
ମୟୁରଭଂଜ: ଆସନ୍ତାକାଲି ହେବ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି। ସଂଧ୍ୟା ସୁଦ୍ଧା ଜଣାପଡିବ ଫଳାଫଳ। ତେବେ ଏବେଠାରୁ ଜଣାପଡିସାରିଲାଣି ଯେ, ଦ୍ରୌପଦୀ ମୁର୍ମୁ ଜିତିବା ନିଶ୍ଚିତ। କାରଣ ତାଙ୍କୁ ଯେପରି ଭାବେ ସାରା ଭାରତରୁ ସମର୍ଥନ ମିଳିଛି ତାହାକୁ ହିସାବ କଲେ ସେ ଷାଠିଏ ପ୍ରତିଶତ ଭୋଟ ହାସଲ କରିବେ। ଏହା ଓଡିଶା ପାଇଁ ନିଶ୍ଚିତ ଗର୍ବର ବିଷୟ ହେବ।
ଫଳାଫଳ ପରେ ଆସନ୍ତାକାଲି ସାରା ଓଡିଶା ଖୁସିରେ ନାଚି ଉଠିବ। ସେପରି କ୍ଷେତ୍ରରେ ଖୋଦ ଦ୍ରୌପଦୀଙ୍କ ରାଇରଙ୍ଗପୁର ଅଞ୍ଚଳ କିପରି ବାଦ ପଡିବ। ଆସନ୍ତାକାଲି ନୁହେଁ ଆଜିଠାରୁ ଦ୍ରୌପଦୀଙ୍କ ବାସଭବନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ତାଙ୍କ ଘରେ ବର୍ତ୍ତମାନ ଚାଲିଛି ମିଠାଇ ମୋଡା। ଆସନ୍ତାକାଲି ଫଳାଫଳ ଘୋଷଣା ହେବା ପରେ ସାରା ସହରରେ ବଣ୍ଟାଯିବ ମିଠାଇ। ସେଥିପାଇଁ ରାଇରଙ୍ଗପୁର ଅଞ୍ଚଳ ବାସିନ୍ଦା ଫୁଲ ଦମରେ ଉତ୍ସବ ମନାଇବା ପାଇଁ ଅପେକ୍ଷା କରି ରହିଛନ୍ତି।