ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୧୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୧୭୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୪୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୯୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୮୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୩
ବାଲେଶ୍ଵର ଜିଲ୍ଲାରୁ- ୧୮
ବରଗଡ ଜିଲ୍ଲାରୁ- ୩୧
ଭଦ୍ରକ ଜିଲ୍ଲାରୁ- ୧୦
ବଲାଙ୍ଗୀରି ଜିଲ୍ଲାରୁ- ୧୧
ବୌଦ୍ଧ ଜିଲ୍ଲାରୁ- ୧୯
କଟକ ଜିଲ୍ଲାରୁ- ୧୦୪
ଦେବଗଡ ଜିଲ୍ଲାରୁ- ୧୦
ଢେଙ୍କାନାଳ ଜିଲ୍ଲାରୁ- ୧
ଗଜପତି ଜିଲ୍ଲାରୁ- ୪
ଗଞ୍ଜାମ ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୮
ଯାଜପୁର ଜିଲ୍ଲାରୁ- ୩୪
ଝାରସୁଗୁଡା ଜିଲ୍ଲାରୁ- ୧୭
କଳାହାଣ୍ଡି ଜିଲ୍ଲାରୁ- ୩୨
କନ୍ଧମାଳ ଜିଲ୍ଲାରୁ- ୧୩
କେନ୍ଦ୍ରାପଡା ଜିଲ୍ଲାରୁ- ୧୩
କେନ୍ଦୁଝର ଜିଲ୍ଲାରୁ- ୧୨
ଖୋର୍ଦ୍ଧା ଜିଲ୍ଲାରୁ- ୨୫୨
କୋରାପୁଟ ଜିଲ୍ଲାରୁ- ୧୩
ମୟୂରଭଞ୍ଜ ଜିଲ୍ଲାରୁ- ୯୭
ନବରଙ୍ଗପୁର ଜିଲ୍ଲାରୁ- ୯
ନୟାଗଡ ଜିଲ୍ଲାରୁ- ୩୦
ପୁରୀ ଜିଲ୍ଲାରୁ- ୨୦
ରାୟଗଡା ଜିଲ୍ଲାରୁ- ୨୩
ସମ୍ବଲପୁର ଜିଲ୍ଲାରୁ- ୧୧୧
ସୋନପୁର ଜିଲ୍ଲାରୁ- ୧୮
ସୁନ୍ଦରଗଡ ଜିଲ୍ଲାରୁ- ୧୯୪
ଷ୍ଟେଟ ପୁଲରୁ- ୫୭
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୪ ହଜାର ୩୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୪୧ ଏବଂ ବର୍ତ୍ତମାନ ୭୨୪୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।