Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇଜିପ୍ଟ ରାଷ୍ଟ୍ରପତି ଭାବେ ନିର୍ବାଚିତ ଅବଦେଲ ଫତେହ ଅଲ୍‌ସିସିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟ ରାଷ୍ଟ୍ରପତି ଭାବେ ନିର୍ବାଚିତ ଅବଦେଲ ଫତେହ ଅଲ୍‌ସିସିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ‘ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅବଦେଲ ଫତେହ ଅଲ୍‌ସିସିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ-ଇଜିପ୍ଟ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ଆପଣଙ୍କ ସହ କାର୍ଯ୍ୟ କରିବାକୁ ଉତ୍ସୁକ ଅଛି।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ​​ଭାରତୀୟ ବଂଶଧର ନିକ୍କି ହେଲି

ନୂଆଦିଲ୍ଲୀ: ୨୦୨୪ ମସିହାରେ ଯୁକ୍ତରାଷ୍ଟ୍ରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତୀୟ ବଂଶଧର ରିପବ୍ଲିକାନ୍ ନେତା ନିକ୍କି ହେଲି ଆଜି ଘୋଷଣା କରିଛନ୍ତି। ଏଥିପାଇଁ ସେ ତାଙ୍କ ଦାବି ଉପସ୍ଥାପନ କରିଛନ୍ତି। ହେଲି ଦକ୍ଷିଣ କାରୋଲିନାର ପୂର୍ବତନ ରାଜ୍ୟପାଳ ଏବଂ ମିଳିତ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଛନ୍ତି।

୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିବା ପରେ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ପ୍ରଥମ ପ୍ରମୁଖ ପ୍ରତିଦ୍ଵନ୍ଦୀ ହୋଇଛନ୍ତି। ସେ ଦୁଇ ବର୍ଷ ପୂର୍ବେ କହିଥିଲେ ଯେ, ସେ ତାଙ୍କ ପୂର୍ବତନ ବସ୍ ଅର୍ଥାତ୍ ଟ୍ରମ୍ପଙ୍କୁ ୨୦୨୪ ମସିହାରେ ହ୍ଵାଇଟ ହାଉସ୍ ପାଇଁ ଚ୍ୟାଲେଞ୍ଜ କରିବେ ନାହିଁ।

ଭାରତୀୟ ମୂଳ ରିପବ୍ଲିକାନ୍ ନେତା ନିକ୍କି ହେଲି ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ଦାବି ଉପସ୍ଥାପନ କରିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଚ୍ୟାଲେଞ୍ଜ ଉପସ୍ଥାପନ କରିବେ। ସେ ଏକ ଭିଡିଓ ମାଧ୍ୟମରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି।

ଦୁଇ ବର୍ଷ ପୂର୍ବେ ସେ ଟ୍ରମ୍ପଙ୍କ ପାଇଁ ଚ୍ୟାଲେଞ୍ଜ ନଥିଲେ, କିନ୍ତୁ ବର୍ତ୍ତମାନ ସେ ତାଙ୍କ ମତ ବଦଳାଇଛନ୍ତି। ବାସ୍ତବରେ, ଭାରତୀୟ ମୂଳ ଆମେରିକୀୟ ରିପବ୍ଲିକାନ୍ ପାର୍ଟି ନେତା ନିକ୍କି ହାଲି ଗତ ମାସରେ ଜୋ ବାଇଡେନଙ୍କ ବିରୋଧରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​୨୦୨୪ ପ୍ରତିଦ୍ୱନ୍ଦ୍ୱିତା କରିବାର ସୂଚନା ଦେଇଥିଲେ। ତାଙ୍କ ପିତାମାତା ଭାରତର ଅମୃତସରର ଅଟନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭାରତ ଇତିହାସରେ ଯୋଡି ହେଲା ଜଣେ ଓଡିଆ ଝିଅର ନାମ, ସେ ହେଲେ ‘ଦ୍ରୌପଦୀ ମୁର୍ମୁ’

ଭୁବନେଶ୍ବର: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଶେଷରେ ବହୁ ଭୋଟ ବ୍ୟବଧାନରେ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ। ତାଙ୍କର ପ୍ରତିଦ୍ବନ୍ଦି ଯଶବନ୍ତ ସିହ୍ନାଙ୍କୁ ସେ ୨ ଲକ୍ଷ ୯୬ ହଜାର ୬୨୬ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି। ହିସାବ ଅନୁସାରେ ଦ୍ରୌପଦୀ ମୁର୍ମୁ ୬ ଲକ୍ଷ ୭୬ ହଜାର ୮୦୩ ଭୋଟ ପାଇଥିବା ବେଳେ ୩ ଲକ୍ଷ ୮୦ ହଜାର ୧୭୭ ଭୋଟ ପାଇଛନ୍ତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା।

୬୪ ବର୍ଷିୟ ଦ୍ରୌପଦୀ ମୁର୍ମୁ ୬୪ ପ୍ରତିଶତ ଭୋଟ ହାସଲ କରି ବିଜୟ ଲାଭ କରିଛନ୍ତି। ବୟସ ହିସାବରେ ଦେଖିବାକୁ ଗଲେ ସେ ହିଁ ହେବ ଦେଶର ସର୍ବ କନିଷ୍ଠା ରାଷ୍ଟ୍ରପତି। କାରଣ ହେଲା ଦ୍ରୌପଦୀ ମୁର୍ମୁ ୨୦ ଜୁନ୍ ୧୯୫୮ ରେ ଜନ୍ମଗ୍ରହଣ କରିଛନ୍ତି। ବର୍ତ୍ତମାନ ଭାରତର ଯେତେ ରାଷ୍ଟ୍ରପତି ହୋଇଛନ୍ତି ସେମାନେ ସମସ୍ତେ ଦେଶ ସ୍ବାଧୀନତା ପୂର୍ବରୁ ଜନ୍ମ ଗ୍ରହଣ କରିଛନ୍ତି। ହେଲେ ଦ୍ରୌପଦୀ ମୁର୍ମୁ ସ୍ବାଧୀନତାର ୧୧ ବର୍ଷ ପରେ ଜନ୍ମ ଗ୍ରହଣ କରିଛନ୍ତି।

ତେବେ ଭାରତ ଇତିହାସରେ ସର୍ବ କନିଷ୍ଠ ରାଷ୍ଟ୍ରପତି ଭାବେ ଥିଲେ ନୀଲମ ସଞ୍ଜୀବ ରେଡ୍ଡୀ। ସେ ରାଷ୍ଟ୍ରପତି ଦ୍ବାୟତ୍ବ ନେବା ବେଳକୁ ତାଙ୍କର ବୟସ ଥିଲା ୬୪ ବର୍ଷ, ୨ ମାସ ୬ ଦିନ। ଏବେ ଦ୍ରୌପଦୀ ମୁର୍ମୁ ୨୫ ଜୁଲାଇରେ ଶପଥ ନେବେ। ସେହିଦିନକୁ ଯଦି ହିସାବକୁ ନିଆଯାଏ ତେବେ ତାଙ୍କର ବୟସ ହେବ ୬୪ ବର୍ଷ, ୧ ମାସ ୮ ଦିନ।

ସେହିପରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପହଞ୍ଚିଥିବା ପ୍ରଥମ ଆଦିବାସୀ ମହିଳା ହେବେ ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଦିବାସୀ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଆସନ ପର୍ଯ୍ୟନ୍ତ ପହଞ୍ଚି ପାରି ନାହାଁନ୍ତି। କେବଳ ଦେଶରେ କେ.ଆର ନାରାୟଣନ ଏବଂ ରାମନାଥ କୋବିନ୍ଦ ୨ ଜଣ ଦଳିତ ସଂପ୍ରଦାୟର ରାଷ୍ଟ୍ରପତି ହୋଇଛନ୍ତି। ଏହିପରି ବିଭିନ୍ନ କ୍ଷେତ୍ରରେ ଭାରତ ଇତିହାସରେ ଯୋଡି ହେବ ଏହି ଓଡିଆ ଝିଅର ନାମ, ଦ୍ରୋପଦୀ ମୁର୍ମୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାର ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ପ୍ରମାଣ ପତ୍ର

ନୂଆଦିଲ୍ଲୀ: ବହୁ ଭୋଟ ବ୍ୟବଧାନରେ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ। ତାଙ୍କର ପ୍ରତିଦ୍ବନ୍ଦି ଯଶବନ୍ତ ସିହ୍ନାଙ୍କୁ ସେ ୨ ଲକ୍ଷ ୯୬ ହଜାର ୬୨୬ ଖଣ୍ଡ ଭୋଟରେ ପଛରେ ପକାଇ ବିଜୟ ଲାଭ କରିଛନ୍ତି। ଦ୍ରୌପଦୀ ମୁର୍ମୁ ୬ ଲକ୍ଷ ୭୬ ହଜାର ୮୦୩ ଭୋଟ ପାଇଥିବା ବେଳେ ୩ ଲକ୍ଷ ୮୦ ହଜାର ୧୭୭ ଭୋଟ ପାଇଛନ୍ତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା।

