲ୍ଲାରୁ- ୬
କେନ୍ଦ୍ରାପଡା ଜିଲ୍ଲାରୁ- ୧୮
କେନ୍ଦୁଝର ଜିଲ୍ଲାରୁ- ୪
ଖୋର୍ଦ୍ଧା ଜିଲ୍ଲାରୁ- ୩୬୧
କୋରାପୁଟ ଜିଲ୍ଲାରୁ- ୩
ମାଲକାନଗିରିରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୫୨
ନବରଙ୍ଗପୁର ଜିଲ୍ଲାରୁ- ୫
ନୟାଗଡ ଜିଲ୍ଲାରୁ- ୧୮
ନୂଆପଡା ଜିଲ୍ଲାରୁ- ୧୧
ପୁରୀ ଜିଲ୍ଲାରୁ- ୪୪
ରାୟଗଡା ଜିଲ୍ଲାରୁ- ୧୩
ସମ୍ବଲପୁର ଜିଲ୍ଲାରୁ- ୫୮
ସୋନପୁର ଜିଲ୍ଲାରୁ- ୩୧
ସୁନ୍ଦରଗଡ ଜିଲ୍ଲାରୁ- ୧୧୧
ଷ୍ଟେଟ ପୁଲରୁ- ୭୬
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୮ ହଜାର ୨୪୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୬୮୩ ଏବଂ ବର୍ତ୍ତମାନ ୫୩୭୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।