Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫିଟ୍ ଇଣ୍ଡିଆ କ୍ୱିଜ୍: ଜାତୀୟ ପର୍ଯ୍ୟାୟରେ ଓଡିଶାର ପ୍ରତିନିଧିତ୍ୱ କରିବେ କନିଷ୍କ ଏବଂ ହ୍ୱିପ୍
ଆଜିର ଖବର

ଫିଟ୍ ଇଣ୍ଡିଆ କ୍ୱିଜ୍: ଜାତୀୟ ପର୍ଯ୍ୟାୟରେ ଓଡିଶାର ପ୍ରତିନିଧିତ୍ୱ କରିବେ କନିଷ୍କ ଏବଂ ହ୍ୱିପ୍

July 22, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଫିଟ୍ ଇଣ୍ଡିଆ କ୍ୱିଜ୍, ୨୦୨୧ର ଜାତୀୟ ପର୍ଯ୍ୟାୟ ଖେଳ ଆରମ୍ଭ ହୋଇ ଯାଇଛି। ୩୬ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ରାଜ୍ୟ ସ୍ତରୀୟ ବିଜେତା ଶୀର୍ଷ ସମ୍ମାନ ଏବଂ ବୃହତ୍ ପରିମାଣର ନଗଦ ପୁରସ୍କାର ଗୁଡିକ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
କନିଷ୍କ ଏବଂ ହ୍ୱିପ୍ କୁମାର ବେହେରା, ଡିଏଭି ପବ୍ଲିକ୍ ସ୍କୁଲ୍, ଏନ୍ଟିପିସି ଦୀପଶିଖା କଣିହାଁ, ଅନୁଗୁଳରୁ ଜାତୀୟ ପର୍ଯ୍ୟାୟରେ ଓଡିଶାର ପ୍ରତିନିଧିତ୍ୱ କରିବେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଗତ କାଲି ସନ୍ଧ୍ୟାରେ ମୁମ୍ବାଇ ଠାରେ ଓଡିଶାର ଦୁଇ ଛାତ୍ର ମାନଙ୍କ ସମେତ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ । ସ୍କୁଲ୍ ଗୁଡିକୁ ପ୍ରତ୍ୟେକ ୨,୫୦,୦୦୦ ଟଙ୍କା ଦିଆ ଯାଇଥିବା ବେଳେ ପ୍ରତ୍ୟେକ ଛାତ୍ରଙ୍କୁ ୧୨,୫୦୦ ଟଙ୍କା ଲେଖାଏଁ ପ୍ରଦାନ କରା ଯାଇଥିଲା।

ଫିଟ୍ ଇଣ୍ଡିଆ କ୍ୱିଜର ଶେଷ ପର୍ଯ୍ୟାୟରେ ଭାଗ ନେବା ପାଇଁ ୭୨ ଜଣ ଛାତ୍ର ପ୍ରତିଯୋଗୀ ଏବେ ନିଜ ନିଜର ଶିକ୍ଷକ ମାନଙ୍କ ସହିତ ମୁମ୍ବାଇରେ ଅଛନ୍ତି। ଜାତୀୟ ପର୍ଯ୍ୟାୟର ପ୍ରସାରଣ ଷ୍ଟାର ସ୍ପୋର୍ଟସ ଏବଂ ଜାତୀୟ ଟେଲିଭିଜନ୍ରେ ଏବଂ ଭାରତୀୟ ଖେଳ ପ୍ରାଧିକରଣ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ସାମାଜିକ ମାଧ୍ୟମ ଚ୍ୟାନେଲ୍ ଗୁଡିକରେ ପ୍ରସାରିତ କରାଯିବ।
ଫିଟ୍ ଇଣ୍ଡିଆ କ୍ୱିଜ୍ ୨୦୨୧ର ଜାତୀୟ ପର୍ଯ୍ୟାୟରେ ବିଜୟ ଲାଭ କରିବା ସ୍କୁଲ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଅର୍ଥ ମିଳିବ ଏବଂ ଛାତ୍ର ମାନଙ୍କର ବିଜେତା ଦଳକୁ ୨.୫ ଲକ୍ଷ ଟଙ୍କାର (ପ୍ରତ୍ୟେକଙ୍କୁ ୧.୨୫ ଲକ୍ଷ ଲେଖାଏଁ) ପୁରସ୍କାର ଅର୍ଥ ପ୍ରଦାନ କରାଯିବ।