ଏହାକୁ ସରକାରୀ ଭାବ ଘୋଷଣା କରିଛନ୍ତି ରାଜ୍ୟସଭା ମହାସଚିବ ତଥା ରିଟର୍ଣ୍ଣିଂ ଅପିସର ପି ସି ମୋଦୀ। ସେ ଘୋଷଣା କରିବା ପରେ ଏହାର ପ୍ରମାଣ ପତ୍ରକୁ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ଆଜି ସଂଧ୍ୟାରେ ନୂଆଦିଲ୍ଲୀର ତ୍ରମୁର୍ତ୍ତି ରୋଡରେ ରୁଥିବା ଦ୍ରୌପଦୀ ଅସ୍ଥାୟୀ ବାସଭବନକୁ ଯାଇଥିଲେ। ସେଠାରେ ସେ ପ୍ରଥମେ ବିଜେତି ପ୍ରମାଣ ପତ୍ରକୁ ସେ ଦ୍ରୌପଦୀଙ୍କୁ ପ୍ରଦାନ କରିଛନ୍ତି। ଏହାପରେ ସେ ଫୁଲ ତୋଡା ଦେଇ ତାଙ୍କୁ ସ୍ବାଗତ କରିଛନ୍ତି।

Categories
ବିଶେଷ ଖବର

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ପ୍ରବଳ କ୍ରସ ଭୋଟିଂ, ଜାଣନ୍ତୁ କେଉଁ ରାଜ୍ୟରେ କେତେ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏକ ବଡ଼ ବିଜୟ ହାସଲ କରିଛନ୍ତି। ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସେ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଛନ୍ତି। ଦ୍ରୌପଦୀ ମୁର୍ମୁ ସମସ୍ତ ତିନୋଟି ରାଉଣ୍ଡରେ ୨୧୬୧ ଭୋଟ୍ ପାଇଛନ୍ତି ଏବଂ ଏହାର ମୂଲ୍ୟ ହେଉଛି ୫ ଲକ୍ଷ ୭୭ ହଜାର ୭୭୭ ଅଟେ।

ଅନ୍ୟପକ୍ଷରେ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନା ୧୦୫୮ ଭୋଟ୍ ପାଇଛନ୍ତି ଏବଂ ଏହାର ମୂଲ୍ୟ ୨ ଲକ୍ଷ ୬୧ ହଜାର ୬୨ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁର୍ମୁଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ଭାବରେ ଏକ ଆଦିବାସୀ ସମ୍ପ୍ରଦାୟର ଝିଅ ଭାରତ ପାଇଁ ଇତିହାସ ଲେଖିଛି। ସେ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଙ୍କ ଜୀବନ ​​ଏକ ଉଦାହରଣ। ତାଙ୍କର ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ, ସେ ନାଗରିକଙ୍କ ପାଇଁ ଆଶାର କିରଣ ଭାବରେ ଉଭା ହୋଇଛନ୍ତି।

ଏହି ନିର୍ବାଚନରେ ​​ବିରୋଧୀ ଶିବିର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ୧୭ ସାଂସଦ ମୁର୍ମୁଙ୍କୁ ସମର୍ଥନ କରି କ୍ରସ୍ ଭୋଟ୍ ଦେଇଛନ୍ତି। ଏଥି ସହିତ, ୧୧୩ ବିଧାୟକ ମଧ୍ୟ କ୍ରସ ଭୋଟିଂ କରିଛନ୍ତି।

କେଉଁଠାରେ କେତେଜଣ ବିଧାୟକ କ୍ରସ ଭୋଟ୍ କରିଛନ୍ତି?:

ବିହାର – ୬
ଅରୁଣାଚଳ ପ୍ରଦେଶ – ୧ ବିଧାୟକ
ଆସାମ – ୨୨
ଛତିଶଗଡ – ୬
ଗୋଆ – ୪
ଗୁଜୁରାଟ – ୧୦
ହରିୟାଣା – ୧
ହିମାଚଳ ପ୍ରଦେଶ – ୨
ଝାଡଖଣ୍ଡ -୧୦
ମଧ୍ୟପ୍ରଦେଶ – ୧୮
ମହାରାଷ୍ଟ୍ର – ୧୬
ମେଘାଳୟ – ୭

ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲେ। ସେମାନେ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛନ୍ତି। ପରାଜୟକୁ ଗ୍ରହଣ କରିବା ସହିତ ସେମାନେ ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସିହ୍ନା କହିଛନ୍ତି ଯେ, ପ୍ରତ୍ୟେକ ଭାରତୀୟ ଆଶା କରନ୍ତି ଯେ, ଦ୍ରୌପଦୀ ମୁର୍ମୁ ଭୟ ଏବଂ ପକ୍ଷପାତ ବିନା ସମ୍ବିଧାନରେ ସଂରକ୍ଷକ ଭାବରେ କାର୍ଯ୍ୟ କରିବେ।

Categories
ଜାତୀୟ ଖବର ବିଶେଷ ଖବର

ଦ୍ଵିତୀୟ ପର୍ଯ୍ୟାୟ ଗଣତି: ବଡ଼ ବିଜୟ ଆଡକୁ ଗତି କରୁଛନ୍ତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଯଶୱନ୍ତ ସିହ୍ନାଙ୍କ ସ୍ଥିତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗଣନା ଚାଲିଛି। ଦ୍ୱିତୀୟ ରାଉଣ୍ଡରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭଲ ଅଗ୍ରଣୀ ହାସଲ କରିଛନ୍ତି ଏବଂ ସେ ଏକ ବଡ ବିଜୟ ଆଡକୁ ଯାଉଥିବା ଜଣାପଡିଛି। ଦ୍ୱିତୀୟ ରାଉଣ୍ଡରେ ଏପର୍ଯ୍ୟନ୍ତ ସମୁଦାୟ ୧୧୩୮ ଭୋଟ ଗଣନା କରାଯାଇଛି, ଯାହାର ମୂଲ୍ୟ ୧ ଲକ୍ଷ ୪୯ ହଜାର ୫୭୫ ଅଟେ। ଏହି ରାଉଣ୍ଡରେ ଦ୍ରୌପଦୀ ମୁର୍ମୁ ୮୦୯ ଭୋଟ୍ ପାଇଛନ୍ତି ଯାହାର ମୂଲ୍ୟ ୧ ଲକ୍ଷ ୫ ହଜାର ୨୯୯ ଏବଂ ଯଶୱନ୍ତ ସିହ୍ନା ୩୨୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୪୪ ହଜାର ୨୭୬ ଅଟେ।

ତେବେ ପ୍ରଥମ ପର୍ଯ୍ୟାୟ ଗଣନାରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ସାଂସଦଙ୍କ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ଭୋଟ୍। ଅନ୍ୟପକ୍ଷରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ୨୦୮ ସାଂସଦଙ୍କ ଭୋଟ୍ ପାଇଥିଲେ, ଯାହାର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ଅଟେ। ସାଂସଦମାନେ ମୋଟ ୭୪୮ ଭୋଟ୍ ଦେଇଥିଲେ, ଯାହାର ମୂଲ୍ୟ ୫ ଲକ୍ଷ ୨୩ ହଜାର ୬୦୦ ଥିଲା।

ଏକାସାଙ୍ଗରେ ସମୁଦାୟ ୧୮୮୬ ଭୋଟ ଗଣନା କରାଯାଇଛି, ଯାହାର ମୂଲ୍ୟ ୬ ଲକ୍ଷ ୭୩ ହଜାର ୧୭୫ ଅଟେ। ଏଥିମଧ୍ୟରୁ ଦ୍ରୌପଦୀ ମୁର୍ମୁ ୧୩୪୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୪ ଲକ୍ଷ ୮୩ ହଜାର ୨୯୯ ଏବଂ ଯଶୱନ୍ତ ସିହ୍ନା ୫୩୭ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୧ ଲକ୍ଷ ୮୯ ହଜାର ୮୭୬ ଅଟେ। ଏପର୍ଯ୍ୟନ୍ତ ଏନଡିଏ ପ୍ରାର୍ଥୀ ଦଦ୍ରୌପଦୀ ମୁର୍ମୁ ମତଦାନର ମୋଟ ଭୋଟର ୭୧.୭୯ ପ୍ରତିଶତ ପାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ୫୪୦ ଭୋଟ, ଜାଣନ୍ତୁ ଜଶୱନ୍ତ ସିହ୍ନାଙ୍କ ସ୍ଥିତି କ’ଣ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନାରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ ଅଛନ୍ତି। ରାଜ୍ୟସଭା ସଚିବ ପିସି ମୋଦୀ କହିଛନ୍ତି ଯେ, ସାଂସଦଙ୍କ ଭୋଟ୍ ଗଣନା କରାଯାଇଛି। ମୋଟ ୭୪୮ ଭୋଟ୍ ଗଣତି ହୋଇଛି, ଯାହାର ମୂଲ୍ୟ ୫ ଲକ୍ଷ ୨୩ ହଜାର ୬୦୦ ଅଟେ। ସେଥିରୁ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ସାଂସଦ ଭୋଟ୍ ଦେଇଛନ୍ତି, ଯାହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ଅଟେ। ସେହିଭଳି ଯଶୱନ୍ତ ସିହ୍ନା ୨୦୮ ସାଂସଦଙ୍କ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ଅଟେ।

