ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଦୁଇବର୍ଷ ପରେ ହେଲା ବୋଲବମ୍ ଯାତ୍ରା

Published: Jul 18, 2022, 8:22 am IST

ଭୁବନେଶ୍ବର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ବିଶ୍ବାସ ରହିଛି ଯେ, ଶ୍ରାବଣ ସୋମବାରରେ ଶିବଙ୍କ ମସ୍ତକରେ ଜଳ ଅର୍ପଣ କଲେ ପୂଣ୍ୟ ହୁଏ। ସେଥିପାଇଁ ଏହି ମାସରେ ଭକ୍ତମାନେ କାନ୍ଧରେ ବାହାଙ୍ଗି ଧରି ପବିତ୍ର ନଦୀରୁ ଜଳ ଆଣି ଶିବଙ୍କୁ ସମର୍ପଣ କରିଥାନ୍ତି। ଏହାକୁ ବୋଲବମ ଯାତ୍ରା କୁହାଯାଇଥାଏ। ହେଲେ ଗତ ଦୁଇ ବର୍ଷ ଧରି ରାଜ୍ୟରେ କରୋନା ପାଇଁ ଏହି ଯାତ୍ରା ବନ୍ଦ ଥିଲା।

ଆଜି ଓଡିଶାର ସମସ୍ତ ଶୈବ୍ୟ ପିଠରେ ବୋଲବମ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ସେହିପରି ଭୁବନେଶ୍ବର ପ୍ରତିଷ୍ଠିତ ଶୈବ୍ୟପିଠ ପ୍ରଭୃ ଶ୍ରୀଲିଙ୍ଗରାଜଙ୍କ ପିଠରେ ଶହଶହ ଭକ୍ତ ଜଳାଭିଷେକ କରିଛନ୍ତି। ପ୍ରଥମ ସୋମବାରରେ ସେତେଟା ଭିଡ ନ ଥିଲେ ମଧ୍ୟ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରବର୍ତ୍ତି ସୋମବାରରେ ଏହି ଭିଡ ଅଧିକ ପରିଲକ୍ଷିତ ହେବ।

Related posts