ସାହସ ଅଛି ତ ସୋନିଆ ଗାନ୍ଧୀଙ୍କ ଜେରାକୁ ସିଧା ପ୍ରସାରଣ କରୁ ଇଡି: ଛତିଶଗଡ ମୁଖ୍ୟମନ୍ତ୍ରୀ

Published: Jul 22, 2022, 12:17 pm IST

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଗୁରୁବାର ଦିନ କେନ୍ଦ୍ର ତଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚ୍ୟାଲେଞ୍ଜ କରିଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଜେରା ସମୟରେ କ୍ୟାମେରା ଲଗାଇ ସିଧା ପ୍ରସାରଣ କରିବାକୁ କହିଛନ୍ତି। ଛତିଶଗଡର ରାଜଧାନୀ ରାୟପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ସମ୍ମୁଖରେ ଶାସକ ଦଳ କଂଗ୍ରେସ ଦ୍ୱାରା ଏକ ପ୍ରତିବାଦକୁ ସମ୍ବୋଧିତ କରି ବଘେଲ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି ବଘେଲ କହିଛନ୍ତି ଯେ, ଯେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜେରା କରାଯାଉଥିଲା, ମୁଁ କହିଥିଲି ଯେଉଁଠାରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରାଯାଉଛି ସେଠାରେ କ୍ୟାମେରା ଲଗାଯିବା ଉଚିତ ଏବଂ ସମସ୍ତ ନ୍ୟୁଜ ଚ୍ୟାନେଲକୁ ଏହାର ଲିଙ୍କ ସେୟାର କରାଯାଉ।= କିମ୍ବା ନ୍ୟୁଜ୍ ଚ୍ୟାନେଲଗୁଡିକର କ୍ୟାମେରାକୁ କୋଠରୀ ଭିତରେ ଅନୁମତି ଦିଆଯିବା ଦିଆଯାଉ। ଇଡିର ପ୍ରଶ୍ନ ଏବଂ ଗାନ୍ଧୀଙ୍କ ଉତ୍ତର ଦେଶବାସୀ ଜାଣିବାକୁ ଚାହୁଁଛନ୍ତି।

Related posts