ରାଜ୍ୟସଭା ସଚିବ ଜେନେରାଲ ପିସି ମୋଦୀ କହିଛନ୍ତି ଯେ, ମୋଟ ୧୫ ସାଂସଦଙ୍କ ଭୋଟ୍ ନାକଚ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଲୁକା କଳାରେ ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଉ କିଛି ସମୟ ପରେ ପ୍ରକାଶ ପାଇବ ଭାରତର ପରବର୍ତ୍ତି ରାଷ୍ଟ୍ରପତି କିଏ ହେବ। ହେଲେ ଚାରିଆଡେ ସମସ୍ତେ ନିଶ୍ଚିତ ହୋଇଛନ୍ତି ଯେ, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏହି ନିର୍ବାଚନରେ ନିଶ୍ଚିତ ବିଜୟ ଲାଭ କରୁଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ବର୍ତ୍ତମାନ ସାରା ଭାରତ ବର୍ଷରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତାଙ୍କ ରାଇରଂଗପୁର ବାସଭବନରେ ମଧ୍ୟ ଚାଲିଛି ପ୍ରସ୍ତୁତି।

ଏପରି ପରିସ୍ଥିତିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପଛରେ ପଡି ନାହାଁନ୍ତି। ସେ ନିଜର କଳା ମାଧ୍ୟମରେ ଦ୍ରୌପଦୀଙ୍କୁ ସ୍ବାଗତ କରିବା ପାଇଁ ଆଗେଇ ଆସିଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ କରିଛନ୍ତି ଏକ ବାଲୁକା କଳା। ଏଥିରେ ସେ ଦ୍ରୌପଦୀଙ୍କ ଏକ ବାଲୁକା କଳା କରି ସେଥିରେ ଇଂରାଜୀରେ ଲେଖିଛନ୍ତି ବେଷ୍ଟ ୟୁସେସ ଟୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଏଥିସହିତ ସେ ଉପରେ ‘ମେରା ଭାରତ ମହାନ’ ବୋଲି ଲେଖିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିବା ପରେ ପାଳନ ହେବ ବଡ ଉତ୍ସବ, ଜାଣନ୍ତୁ ଏହି ୬ କଥା

ନୂଆଦିଲ୍ଲୀ: ଆଜି ଭାରତର ପରବର୍ତ୍ତି ରାଷ୍ଟ୍ରପତି କିଏ ହେବ ସେ ନେଇ ହେବ ଘୋଷଣା। କାରଣ ଆଜି ହେବ ଭୋଟ ଗଣତି। ଦିନ ୧୧ ଟା ବେଳେ ଏହି ଗଣତି ଆରମ୍ଭ କରାଯିବ। ତେବେ ଏହି ଗଣତି ପୂର୍ବରୁ ଏହା ନିଶ୍ଚିତ ହୋଇଛି ଯେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଶ୍ଚିତ ଜିତିବେ। ସେଥିପାଇଁ ବିଜେପି ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେ ନେଇ ଜାଣନ୍ତୁ ଏହି ୬ଟି କଥା..

୧-ଭୋଟ ଗଣନା ସକାଳ ୧୧ଟାରୁ ସଂସଦ ଗୃହରେ ଆରମ୍ଭ ହେବ। ଅପରାହ୍ନ ପ୍ରାୟ ୪ଟାରେ ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

୨-ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ରୌପଦୀଙ୍କ ତିନିମୁର୍ତ୍ତୀ ମାର୍ଗରେ ଥିବା ତାଙ୍କ ଅସ୍ଥାୟୀ ବାସଭବନକୁ ଅଭିନନ୍ଦନ ଜଣାଇବା ପାଇଁ ଯିବ।

୩-ମୁର୍ମୁଙ୍କ ବିଜୟ ପରେ ବିଜେପି ମୁଖ୍ୟାଳୟରୁ ରାଜପଥ ପର୍ଯ୍ୟନ୍ତ ଦିଲ୍ଲୀ ବିଜେପି ଏକ ରୋଡ୍ ସୋ କରିବାର ଯୋଜନା କରିଛି। ଏହି ଅବସରରେ ବହୁ ବରିଷ୍ଠ ନେତା ଏହି ଶୋଭାଯାତ୍ରାରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

୪-ଫଳାଫଳ ଘୋଷଣା ପରେ ବିଜେପିର ସମସ୍ତ ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ବିଜୟ ଉତ୍ସବ ପାଳନ କରିବାକୁ ଯୋଜନା କରାଯାଇଛି।

୫-ମୁର୍ମୁଙ୍କ ଜନ୍ମସ୍ଥାନ ରାଇରଙ୍ଗପୁର ସହରରେ ୨୦,୦୦୦ ମିଠା ପ୍ରସ୍ତୁତ କରାଯାଇଛି। ଘୋଷଣା ପରେ ତାହା ସାରା ସହରରେ ବଣ୍ଟାଯିବ। ସେହିପରି ଆଦିବାସୀ ନୃତ୍ୟ ଓ ସଂଗୀତରେ ଏକ ବିଜୟ ଶୋଭାଯାତ୍ରା ମଧ୍ୟ କରାଯିବାକୁ ଯୋଜନା କରାଯାଇଛି।

୬-ସେହିପରି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ ତାରିଖରେ ଦେଶର ପରବର୍ତ୍ତି ରାଷ୍ଟ୍ରପତି ଭାବେ ଶପଥ ନେବେ। ସେଦିନ ମଧ୍ୟ ବିଭିନ୍ନ ଉତ୍ସବ ପାଳନ କରିବା ପାଇଁ ବିଜେପି ଯୋଜନା କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଘରେ ଚାଲିଛି ମିଠାଇ ମୋଡା, କାରଣ କଣ ଆପଣ ଜାଣନ୍ତି

ମୟୁରଭଂଜ: ଆସନ୍ତାକାଲି ହେବ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି। ସଂଧ୍ୟା ସୁଦ୍ଧା ଜଣାପଡିବ ଫଳାଫଳ। ତେବେ ଏବେଠାରୁ ଜଣାପଡିସାରିଲାଣି ଯେ, ଦ୍ରୌପଦୀ ମୁର୍ମୁ ଜିତିବା ନିଶ୍ଚିତ। କାରଣ ତାଙ୍କୁ ଯେପରି ଭାବେ ସାରା ଭାରତରୁ ସମର୍ଥନ ମିଳିଛି ତାହାକୁ ହିସାବ କଲେ ସେ ଷାଠିଏ ପ୍ରତିଶତ ଭୋଟ ହାସଲ କରିବେ। ଏହା ଓଡିଶା ପାଇଁ ନିଶ୍ଚିତ ଗର୍ବର ବିଷୟ ହେବ।

ଫଳାଫଳ ପରେ ଆସନ୍ତାକାଲି ସାରା ଓଡିଶା ଖୁସିରେ ନାଚି ଉଠିବ। ସେପରି କ୍ଷେତ୍ରରେ ଖୋଦ ଦ୍ରୌପଦୀଙ୍କ ରାଇରଙ୍ଗପୁର ଅଞ୍ଚଳ କିପରି ବାଦ ପଡିବ। ଆସନ୍ତାକାଲି ନୁହେଁ ଆଜିଠାରୁ ଦ୍ରୌପଦୀଙ୍କ ବାସଭବନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ତାଙ୍କ ଘରେ ବର୍ତ୍ତମାନ ଚାଲିଛି ମିଠାଇ ମୋଡା। ଆସନ୍ତାକାଲି ଫଳାଫଳ ଘୋଷଣା ହେବା ପରେ ସାରା ସହରରେ ବଣ୍ଟାଯିବ ମିଠାଇ। ସେଥିପାଇଁ ରାଇରଙ୍ଗପୁର ଅଞ୍ଚଳ ବାସିନ୍ଦା ଫୁଲ ଦମରେ ଉତ୍ସବ ମନାଇବା ପାଇଁ ଅପେକ୍ଷା କରି ରହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି, ଜାଣନ୍ତୁ କେମିତି ହେବ

ନୂଆଦିଲ୍ଲୀ: ଆସନ୍ତାକାଲି ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା କରାଯିବ। ସଂସଦ ଭବନ ପରିସରରେ ଏହା ଦିନ ୧୧ଟାରେ ଆରମ୍ଭ ହେବ। ଏଥିପାଇଁ ଗତ ସୋମବାର ଦିନ ସଂସଦରେ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମତଦାନ ଅନୁଷ୍ଠିତ ହୋଇଥିଲା। ମତଦାନ ପରେ ଭୋଟ ବାକ୍ସଗୁଡିକୁ ନୂଆଦିଲ୍ଲୀ ସଂସଦ ଭବନକୁ ଅଣାଯାଇଥିଲା। ସେଠାରେ କଡା ସୁରକ୍ଷା ମଧ୍ୟରେ ଏହି ଭୋଟ ବକ୍ସ ରଖାଯାଇଛି।