ପ୍ରଥମ ଉପ – ବିଜେତାଙ୍କୁ ୧୫ ଲକ୍ଷ (ସ୍କୁଲ୍ ନିମନ୍ତେ) ଏବଂ ଛାତ୍ର ମାନଙ୍କୁ ୧.୫ ଲକ୍ଷ ଟଙ୍କା (ପ୍ରତ୍ୟେକ ଛାତ୍ର ନିମନ୍ତେ ୭୫,୦୦୦ ଟଙ୍କା ଲେଖାଏଁ) ଏବଂ ଦ୍ୱିତୀୟ ଉପ-ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା (ସ୍କୁଲ୍ ନିମନ୍ତେ) ଏବଂ ଛାତ୍ର ମାନଙ୍କୁ ୧ ଲକ୍ଷ ଟଙ୍କା (ପ୍ରତ୍ୟେକ ଛାତ୍ର ନିମନ୍ତେ ୫୦,୦୦୦ ଟଙ୍କା ଲେଖାଏଁ) ପ୍ରଦାନ କରାଯିବ।

ଜାତୀୟ ପର୍ଯ୍ୟାୟରେ ନିମ୍ନାନୁସାରେ କ୍ୱାର୍ଟର ଫାଇନାଲ୍, ସେମି ଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।

କ୍ୱାର୍ଟର ଫାଇନାଲ୍

୩୬ଟି ଟିମ୍ ଗୁଡିକୁ ୩ – ୩ ଦଳର ୧୨ଟି ଗୋଷ୍ଠୀରେ ବିଭକ୍ତ କରାଯିବ। ୩ଟି ଦଳ ପରସ୍ପର ସହିତ ପ୍ରତିନ୍ଦ୍ୱନ୍ଦ୍ୱିିତା କରିବେ ଏବଂ ଶୀର୍ଷ ଦଳ ପରସ୍ପର ସହିତ ପ୍ରଦିଦ୍ୱନ୍ଦ୍ୱିତା କରିବେ। (ସମୁଦାୟ ୧୨ ଟି ଦଳ) ସେମି ଫାଇନାଲ୍ ପର୍ଯ୍ୟାୟକୁ ଯିବେ।

ଅବଶିଷ୍ଟ ୨୪ଟି ଦଳ ଗୁଡିକ ମଧ୍ୟରୁ, ୪ ସର୍ବଶ୍ରେଷ୍ଠ ଉପ – ବିଜେତା ଦଳ ମଧ୍ୟ ସେମି ଫାଇନାଲ୍ ପର୍ଯ୍ୟାୟକୁ ଯିବେ ।

ଏହି ଭଳି ଭାବେ ସମୁଦାୟ ୧୬ଟି ଟିମ୍ ସେମି ଫାଇନାଲ୍ ନିମନ୍ତେ ଯୋଗ୍ୟତା ଅର୍ଜନ କରିବେ।

ସେମି ଫାଇନାଲ୍

ସେମି ଫାଇନାଲ୍ରେ ପ୍ରବେଶ କରିଥିବା ୧୬ଟି ଦଳକୁ ପ୍ରତ୍ୟେକ ୪ଟି ଦଳର ୪ଟି ଗୋଷ୍ଠୀରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗୋଷ୍ଠୀରୁ ବିଜେତା ଜାତୀୟ ପର୍ଯ୍ୟାୟ ନିମନ୍ତେ ଆଗକୁ ଯିବେ, ଯାହାର ପ୍ରସାରଣ ଷ୍ଟାର ସ୍ପୋର୍ଟସରେ ହେବ।

