ଦୈନନ୍ଦିନ ଖାଦ୍ୟ ଉପରେ ଜିଏଷ୍ଟି ଲଗାଇବା କେନ୍ଦ୍ର ସରକାରଙ୍କ ଗରିବଙ୍କୁ ନାତ-ନିରଞ୍ଜନ ପଟ୍ଟନାୟକ

Published: Jul 18, 2022, 5:11 pm IST

ଭୁବନେଶ୍ୱର: ଚୁଡା,ମୁଢି,ଉଖୁଡା, ଖଈ ଆଦି ଦ୍ରବ୍ୟ ଉପରେ ଜିଏଷ୍ଟି ଲାଗୁ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଗରିବଙ୍କ ପେଟକୁ ନାତ ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିବା ସହ ଏହି ନିଷ୍ପତିର ଦୃଢ଼ ନିନ୍ଦା କରିଛନ୍ତି।ଜିଏଷ୍ଟି କାଉନସିଲ ଏଭଳି ନିଷ୍ପତ୍ତି ନେବାବେଳେ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରତିବାଦ ନ କରିବା ଦୁଃଖ ଓ ପରିତାପ ବିଷୟ ବୋଲି ସେ କହିଛନ୍ତି।

ସେ ଉଭୟ ସରକାରଙ୍କୁ ତାଛଲ୍ୟ କହିଛନ୍ତି କି ଯଦି ସରକାରଙ୍କର ରାଜସ୍ୱ ନିଅଣ୍ଟ ହେଉଛି ,ସରକାର ଏତେ ବ୍ୟାକୁଳ ରାଜସ୍ୱ ବଢ଼େଇବା ପାଇଁ ତେବେ ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ଵାର ଆଦି ଧର୍ମାନୁଷ୍ଠାନକୁ ଯାଉଥିବା ଭକ୍ତଙ୍କ ଉପରେ ଏବଂ ଦେଉଥିବା ଦାନ ଉପରେ ମଧ୍ୟ ଜିଏଷ୍ଟି ଲଗେଇଦିଅନ୍ତୁ।ଯାହାଦ୍ୱାରା କି ସରକାରଙ୍କ ରାଜସ୍ବରେ ଉର୍ଣ୍ଣତି ଘଟିବ ଏବଂ ସରକାର ଲାଭବାନ ହୋଇପାରିବେ।

ଓଡ଼ିଶାର ଜନସାଧାରଣଙ୍କ ବିଶେଷ କରି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗରିବ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଭାବେ ମୁଢି,ଚୁଡା,ଉଖୁଡା,ଖଇ ଉପରେ ଜିଏଷ୍ଟି ଲାଗିବାକୁ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ ନ କରି ଚୁପ ରହିବା ରାଜ୍ୟ ଜନସାଧାରଣଙ୍କ ପ୍ରତି ରାଜ୍ୟ ସରକାରଙ୍କ କେତେ ଭଲ ପାଇବା ଜଣାପଡୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେ ଆଗରୁ କହି ଆସିଥିବା କଥା ପ୍ରମାଣିତ ହେଉଛି କି ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ।ରାଜ୍ୟ ରାଜଧାନୀରେ କଳି ଦେଶ ର ରାଜଧାନୀ ଦିଲ୍ଲୀ ରେ କୋଳାକୋଳି।ଉଭୟ ବିଜେଡି ଓ ବିଜେପି ଏକ ବୋଲି ଏକଥା ରାଜ୍ୟ ଜନ ସାଧାରଣ ବୁଝିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି।

Related posts