ବିଭିନ୍ନ ରାଜ୍ୟର ବାଲଟ ବାକ୍ସ ବିମାନରେ ଆସିଥିଲା। ଏଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ବ୍ୟବସ୍ଥା କରାଯାଇଥିଲା। ବାଲଟ ବକ୍ସଟି ସାଥିରେ ଆସୁଥିବା ଅଧିକାରୀ ନିଜ ସିଟ ପାଖରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିପାଇଁ ଅଧିକାରୀଙ୍କ ନାମରେ ଏକ ଇଟି ଟିକେଟ ସହିତ Mr.Ballot Box ନାମରେ ମଧ୍ୟ ଆଉ ଏକ ଟିକେଟ କଟାଯାଇଥିଲା।

ଆସନ୍ତାକାଲି ଭୋଟ ଗଣତି ସକାଳ ୧୧ଟା ବେଳେ ଆରମ୍ଭ ହେବ। ଏଥିପାଇଁ ରାଜ୍ୟସଭା ସଚିବାଳୟର ବରିଷ୍ଠ ଅଧିକାରୀଙ୍କୁ କାଉଣ୍ଟିଂ ଅପିସର ଭାବେ ନିଯୁକ୍ତି ଦିଆଯାଇଛି। ସଂସଦ ସଚିବାଳୟର ମହାସଚିବଙ୍କ ଅନୁସାରେ ନିର୍ବାଚନ କମିଶନର ଯେଉଁମାନଙ୍କୁ ପ୍ରାର୍ଥୀଙ୍କ ପ୍ରତିନିଧି ଭାବେ ଅନୁମତି ଦେଇଥିବେ ସେମାନଙ୍କୁ ଭିତରକୁ ଯିବା ପାଇଁ ଅନୁମତି ଦିଆଯିବ।

ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରକାରର ବାଲଟ ପେପର ବ୍ୟବହାର କରାଯାଇଛି। ସାଂସଦମାନଙ୍କ ପାଇଁ ସବୁଜ ଏବଂ ବିଧାୟକମାନଙ୍କ ପାଇଁ ଗୋଲାପି ରଂଗର ବ୍ୟବହାର କରାଯାଇଛି। ଫଳରେ ଭୋଟ ଗଣତି ବେଳେ ଏହା କେଉଁ ପ୍ରକାରର ଭୋଟ ତାହା ଜଣାପଡିବ। ଏହି ବାଲଟ ପେପର ଗୋଟିଏ ପଟେ ଭୋଟରମାନେ କାହାକୁ ପ୍ରଥମ ପସନ୍ଦ କରିଛନ୍ତି ସେଥିରେ ସେମାନେ ୧ ଏବଂ ଦ୍ବିତୀୟ ପସନ୍ଦରେ ୨ ଲେଖିଛନ୍ତି।

ପ୍ରଥମେ ବାଲଟ ବକ୍ସଗୁଡିକରୁ ବାଲଟ ପେପର ବାହାର କରାଯାଇ ଭ୍ୟାଲିଡ୍ ବାଲଟକୁ ବଛାଯିବ। ଯେଉଁ ଭୋଟଗୁଡିକ ନାକଚ ହୋଇଥିବା ସେଗୁଡିକ ଅଲଗା କରାଯିବ। ଭ୍ୟାଲିଡ ଭୋଟଗୁଡିକର ପ୍ରଥମେ ଗଣତି କରାଯାଇ ତାହାର ମୂଲ୍ୟାୟନ କରାଯିବ। ଏହା ହେଲା ପ୍ରଥମ ରାଉଣ୍ଡ ଗଣତି। ଏହାପରେ ଦ୍ବିତୀୟ ରାଉଣ୍ଡ ଗଣତିରେ ଏହି ସଂଖ୍ୟାଗୁଡିକୁ ମିଶାଯାଇ କିଏ କେତେ ଭୋଟ ପାଇଲେ ତାହା ନିର୍ଦ୍ଧାରିତ କରାଯିବ।

ଯିଏ ସର୍ବାଧିକ ଭୋଟ ହାସଲ କରିଥିବେ ତାଙ୍କୁ ବିଜେତା ଘୋଷଣା କରାଯିବ। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା କିଏ ଦେଶର ପରବର୍ତ୍ତି ରାଷ୍ଟ୍ରପତି ହେବେ ତାହା ଜଣାପଡିଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମହମ୍ମଦ ମୋକିମଙ୍କ ପାଇଁ ପ୍ରକୃତରେ ମାଟି ବଡ ଥିଲା ନା ‘ଅନ୍ୟ ପାର୍ଟି’

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ନିର୍ବାଚନରେ ଓଡିଶାରେ ବେଶ ଚର୍ଚ୍ଚାକୁ ଆସିଥିଲେ କଟକ ବିଧାୟକ ମହମ୍ମଦ ମୋକିମ। କାରଣ ସେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ତାଙ୍କ ଦଳ ତରଫରୁ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଥିଲେ ମଧ୍ୟ ସେ ତାଙ୍କୁ ନ ଦେଇ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଯାହା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି।

ମୋକିମ କହିଛନ୍ତି ଯେ, ସେ ନିଜର ବିବେକ ଅନୁସାରେ ଏବଂ ଓଡିଶା ମାଟିର ଝିଅ ହିସାବରେ ଭୋଟ ଦେଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଯେ ସତରେ ମୋକିମ ଓଡିଶା ମାଟି ପାଇଁ ଭୋଟ ଦେଇଛନ୍ତି ନା ଅନ୍ୟ କୌଣସି ପାର୍ଟିରେ ଯୋଗ ଦେବା ପାଇଁ ଏପରି କରିଛନ୍ତି। ଏହାକୁ ନେଇ ଗତକାଲିଠାରୁ ରାଜ୍ୟ ରାଜନୀତିରେ ସରଗରମ ଆଲୋଚନା ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ, ପ୍ରକୃତରେ ମୋକିମଙ୍କ ମାଟି ବଡ ନା ଅନ୍ୟପାର୍ଟି !

ଏଠାରେ ଦୁଇଟି କଥା ଆଲୋଚନାକୁ ନିଆଯାଇପାରେ। ତାହା ହେଲା ଯେ ଦ୍ରୌପଦୀ ମୁର୍ମୁ ଯଦି ଗୋଟିଏ ଭୋଟରେ ବିଜୟ ଲାଭ କରନ୍ତି, ତେବେ ସମସ୍ତ ଶ୍ରେୟ ମୋକିମଙ୍କ ପାଖକୁ ଯିବ। ସେ ମାଟିକୁ ସମର୍ଥନ କରିଛନ୍ତି ବୋଲି କହିବାକୁ ହେବ। ହେଲେ ବର୍ତ୍ତମାନର ପରିସ୍ଥିତି ଅନୁସାରେ ଦ୍ରୌପଦୀଙ୍କ ପାଖରେ ଜିତିବା ପାଇଁ ଯଥେଷ୍ଠ ଭୋଟ ରହିଛି। ତେଣୁ ତାଙ୍କର ଏହି ଭୋଟଟି କୌଣସି ହିସାବକୁ ଆସିବ ନାହିଁ ବୋଲି ମୋକିମ ଜାଣନ୍ତି। ତଥାପି ସେ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା କାରଣ କଣ ହୋଇପାରେ ବୋଲି ପ୍ରଶ୍ନ ଉଠିଛି।

ଏବେ ମୋକିମଙ୍କ ରାଜନୈତିକ କଥାକୁ ଆସିବା। ସେ ପିସିସି ସଭାପତି ପ୍ରତିଯୋଗୀତାରେ ଥିଲେ। ହେଲେ ତାଙ୍କୁ ସଭାପତି କରାଗଲା ନାହିଁ। ଯେଉଁ ଦିନଠାରୁ ଶରତ ପଟ୍ଟନାୟକଙ୍କୁ ସଭାପତି କରାଗଲା ସେହି ଦିନଠାରୁ ମୋକିମ ଦଳୀୟ କାର୍ଯ୍ୟକ୍ରମରୁ ଏକ ପ୍ରକାରର ଦୂରେଇ ରହିବାରେ ଲାଗିଛନ୍ତି। ତାଙ୍କର ହାବଭାବରୁ ସ୍ପଷ୍ଟ ହୋଇଛି ଯେ, ତାଙ୍କର ଆଉ କଂଗ୍ରେସ ପ୍ରତି ଆଗ୍ରହ ନାହିଁ। ସଭାପତି ନ ହେବାରୁ ସେ ଏକ ପ୍ରକାର କଂଗ୍ରେସରୁ ନିର୍ବାସନ ପରି ରାଜନୈତିକ ଜୀବନ ବିତାଉଛନ୍ତି।

