ବିଧାନସଭାର ପ୍ରଶ୍ନକାଳ: ଛାତ୍ରଛାତ୍ରୀଙ୍କ ପାଠ ପଢା ଛାଡିବା ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ଜଗନ୍ନାଥ ସାରକ

Published: Jul 16, 2022, 3:44 pm IST

ଭୁବନେଶ୍ବର: ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଜାରି ରହିଛି। ଏହି ଅଧିବେଶନର ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ ରଖିଛନ୍ତି। ରାଜ୍ୟରେ କେତେ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଥିବା ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକ ଉତ୍ତର ରଖିଛନ୍ତି।

ମନ୍ତ୍ରୀ ଜଗନ୍ନାଥ ସାରକଙ୍କ ଅନୁଯାୟୀ, ଗତ ଆଠବର୍ଷ ଭିତରେ ଏସସି/ଏସଟି ବର୍ଗର ୨୪୦୩ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ୨୦୧୪ରୁ ଏଯାଏଁ ଦଶମ ପାସ ପରେ ପ୍ରାୟ ୩୪୭୬ ଜଣ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରେ ନାମ ନଲେଖାଇ ପାଠପଢା ଛାଡ଼ିଛନ୍ତି।

ସେହିଭଳି କରୋନା ମହାମାରୀ ସମୟରେ ଅଧିକ ପିଲା ପାଠ ଛାଡ଼ିଛନ୍ତି। ୨୦୨୦ରେ ୨୪୭ ଜଣ ଅଣ୍ଡର ମାଟ୍ରିକରୁ ପାଠ ଛାଡ଼ିଥିବା ବେଳେ ୪୯୧ ଜଣ ମାଟ୍ରିକ ପରେ ପାଠ ଛାଡ଼ିଛନ୍ତି। ତେବେ ୨୦୨୧ରେ ୧୭୨ ଜଣ ଅଣ୍ଡର ମାଟ୍ରିକରୁ ପାଠ ଛାଡ଼ିଥିବା ବେଳେ ୮୩୩ ଜଣ ମାଟ୍ରିକ ପରେ ପାଠ ଛାଡ଼ିଛନ୍ତି। ଏବଂ ୨୦୨୨ରେ ୬୧୮ ଜଣ ଅଣ୍ଡର ମାଟ୍ରିକରୁ ପାଠ ଛାଡ଼ିଥିବା ବେଳେ ୩୨ ଜଣ ମାଟ୍ରିକ ପରେ ପାଠ ଛାଡ଼ିଛନ୍ତି।

Related posts