ଆଜି ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିବା ପରେ ପାଳନ ହେବ ବଡ ଉତ୍ସବ, ଜାଣନ୍ତୁ ଏହି ୬ କଥା

Published: Jul 21, 2022, 9:17 am IST

ନୂଆଦିଲ୍ଲୀ: ଆଜି ଭାରତର ପରବର୍ତ୍ତି ରାଷ୍ଟ୍ରପତି କିଏ ହେବ ସେ ନେଇ ହେବ ଘୋଷଣା। କାରଣ ଆଜି ହେବ ଭୋଟ ଗଣତି। ଦିନ ୧୧ ଟା ବେଳେ ଏହି ଗଣତି ଆରମ୍ଭ କରାଯିବ। ତେବେ ଏହି ଗଣତି ପୂର୍ବରୁ ଏହା ନିଶ୍ଚିତ ହୋଇଛି ଯେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଶ୍ଚିତ ଜିତିବେ। ସେଥିପାଇଁ ବିଜେପି ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେ ନେଇ ଜାଣନ୍ତୁ ଏହି ୬ଟି କଥା..

୧-ଭୋଟ ଗଣନା ସକାଳ ୧୧ଟାରୁ ସଂସଦ ଗୃହରେ ଆରମ୍ଭ ହେବ। ଅପରାହ୍ନ ପ୍ରାୟ ୪ଟାରେ ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

୨-ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ରୌପଦୀଙ୍କ ତିନିମୁର୍ତ୍ତୀ ମାର୍ଗରେ ଥିବା ତାଙ୍କ ଅସ୍ଥାୟୀ ବାସଭବନକୁ ଅଭିନନ୍ଦନ ଜଣାଇବା ପାଇଁ ଯିବ।

୩-ମୁର୍ମୁଙ୍କ ବିଜୟ ପରେ ବିଜେପି ମୁଖ୍ୟାଳୟରୁ ରାଜପଥ ପର୍ଯ୍ୟନ୍ତ ଦିଲ୍ଲୀ ବିଜେପି ଏକ ରୋଡ୍ ସୋ କରିବାର ଯୋଜନା କରିଛି। ଏହି ଅବସରରେ ବହୁ ବରିଷ୍ଠ ନେତା ଏହି ଶୋଭାଯାତ୍ରାରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

୪-ଫଳାଫଳ ଘୋଷଣା ପରେ ବିଜେପିର ସମସ୍ତ ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ବିଜୟ ଉତ୍ସବ ପାଳନ କରିବାକୁ ଯୋଜନା କରାଯାଇଛି।

୫-ମୁର୍ମୁଙ୍କ ଜନ୍ମସ୍ଥାନ ରାଇରଙ୍ଗପୁର ସହରରେ ୨୦,୦୦୦ ମିଠା ପ୍ରସ୍ତୁତ କରାଯାଇଛି। ଘୋଷଣା ପରେ ତାହା ସାରା ସହରରେ ବଣ୍ଟାଯିବ। ସେହିପରି ଆଦିବାସୀ ନୃତ୍ୟ ଓ ସଂଗୀତରେ ଏକ ବିଜୟ ଶୋଭାଯାତ୍ରା ମଧ୍ୟ କରାଯିବାକୁ ଯୋଜନା କରାଯାଇଛି।

୬-ସେହିପରି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ ତାରିଖରେ ଦେଶର ପରବର୍ତ୍ତି ରାଷ୍ଟ୍ରପତି ଭାବେ ଶପଥ ନେବେ। ସେଦିନ ମଧ୍ୟ ବିଭିନ୍ନ ଉତ୍ସବ ପାଳନ କରିବା ପାଇଁ ବିଜେପି ଯୋଜନା କରିଛି।

Related posts