ଏହିସବୁ ପରିସ୍ଥିତକୁ ବିଚାରକୁ ନେଲେ ମୋକିମ ନିଜ ରାସ୍ତା ବାଛିବା ପାଇଁ ପ୍ରଚେଷ୍ଠା ଚଳାଇଛନ୍ତି ବୋଲି ସ୍ପଷ୍ଟ ହୋଇଛି। କାରଣ ଦ୍ରୌପଦୀଙ୍କୁ ଭୋଟ ଦେଇ ମୋକିମ ଗୋଟିଏ ଗୁଳିରେ ତିନୋଟି ଶିକାର କରିଦେଲେ। ଗୋଟିଏ ପଟେ ଏନଡିଏକୁ ଭୋଟ ଦେଇ କଂଗ୍ରେସକୁ ଅସନ୍ତୁଷ୍ଟ କଲେ, ଅନ୍ୟପଟ ଉଭୟ ବିଜେଡି ଓ ବିଜେପିକୁ ଖୁସି କଲେ। ପୁଣି ମାଟି ନାଁ ରେ ଲୋକ ସମର୍ଥନକୁ ମଧ୍ୟ ସୁଦୃଢ କରିବାର ଆଶା ରଖିଲେ।

ସେହି ନ୍ୟାୟରେ ବର୍ତ୍ତମାନ କହିହେବ ଯେ, ମହମ୍ମଦ ମୋକିମଙ୍କ ପାଇଁ ଅନ୍ୟପାର୍ଟି ବଡ, ମାଟି କେବଳ ମାଧ୍ୟମ ମାତ୍ର।

Categories
ଆଜିର ଖବର ଜାତୀୟ ଖବର

ପିପିଇ କିଟ୍ ପିନ୍ଧି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଲେ ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ବେଳେ ସଂସଦ ଭବନରେ ଦେଖାଦେଇଥିଲା ଏକ ଭିନ୍ନ ଦୃଶ୍ୟ। ତାହା ହେଲା କୋରନା ଆକ୍ରାନ୍ତ ଦୁଇ ଜଣ ମନ୍ତ୍ରୀ ଭୋଟ ଦେବା ପାଇଁ ଆସିଥିଲେ। ଉଭୟ ପିପିଇ କିଟ ପରିଧାନ କରି ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରିଥିଲେ। ସେମାନେ ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଶକ୍ତି ମନ୍ତ୍ରୀ ଆର କେ ସିଂ।

ଉଭୟ କିଛି ଦିନ ଧରି କରୋନା ଆକ୍ରାନ୍ତ ଅଛନ୍ତି। ସେ ନେଇ ସେମାନେ ସଂସଦ ସଚିବାଳୟ ଏବଂ ନିର୍ବାଚନ କମିଶନରଙ୍କୁ ଅବଗତ କରାଇଥିଲେ। ସେମାନେ କିପରି ଭୋଟ ଦେବେ ସେ ନେଇ ଅନୁରୋଧ କରିଥିଲେ। ଉଭୟଙ୍କ ଅନୁରୋଧ ପରେ କରୋନା କଟକଣା ଭିତରେ ସେମାନେ ମତଦାନ କରି ସେହି ସ୍ଥାନ ପରିତ୍ୟାଗ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ସରିଲା ରାଷ୍ଟ୍ରପତି ପଦ ପାଇଁ ଭୋଟ, ଜଣଙ୍କ ବ୍ୟତିତ ସବୁ ବିଧାୟକ କଲେ ମତଦାନ

ଭୁବନେଶ୍ବର: ଓଡିଶାରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ। ଏହି ମତଦାନ ପକ୍ରିୟା ଓଡିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ କରାଇଥିଲା। ଆଜି ଦିନ ଦଶଟାରୁ ଆରମ୍ଭ ହୋଇଥିଲା ମତଦାନ। ଏଥିରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ବିଭିନ୍ନ ସମୟରେ ଆସି ନିଜର ଭୋଟ ପ୍ରଦାନ କରିଥିଲେ।

ଏହି ଭୋଟ ଗ୍ରହଣ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ବିଧାୟକମାନଙ୍କୁ ସ୍ବତନ୍ତ୍ର ବାଲଟ ପେପର ଯୋଗାଇ ଦିଆଯାଇଥିଲା। ଏଥିରେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ଦୁଇ ଜଣ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ଯଶବନ୍ତ ସିହ୍ନାଙ୍କ ନାମ ରହିଥିଲା। ଯେଉଁମାନେ ଯାହାକୁ ଭୋଟ ଦେଇଛନ୍ତି ସେମାନେ ଏହି ପ୍ରାର୍ଥୀଙ୍କ ନାମ ପାଖରେ ଏକ ନମ୍ବର ବୋଲି ଲେଖିଛନ୍ତି। ସେଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ସ୍ବତନ୍ତ୍ର ପେନ ଯୋଗାଇ ଦିଆଯାଇଥିଲା।

ଅପରାହ୍ନ ଗୋଟାଏ ବେଳେ ଓଡିଶାର ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୧୪୧ ଜଣ ଭୋଟ ଦେଇଥିଲେ। ଏହାପରେ ଅପରାହ୍ନ ପାଞ୍ଚଟା ସୁଦ୍ଧା ୧୪୫ ଜଣ ଭୋଟ ଦେଇଛନ୍ତି। ଆଉ ଦୁଇଜଣଙ୍କ ମଧ୍ୟରୁ ଜଣେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ସଂସଦରେ ଭୋଟ ଦେଇଛନ୍ତି। ସେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିବାରୁ ସେଠାରେ ଭୋଟ ଦେବା ପାଇଁ ଆବେଦନ କରି ଭୋଟ ଦେଇଥିଲେ।

ତେବେ ଭୋଟ ଦାନରୁ ବିରତ ରହିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସେ ବର୍ତ୍ତମାନ ଜେଲରେ ଥିବାରୁ ଏହି ଭୋଟରେ ଅଂଶ ଗ୍ରହଣ କରିପାରି ନାହାଁନ୍ତି। ସେ ବିଜେଡି ଦଳରୁ ବହିସ୍କୃତ ହୋଇଥିବାରୁ ଭୋଟ ଦେବା ପାଇଁ ଦଳ ତରଫରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ନିଜେ ବିଧାୟକ ଚାହିଁଥିଲେ କୋର୍ଟରେ ଆବେଦନ କରି ଦିନିକିଆ ଜାମିନୀରେ ଆସିପାରି ଥାଆନ୍ତେ। ହେଲେ ନା ପ୍ରଶାନ୍ତ ଜଗଦେବ ନା ବିଜେଡି, କେହି ଆଗ୍ରହ ପ୍ରକାଶ କଲେ ନାହିଁ। ଫଳରେ ସେ ଏକମାତ୍ର ବିଧାୟକ ଭାବେ ଏହି ସର୍ବୋଚ୍ଚ ଗଣତନ୍ତ୍ର ପକ୍ରିୟାରୁ ବାଦ ପଡିଲେ।

Categories
ବିଶେଷ ଖବର

ରାଷ୍ଟ୍ରପତି ନିର୍ବାଚନ: ୧୧ଟି ରାଜ୍ୟ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶରେ ୧୦୦% ବିଧାୟକଙ୍କ ମତଦାନ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଯାଇଛି। ସଂସଦ ଭବନ ସମେତ ୩୦ଟି ରାଜ୍ୟ ବିଧାନସଭାରେ ଭୋଟ୍‌ ଗ୍ରହଣ କରାଯାଇଥିଲା। ଏଥିରେ ଏନସିଟି ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ସାମିଲ ରହିଛି। ଭାରତୀୟ ଗଣତନ୍ତ୍ରରେ ରାଷ୍ଟ୍ରପତିଙ୍କ ନିର୍ବାଚନ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭାବେ ବିବେଚିତ ହୋଇଥାଏ। ସମ୍ବିଧାନର ଅନୁଚ୍ଛେଦ ୩୨୪ରେ ପ୍ରଦତ୍ତ ବ୍ୟବସ୍ଥା ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ଗୋପନୀୟ, ମୁକ୍ତ, ସ୍ବଚ୍ଛ ଭାବେ ରାଷ୍ଟ୍ରପତି ନିର୍ବାଚନର ମତଦାନ  ସମାପନ କରିଛନ୍ତି। ଷୋଡ଼ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଶ୍ରୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ୩୧ଟି ସ୍ଥାନରେ ସକାଳ ୧୦ଟା ଠାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କରାଯାଇଥିଲା।

ସମ୍ବିଧାନର ଅନୁଚ୍ଛେଦ ୫୪ ଅନୁଯାୟୀ, ଭାରତର ରାଷ୍ଟ୍ରପତି ଇଲେକ୍ଟୋରାଲ କଲେଜର ସଦସ୍ୟମାନଙ୍କ ଦ୍ବାରା ନିର୍ବାଚିତ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ସଂସଦର ଉଭୟ ସଦନର ନିର୍ବାଚିତ ସଦସ୍ୟ ଏବଂ ସବୁ ରାଜ୍ୟର ବିଧାନସଭାର ନିର୍ବାଚିତ ସଦସ୍ୟ। ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭାର ନିର୍ବାଚିତ ବିଧାୟକମାନେ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି। ବିଧାନସଭା କିମ୍ବା ସଂସଦକୁ ମନୋନିତ ହୋଇଥିବା ସଦସ୍ୟମାନଙ୍କର ଭୋଟ୍‌ ଦେବାର ଅଧିକାର ନଥାଏ।

ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ନିୟମାବଳୀ ୧୯୭୪ର ନିୟମ ୪୦ ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ଇଲେକ୍ଟୋରାଲ କଲେଜର ସଦସ୍ୟମାନଙ୍କର ତାଲିକା ରଖିଥାନ୍ତି। ଏଥିରେ ରାଜ୍ୟସଭା, ଲୋକସଭା ଏବଂ ବିଧାନସଭାର ସଦସ୍ୟମାନଙ୍କର ନାମ ରହିଥାଏ। ତେବେ ଅଦାଲତଙ୍କ ଆଦେଶ କାରଣରୁ ଆଜି ଦୁଇ ଜଣ ସଦସ୍ୟ ଅନନ୍ତ କୁମାର ସିଂ ଏବଂ ମହେନ୍ଦ୍ର ହରି ଦାଲଭୀ ମତଦାନ କରିପାରିଥିଲେ। ଆହୁରି ରାଜ୍ୟସଭାରେ ଖାଲିଥିବା ୫ଟି ଆସନ ଏବଂ  ରାଜ୍ୟ ବିଧାନସଭାରେ ଖାଲିଥିବା ୬ଟି ଆସନରୁ ମତଦାନ ହୋଇନଥିଲା। ଫଳରେ ଇଲେକ୍ଟୋରାଲ କଲେଜର ୪୭୯୬ ଜଣ ଇଲେକ୍ଟର (ନିର୍ବାଚକ) ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦେଇଥିଲେ।

ନୂଆଦିଲ୍ଲୀର ସଂସଦ ଭବନସ୍ଥିତ କୋଠରୀ ସଂଖ୍ୟା ୬୩ରେ ମତଦାନ ଅନୁଷ୍ଠିତ ହୋଇଥିଲା। ସେହିପରି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ରାଜ୍ୟ ବିଧାନସଭାରେ ମଧ୍ୟ ଭୋଟ ଗ୍ରହଣ କରାଯାଇଥିଲା। ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭାର ସଦସ୍ୟମାନେ ସେମାନଙ୍କ ବିଧାନସଭାରେ ଭୋଟ୍‌ ଦେଇଥିଲେ। ତେବେ, କିଛି ବିଧାୟକ ଏବଂ ସାଂସଦମାନଙ୍କ ପାଇଁ ସେମାନଙ୍କର ନିଜ ଇଚ୍ଛା ମୁତାବକ ସ୍ଥାନରେ ଭୋଟ୍‌ ଦେବାର ବ୍ୟବସ୍ଥା ନିର୍ବାଚନ ଆୟୋଗଙ୍କ ପକ୍ଷରୁ କରାଯାଇଥିଲା। ତଦନୁଯାୟୀ ୪୪ ଜଣ ସାଂସଦଙ୍କୁ ସେମାନଙ୍କ ରାଜ୍ୟ ମୁଖ୍ୟାଳୟରେ ଭୋଟ୍‌ ଦେବାକୁ ଅନୁମତି ମିଳିଥିଲା। ୯ ଜଣ ବିଧାୟକ ସଂସଦ ଭବନରେ ଭୋଟ୍‌ ଦେଇଥିବା ବେଳେ ଅନ୍ୟ ଦୁଇ ଜଣ ବିଧାୟକ ଅନ୍ୟ ରାଜ୍ୟର ମୁଖ୍ୟାଳୟରେ ମତାଧିକାର ସାବ୍ୟସ୍ତ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ୭୭୧ ଜଣ ସଂସଦ ସଦସ୍ୟ ଏବଂ ୪୦୨୫ ଜଣ ବିଧାନସଭା ସଦସ୍ୟ ମତଦାନ କରିଛନ୍ତି । ଆଜି ୯୯% ମତଦାନ ହୋଇଛି । ତେବେ ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ପୁଡୁଚେରୀ, ସିକ୍କିମ ଏବଂ ତାମିଲନାଡ଼ୁରେ ଶତପ୍ରତିଶତ ମତଦାନ ହୋଇଛି।

ସମ୍ପୂର୍ଣ୍ଣ ଗୋପନୀୟ, ମୁକ୍ତ, ସ୍ବଚ୍ଛ ଭାବେ ମତଦାନ କରାଇବା ଲାଗି ନିମ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଥିଲା:

ଭୋଟରମାନେ ଭୋଟ୍‌ ସମୟରେ ମାର୍କିଂ କରିବା ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକକ କ୍ରମିକ ସଂଖ୍ୟା ଥିବା ବାଇଗଣୀ ରଙ୍ଗର କାଳି ଥିବା କଲମ ଯୋଗାଇ ଦିଆଯାଇଥିଲା, ଯାହାଫଳରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ଲାଗି ଅନ୍ୟ କୌଣସି କାଳି ବ୍ୟବହାର ହୋଇପାରିବ ନାହିଁ।

ଭୋଟ୍‌ଦାନ କେନ୍ଦ୍ର ବାହାରେ ମତଦାନର ନିୟମ ଏବଂ ପଦ୍ଧତି ସମ୍ପର୍କରେ ସୂଚନା ଦିଆଯାଇଥିଲା।

ନିର୍ବାଚନ ପାଇଁ ଭୋଟ ଗ୍ରହଣକୁ ସୁଚାରୁ ରୂପେ ସମ୍ପାଦନ କରିବା ଏବଂ ସମନ୍ବୟ ସ୍ଥାପନ କରିବା ଲାଗି ନିର୍ବାଚନ ଅଧିକାରୀ ଏବଂ ସୁରକ୍ଷା ଅଧିକାରୀମାନଙ୍କୁ ନେଇ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରାଯାଇଥିଲା, ଏଥିରେ ରାଜ୍ୟ ମୁଖ୍ୟାଳୟ, ସଂସଦ ଭବନ ଏବଂ ନିର୍ବାଚନ ଆୟୋଗକୁ ସାମିଲ କରାଯାଇଥିଲା।

ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ଏବଂ ଭୋଟ୍‌ ଗ୍ରହଣରେ କୌଣସି ପ୍ରକାର ଅନିୟମିତା ଉପରେ ଦୃଷ୍ଟି ରଖିବା ଲାଗି ସବୁ ଭୋଟ ଗ୍ରହଣ କେନ୍ଦ୍ରରେ ପର୍ଯ୍ୟବେକ୍ଷକମାନଙ୍କୁ ନିୟୋଜିତ କରାଯାଇଥିଲା।

ସଂସଦ ଭବନରେ ଦୁଇ ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିଲେ।

ଷୋଡ଼ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ କେତେକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା :

କୋଭିଡ ସଂକ୍ରମିତ ଇଲେକ୍ଟରଙ୍କ ମତଦାନ ପାଇଁ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ସବୁ ସୁସ୍ଥ ସଦସ୍ୟମାନେ ଭୋଟ୍‌ ଦେଇ ସାରିବା ପରେ ଭୋଟ୍‌ ଗ୍ରହଣର ଶେଷ ଏକ ଘଣ୍ଟାରେ କୋଭିଡ ସଂକ୍ରମିତ ଭୋଟରଙ୍କୁ ମତଦାନ ପାଇଁ ସୁଯୋଗ ମିଳିଥିଲା। ଏହି ବ୍ୟବସ୍ଥା ଅନୁଯାୟୀ ତାମିଲନାଡ଼ୁ ବିଧାନସଭାରେ ଦୁଇ ଜଣ କୋଭିଡ ସଂକ୍ରମିତ ଇଲେକ୍ଟର ଭୋଟ୍‌ ଦେଇଥିଲେ। ସେହିପରି କେରଳର ତିରୁଅନନ୍ତପୁରମରେ ଜଣେ କୋଭିଡ-୧୯ ସଂକ୍ରମିତ ସାଂସଦ ମତଦାନ କରିଥିଲେ।

ଭାରତ ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ ସାମଗ୍ରି ଉପରେ ପ୍ରତିବନ୍ଧ ଲାଗୁ କରାଯାଇଥିବାରୁ ପରିବେଶ ଅନୁକୂଳ ଏବଂ ଜୈବକ୍ଷୟଯୋଗ୍ୟ ସାମଗ୍ରୀ ନିର୍ବାଚନରେ ବ୍ୟବହାର କରିବା ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ବାଚନ ଅଧିକାରୀ ଏବଂ ସହାୟକ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ମେଘାଳୟ ଠାରେ ସବୁଜ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା

ସମ୍ବିଧାନର ଅନୁଚ୍ଛେଦ ୫୫(୩) ଅନୁଯାୟୀ ଭାରତର ରାଷ୍ଟ୍ରପତିଙ୍କ ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ବ ପ୍ରଣାଳୀ ଅନୁଯାୟୀ ଏକକ ପରିବର୍ତ୍ତନଶୀଳ ଭୋଟ ମାଧ୍ୟମରେ ଅନୁଷ୍ଠିତ ହୋଇଥାଏ ଏବଂ ଏପରି ନିର୍ବାଚନରେ ମତଦାନ ଗୋପନୀୟ ବାଲଟ୍‌ ଦ୍ବାରା ହୋଇଥାଏ। ସମ୍ବିଧାନର (୮୪ତମ) ସଂଶୋଧନ ଆଇନ, ୨୦୦୧ରେ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ଯେପର୍ଯ୍ୟନ୍ତ ୨୦୨୬ ପରେ ହେବାକୁ ଥିବା ପ୍ରଥମ ଜନଗଣନାର ପ୍ରାସଙ୍ଗିକ ଜନସଂଖ୍ୟା ତଥ୍ୟ ପ୍ରକାଶିତ ହୋଇନାହିଁ, ସେପର୍ଯ୍ୟନ୍ତ ୧୯୭୧ର ଜନଗଣନା ତଥ୍ୟ ଆଧାରରେ ଜନସଂଖ୍ୟାକୁ ନେଇ ରାଷ୍ଟ୍ରପତି ପଦବୀ ପାଇଁ ଭୋଟ୍‌ ମୂଲ୍ୟ ଗଣନା କରାଯିବ।

