Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାପି ମଦର୍ସ ଡେ’ ଭିନ୍ନ ଢଙ୍ଗରେ ବିଭିନ୍ନ ଅନୁଷ୍ଠାନ ଦ୍ବାରା ପାଳିତ ହେଲା ଏହି ଦିବସ
ଆଜିର ଖବର

ହାପି ମଦର୍ସ ଡେ’ ଭିନ୍ନ ଢଙ୍ଗରେ ବିଭିନ୍ନ ଅନୁଷ୍ଠାନ ଦ୍ବାରା ପାଳିତ ହେଲା ଏହି ଦିବସ

May 12, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆଜି ହେଉଛି ମଦର୍ସ ଡେ’ ବା ମାତୃ ଦିବସ । ମଇ ୧୨ ତାରିଖ ଦିନ ବିଶ୍ବ ମାତୃ ଦିବସ ପାଳନ କରାଯାଇଥାଏ । ତେବେ କେତେକ ଦେଶରେ ଏହାକୁ ଅଲଗା ଅଲଗା ଦିନରେ ମଧ୍ୟ ପାଳନ କରାଯାଏ । ଏମିତିରେ ଦେଖିବାକୁ ଗଲେ ପ୍ରତ୍ୟେକ ଦିନ ହେଉଛି ମାତୃ ଦିବସ । ମା’ ହେଉଛି ଏକ ପବିତ୍ର ଓ ମଧୁର ଶବ୍ଦ । ଏହି ଶବ୍ଦରେ ଲୁଚି ରହିଛି ମମତା ଓ ସହନଶୀଳତା । ମା’ର ପଣତକାନି ସାରା ଦୁନିଆର ଦୁଃଖ ପାଇଁ ନିଅଣ୍ଟ । ସେ ହେଉଛି ସର୍ବଂସହା, ସେ ସ୍ରଷ୍ଟା ଓ ପୁଣି ସେ ସୃଷ୍ଟି । ସମଗ୍ର ସଂସାର ତା’ ଭିତରେ ବିଦ୍ୟମାନ । ତେବେ ଚଳିତ ବର୍ଷ ମାତୃ ଦିବସ ୨୦୧୯ର ଏକ ଥିମ୍ ରଖାଯାଇଛି । ଏହି ଥିମ୍‌ ହେଉଛି ବାଲାନ୍ସ ଫର୍‌ ବେଟର୍‌ ଅର୍ଥାତ୍‌ ବିଶ୍ବରେ ଲିଙ୍ଗ ସନ୍ତୁଳନ ରକ୍ଷା କରିବା । ଏହା ସାହାଯ୍ୟରେ ସମଗ୍ର ବିଶ୍ୱବାସୀଙ୍କୁ ଲିଙ୍ଗ ସନ୍ତୁଳନ ରକ୍ଷା କରିବାର ବାର୍ତ୍ତା ପ୍ରେରଣ କରାଯାଇଛି । ତେବେ ମାତୃ ଦିବସର ଆରମ୍ଭ ଆମେରିକାରୁ ହୋଇଥିଲା । ୱର୍ଜିନିଆରେ ଏନା ଜାର୍ବିସ୍ ନାମକ ଜଣେ ମହିଳା ଏହାର ଆରମ୍ଭ କରିଥିଲେ । ଏନା ନିଜ ମାକୁ ଖୁବ୍ ଭଲ ପାଉଥିଲେ । ଅବିବାହିତ ଏନା ତାଙ୍କ ମାଙ୍କ ନିଧନ ପରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଖାସ୍ ଦିନର ଆରମ୍ଭ କରିଥିଲେ । ତେବେ ଗୋଟିଏ ଦିନ ନୁହେଁ, ପ୍ରତ୍ୟେକ ଦିନର ଆରମ୍ଭ ଓ ଶେଷ ହୁଏ ସେଇ ମା’ ପାଖରେ । ଯିଏ ନଅ ମାସ ପର୍ଯ୍ୟନ୍ତ ପେଟରେ ରଖି ଆମକୁ ଏ ଦୁନିଆର ଆଲୋକ ଦେଖାଇଛି ପୁଣି ସାରା ଦୁନିଆର ଦୁଃଖ କଷ୍ଟଠାରୁ ଦୂରେଇ ରଖି ଆମକୁ ବଡ଼ କରିଛି । ଆଜିର ପବିତ୍ର ମାତୃ ଦିବସ ଅବସରରେ ଦୁନିଆର ସବୁ ମା’ମାନଙ୍କୁ ଆମର କୋଟି କୋଟି ପ୍ରଣାମ ।

Share. Facebook Twitter LinkedIn Email WhatsApp Copy Link

Related Posts

କେରଳକୁ ଛୁଇଁଲା ନିପା ଭାଇରସ୍: ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଏବଂ କେତେ ବିପଦପୂର୍ଣ୍ଣ?

June 12, 2026

ଆମେରିକା ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁରେ ଇରାନ ଦୁଃଖିତ: ଟ୍ରମ୍ପଙ୍କୁ ଭର୍ତ୍ସନା

June 12, 2026

‘ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି’: ଆମେରିକାକୁ ଟାର୍ଗେଟ କଲା ଭାରତ

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026
Latest News

କେରଳକୁ ଛୁଇଁଲା ନିପା ଭାଇରସ୍: ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଏବଂ କେତେ ବିପଦପୂର୍ଣ୍ଣ?

June 12, 2026

ଆମେରିକା ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁରେ ଇରାନ ଦୁଃଖିତ: ଟ୍ରମ୍ପଙ୍କୁ ଭର୍ତ୍ସନା

June 12, 2026

‘ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି’: ଆମେରିକାକୁ ଟାର୍ଗେଟ କଲା ଭାରତ

June 12, 2026

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.