ଏଥିପୂର୍ବରୁ ୧୨, ୧୩ ଜୁଲାଇ ୨୦୨୨ରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ଖାଲି ଭୋଟ ବାକ୍ସ ଯୋଗାଇ ଦିଆଯାଇଥିଲା। ନିରାପଦ ଭାବେ, କଡ଼ା ସୁରକ୍ଷା ମଧ୍ୟରେ ଖାଲି ଭୋଟ ବାକ୍ସ ପଠାଇବା ଲାଗି ସମ୍ପୂର୍ଣ୍ଣ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ସେହିପରି ରାଜ୍ୟମାନଙ୍କରୁ ମତଦାନ ହୋଇଥିବା ୩୦ଟି ବାଲଟ ବାକ୍ସ ଫେରାଇ ଆଣିବା ଲାଗି କଡ଼ା ବନ୍ଦୋବସ୍ତ କରାଯାଇଛି। ସବୁ ଭୋଟ୍‌ ବାକ୍ସ ୧୯ ତାରିଖ, ମଙ୍ଗଳବାର ସୁଦ୍ଧା ସଂସଦ ଭବନରେ ପହଞ୍ଚିବ। ଆସନ୍ତା ୨୧ ତାରିଖ ପୂର୍ବାହ୍ନ ୧୧ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ।

Categories
ବିଶେଷ ଖବର

ଶେଷ ହେଲା ରାଷ୍ଟ୍ରପତି ନିର୍ବାଚନ ପାଇଁ ​​ମତଦାନ: ଗୁଜୁରାଟ, ୟୁପି, ଓଡିଶା ଏବଂ ଆସାମରେ ହେଲା କ୍ରସ ଭୋଟିଂ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦରେ ମତଦାନ ଶେଷ ହୋଇଛି। ଭୋଟ୍ ଗଣନା ଜୁଲାଇ ୨୧ ତାରିଖରେ ହେବ। ଏହି ନିର୍ବାଚନରେ ​ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବିରୋଧରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ରାଜ୍ୟସଭା ମହାସଚିବ ପିସି ମୋଦୀ କହିଛନ୍ତି ଯେ, ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ସକାଳ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ ଟାରେ ଶେଷ ହୋଇଛି। ସବୁ ସ୍ଥାନରେ ଶାନ୍ତିପୂର୍ଣ୍ଣ, ବନ୍ଧୁତ୍ୱପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମୋଟ ୯୯.୧୮% ଭୋଟ୍ ରେକର୍ଡ କରାଯାଇଛି।

ରାଷ୍ଟ୍ରପତି ନିର୍ବାଚନରେ ​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ସମସ୍ତ ବରିଷ୍ଠ ନେତା ମତଦାନ କରିଛନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ସାଂସଦ ମନମୋହନ ସିଂ ଭୋଟ୍ ଦେବା ପାଇଁ ହ୍ୱିଲ ଚେୟାରରେ ସଂସଦରେ ପହଞ୍ଚିଥିଲେ।

ରାଷ୍ଟ୍ରପତି ନିର୍ବାଚନରେ ​​ମୋଟ ୮ ସାଂସଦ ଭୋଟ୍ ଦେଇପାରିନଥିଲେ। ସେମାନଙ୍କ ମଧ୍ୟରେ ବିଏସପି ସାଂସଦ ଅତୁଲ କୁମାର ସିଂ ଜେଲରେ ଥିବାବେଳେ ବିଜେପି ସାଂସଦ ସନ୍ନି ଦେଓଲ ବିଦେଶ ଗସ୍ତରେ ଅଛନ୍ତି। ଏମାନଙ୍କ ବ୍ୟତୀତ ଶିବସେନା ସାଂସଦ ଗଜାନନ କୀର୍ତ୍ତିକର, ହେମନ୍ତ ଗୋଡସେ, ବିଏସପି ସାଂସଦ ଫଜଲୁର ରେହମାନ, ସାଦିକ ରେହମାନ ଏବଂ ସୟଦ ଇମତିଆଜ ମଧ୍ୟ ଭୋଟ୍ ଦେଇନାହାଁନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ​​କ୍ରସ୍ ଭୋଟ୍:

ଭୋଟ୍ ସମୟରେ ଆସାମ, ଗୁଜୁରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ କ୍ରସ୍ ଭୋଟିଂ ମଧ୍ୟ ଦେଖିବାକୁ ମିଳିଥିଲା। ଗୁଜୁରାଟ ରାଷ୍ଟ୍ରବାଦୀ କଂଗ୍ରେସ ବିଧାୟକ କନ୍ଧାଲ ଏସ ଜାଡେଜା କହିଛନ୍ତି ଯେ, ସେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ମତ ଦେଇଛନ୍ତି। ଏଥିସହ ଆସାମର AIUDF ବିଧାୟକ କରିମ ଉଦ୍ଦିନ ବାରବୁୟା ଦାବି କରିଛନ୍ତି ଯେ ଆସାମରେ ଅତି କମରେ ୨୦ ଜଣ କଂଗ୍ରେସ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି। ତେବେ କଂଗ୍ରେସ କ୍ରସ ଭୋଟିଂକୁ ପ୍ରତ୍ୟାଖ୍ୟାନ କରିଛି।

ଅକାଳୀ ଦଳ ବିଧାୟକଙ୍କ ବିରୋଧୀ ସ୍ୱର:

ଓଡିଶାରେ କଂଗ୍ରେସ ବିଧାୟକ ମୋହଦ୍ ମୋକିମ ଦାବି କରିଛନ୍ତି ଯେ, ସେ ଜଣେ କଂଗ୍ରେସ ବିଧାୟକ, କିନ୍ତୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ମତ ଦେଇଛନ୍ତି। ସେ ଏହାକୁ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି। ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ଜଣେ ବିଧାୟକ ମଧ୍ୟ କ୍ରସ୍ ଭୋଟିଂ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ସମୟରେ ଅକାଳୀ ବିଧାୟକଙ୍କ ଦଳ ବିରୋଧୀ ସ୍ୱର ମଧ୍ୟ ଦେଖିବାକୁ ମିଳିଥିଲା। ପଞ୍ଜାବରେ ଅକାଳୀ ଦଳ ବିଧାୟକ ମନପ୍ରୀତ ଆୟାଲି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇ ନାହାଁନ୍ତି। ଆୟାଲି କହିଛନ୍ତି ଯେ, ବିଜେପି ସହ ମିଳିତ ହୋଇଥିଲେ ମଧ୍ୟ ପଞ୍ଜାବର ଅନେକ ସମସ୍ୟାର ସମାଧାନ ହୋଇପାରି ନାହିଁ। କିନ୍ତୁ ଅକାଳୀ ଦଳର ସଭାପତି ସୁଖବୀର ବାଦଲ ମୁର୍ମୁଙ୍କୁ ସମର୍ଥନ କରିଥିଲେ।

କଡା ସୁରକ୍ଷା ମଧ୍ୟରେ ଆଜି ସକାଳେ ଦିଲ୍ଲୀ ବିଧାନସଭା ପରିସରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିଲା। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଶିବଚରନ୍ ଗୋୟଲ, ଭାବନା ଗୌର ଏବଂ ବିଜେପି ବିଧାୟକ ମୋହନ ସିଂବିଷ୍ଟ ସକାଳେ ଭୋଟ୍ ଦେଇଛନ୍ତି। ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ AAP ର ୬୨ ଜଣ ବିଧାୟକ ଏବଂ ବାକି ବିଜେପି ବିଧାୟକ ଅଛନ୍ତି। ବିଧାନସଭାରେ ୬୮ ଜଣ ସଦସ୍ୟ ଭୋଟ୍ ଦେଇଥିଲେ ଏବଂ ଦୁଇଜଣ ବିଧାୟକ ଭୋଟ୍ ଦେଇପାରିନଥିଲେ। ମୁସ୍ତାଫାବାଦ ବିଧାୟକ ହାଜି ୟୁନୁସ ହଜ୍ ତୀର୍ଥଯାତ୍ରାରେ ଥିବାବେଳେ ମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ଜେଲରେ ଅଛନ୍ତି, ଯେଉଁଥିପାଇଁ ଉଭୟ ଭୋଟ୍ ଦେଇପାରିନଥିଲେ।

ରାଷ୍ଟ୍ରପତି ନିର୍ବାଚନରେ ​​କିଏ ଭୋଟ୍ ଦିଅନ୍ତି?

ରାଷ୍ଟ୍ରପତି ନିର୍ବାଚନ ନିର୍ବାଚକ ମଣ୍ଡଳର ସଦସ୍ୟମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି, ଯେଉଁଥିରେ ଉଭୟ ସଂସଦର ନିର୍ବାଚିତ ସଦସ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସମେତ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚିତ ସଦସ୍ୟ ରହିଛନ୍ତି। ମୋଟ ୪୮୦୦ ନିର୍ବାଚିତ ସାଂସଦ ଏବଂ ବିଧାୟକ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିଲେ।

ଏଭଳି ହୁଏ ଭୋଟର ମୂଲ୍ୟ:

ଜମ୍ମୁ କାଶ୍ମୀରରେ କୌଣସି ବିଧାନସଭା ନ ଥିବାରୁ ଏଥର ସାଂସଦଙ୍କ ଭୋଟର ମୂଲ୍ୟ ୭୦୮ ରୁ ୭୦୦ କୁ ହ୍ରାସ ପାଇଛି। ବିଧାୟକଙ୍କ ଭୋଟର ମୂଲ୍ୟ ରାଜ୍ୟରେ ଭିନ୍ନ ଅଟେ। ରାଷ୍ଟ୍ରପତି ନିର୍ବାଚନରେ ​​ଉତ୍ତରପ୍ରଦେଶର ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ଅନ୍ୟ ରାଜ୍ୟର ଜଣେ ବିଧାୟକଙ୍କ ତୁଳନାରେ ଅଧିକ। ଉତ୍ତରପ୍ରଦେଶର ବିଧାୟକଙ୍କ ଭୋଟ୍ ମୂଲ୍ୟ ୨୦୮ ହୋଇଥିବାବେଳେ ଝାଡଖଣ୍ଡ ଏବଂ ତାମିଲନାଡୁର ବିଧାୟକଙ୍କ ସଂଖ୍ୟା ୧୭୬ ରହିଛି। ମହାରାଷ୍ଟ୍ରରେ ୧୭୫, ସିକ୍କିମରେ ସାତ, ନାଗାଲାଣ୍ଡରେ ନଅ ଏବଂ ମିଜୋରାମରେ ଆଠ ଅଟେ।

ଜୁଲାଇ ୨୧ ରେ ଭୋଟ୍ ଗଣନା କରାଯିବ:

ଭୋଟ୍ ଗଣନା ସଂସଦ ଗୃହରେ ହୋଇଥାଏ। ଭୋଟ୍ ଗଣନା ଜୁଲାଇ ୨୧ ତାରିଖରେ ହେବ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଯଦି ସେ ନିର୍ବାଚନରେ ​​ଜିତନ୍ତି ଏବଂ ରାଷ୍ଟ୍ରପତି ହୁଅନ୍ତି ତେବେ ସ୍ୱାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ନେତା ହେବେ। ସେ ଦେଶର ପ୍ରଥମ ଆଦିବାସୀ ତଥା ସର୍ବ କନିଷ୍ଠ ରାଷ୍ଟ୍ରପତି ମଧ୍ୟ ହେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହୁଇଲ ଚ୍ୟାୟରରେ ଭୋଟ ଦେବାକୁ ଆସିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ

ନୂଆଦିଲ୍ଲୀ: ବହୁଦିନ ଧରି ହସପିଟାଲରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ସେ ଦିଲ୍ଲୀର ଏକ ହସପିଟାଲରେ ମାସାଧିକ ସମୟ ଧରି ଚିକିତ୍ସିତ ହେଉଛନ୍ତି।

ଦିଲ୍ଲୀରେ ରହୁଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନରେ ସଂସଦ ଭବନରେ ଭୋଟ ଦେବାକୁ ଆବେଦନ କରିଥିଲେ। ସେହି ଅନୁସାରେ ତାଙ୍କୁ ଦିଲ୍ଲୀରେ ଭୋଟ ଦେବାକୁ ଅନୁମତି ଦିଆଯାଇଥିଲା। ଆଜି ସେ ଏକ ହୁଇଲ ଚ୍ୟାୟରରେ ସଂସଦ ଭବନକୁ ଆସି ଭୋଟ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ନିର୍ବାଚନର ଭୋଟ ବେଳେ ବଡ ନିଷ୍ପତି ନେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ। ହେଲେ ଏହି ଭୋଟ ଗ୍ରହଣ ବେଳେ ଏକ ଭିନ୍ନ କଥା ଦେଖିବାକୁ ମିଳିଛି। ତାହା ହେଲା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପଦକ୍ଷେପ। ମୋକିମ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ସିଧା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି।

ସେ ଖୋଲମଖୁଲା କହିଛନ୍ତି ଯେ, ମୋ ବିବେକ ଅନୁସାରେ ଭୋଟ ଦେଇଛି। ମୁଁ ମୋ ବିବେକକୁ ପଚାରିଛି। ସେହିପରି ବିଭିନ୍ନ ଲୋକଙ୍କର ଚାପ ମଧ୍ୟ ଥିଲା। ଓଡିଆ ଝିଅକୁ ସମର୍ଥନ କରନ୍ତୁ ବୋଲି ଅନୁରୋଧ କରୁଥିଲେ। ତେଣୁ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତି କରି ଭୋଟ ଦେଲି। ଦଳୀୟ ତରଫରୁ କୌଣସି ଅଭିଯୋଗ ଆସିଲେ ମୁଁ ଦେଖିବି ବୋଲି ମୋକିମ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ନିର୍ବାଚନ 2022: ବିଧାନସଭାରେ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ପରିସରରେ ଥିବା 54 ନମ୍ବର ରୁମରେ ଭୋଟ ଦେଇଛନ୍ତି। ଆଜା ସାରା ଦେଶରେ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ନିଜକୁ ସାମିଲ କରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆଜି ଓଡିଶାର ସମସ୍ତ ବିଧାୟକ ବିଭିନ୍ନ ସମୟରେ ଆସି ରାଷ୍ଟ୍ରପତି ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।

ଏଥର ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡିଶାର ଦ୍ରୌପଦୀ ମୁର୍ମୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେ ଓଡିଶାର ହୋଇଥିବାରୁ ତାଙ୍କୁ ନବୀନ ପଟ୍ଟନାୟକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛନ୍ତି। ଏପରିକି ଅନ୍ୟ ବିଧାୟକଙ୍କୁ ମଧ୍ୟ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଆଜି ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଏହି ଭୋଟ ଗ୍ରହଣ ଚାଲିବ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରି ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସଂସଦ ଭବନରେ ଆୟୋଜିତ ହୋଇଥିବା ପୁଲିଂ ବୁଥରେ ସେ ଏହି ଭୋଟ ଦେଇଛନ୍ତି। ଆଜି ଦିନ ଦଶଟାରୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଥିଲା। ଏଥିରେ ପ୍ରଥମେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ତାଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ।

ଆଜି ଭୋଟ ଦେବା ପାଇଁ ସଂସଦ ଭବନରେ ସାଂସଦଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ପରେ ସାଂସଦ ତଥା ମନ୍ତ୍ରୀ ଅନୁରାଗ ଠାକୁର, ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏବଂ ପୀୟୁଶ ଗୋୟଲ ପ୍ରମୁଖ ଭୋଟ ଦେଇଥିଲେ। ଆସନ୍ତା 21 ତାରିଖରେ ଭୋଟ ଗଣତି କରାଯିବ।

Categories
ଆଞ୍ଚଳିକ

ଚିଲିକା: ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଲାଗି ସମୂହ ଦୀପଦାନ ଓ ପୂଜାର୍ଚ୍ଚନା

ସୀତାରାମ ଅଗ୍ରୱାଲ

ଚିଲିକା: ଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଜାରି ରହିଥିବାବେଳେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ଜଣାପଡୁଛି। ତେବେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ସାରା ଓଡ଼ିଶାରେ ଭାଜପା ପକ୍ଷରୁ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସମେତ ଦୀପଦାନ କରାଯାଇ ପ୍ରାର୍ଥନା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବିଜେପି ବାଲୁଗାଁ ନଗର ମଣ୍ଡଳ ପକ୍ଷରୁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ସମାନ କାର୍ଯ୍ୟକ୍ରମ କରାଯାଇଛି।

ଆଜି ସକାଳୁ ସ୍ଥାନୀୟ ଶ୍ରୀ ଶ୍ରୀ ଊମାମହେଶ୍ୱର ମନ୍ଦିର ପରିସରରେ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ନେତୃତ୍ୱରେ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମତୀ ମୁର୍ମୁଙ୍କ ବିଜୟ ସମେତ ଦେଶରେ ଉନ୍ନତି ପାଇଁ ପ୍ରାର୍ଥନା କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟା ସ୍ୱପ୍ନା ବଡ଼ଜେନାଙ୍କ ସମେତ ବାଲୁଗାଁ ଏନଏସିର ସମସ୍ତ ବିଜେପି କାଉନସିଲର ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।