ଶେଷ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ୪ଟି ଦଳ ଭାରତରେ ଏକ ନମ୍ବର ହେବା ପାଇଁ ଶୀର୍ଷ ସ୍ଥାନକୁ ସୁରକ୍ଷିତ କରିବା ନିମନ୍ତେ ଫିଟ୍ ଇଣ୍ଡିଆ କ୍ୱିଜ୍ ରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ରାଜ୍ୟ ପର୍ଯ୍ୟାୟ ବିଜେତା

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଗତ କାଲି ସନ୍ଧ୍ୟାରେ ମୁମ୍ବାଇ ଠାରେ ରାଜ୍ୟର ୩୬ଟି ସ୍କୁଲ୍ ଗୁଡିକର ୭୨ ଜଣ ଛାତ୍ର, ଯେଉଁମାନେ ରାଜ୍ୟ ପର୍ଯ୍ୟାୟରେ ବିଜୟ ଲାଭ କରିଥିଲେ ସେମାନଙ୍କୁ ସମ୍ମାନିତ କରିଛନ୍ତି। ଏହି ରାଜ୍ୟ ସ୍ତରୀୟ ବିଜେତା ମାନଙ୍କୁ ୯୯ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଅର୍ଥ ପ୍ରଦାନ କରା ଯାଇଛି।
୩୬୦ଟି ସ୍କୁଲ୍ ଫେବୃଆରୀ ଏବଂ ମାର୍ଚ୍ଚ, ୨୦୨୨ରେ ହୋଇଥିବା ରାଜ୍ୟ ପର୍ଯ୍ୟାୟ ଖେଳରେ ଅଂଶ ଗ୍ରହଣ କରିଥିଲେ। ରାଜ୍ୟ ପର୍ଯ୍ୟାୟର ୩୬ଟି ଦଳ (ପ୍ରତ୍ୟେକ ଦଳରେ ଦୁଇ ଜଣ ଲେଖାଏଁ ଛାତ୍ର) ଏବଂ ସେମାନଙ୍କ ସ୍କୁଲ୍ ପ୍ରତିନିଧି ମାନଙ୍କୁ ପୁରସ୍କାର ଅର୍ଥ ଦେଇ ସମ୍ମାନିତ କରା ଯାଇଛି, ପ୍ରତ୍ୟେକ ସ୍କୁଲ୍କୁ ୨,୫୦,୦୦୦ ଟଙ୍କା ଏବଂ ଦୁଇ ଛାତ୍ରଙ୍କୁ ପ୍ରତ୍ୟେକ ୧୨,୫୦୦ ଟଙ୍କା ଲେଖାଏଁ ପ୍ରଦାନ କରା ଯାଇଛି।

ଛାତ୍ର ମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ, “ଫିଟ୍ ଇଣ୍ଡିଆ କ୍ୱିଜ୍” ଫିଟ୍ ଇଣ୍ଡିଆ ମୁଭ୍ମେଂଟ (ସୁସ୍ଥ ଭାରତ ଆନ୍ଦୋଳନ)କୁ ଅଧିକ ପ୍ରୋତ୍ସାହିତ କରିବ, କ୍ରୀଡା ଏବଂ ଫିଟ୍ନେସ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବ, ଯାହା ଫଳରେ ସୁସ୍ଥ ଏବଂ ଫିଟ୍ ଭାରତର ନିର୍ମାଣ ହେବ, ଯାହା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଳ୍ପନା କରିଥିଲେ।” ସେ କହିଥିଲେ, “ଆପଣ ମାନଙ୍କ ମଧ୍ୟରୁ ପ୍ରତ୍ୟେକ ଏବେ ଖେଳ ଏବଂ ଫିଟ୍ନେସ୍ର ରାଷ୍ଟ୍ରଦୂତ ଅଟନ୍ତି” ଏବଂ ଛାତ୍ର ମାନଙ୍କୁ ଫିଟ୍ ଇଣ୍ଡିଆ ମୋବାଇଲ୍ ଆପ୍ ମାଧ୍ୟମରେ ଏହି ବାର୍ତାର ପ୍ରସାର କରିବା ପାଇଁ ମଧ୍ୟ ସେ କହିଥିଲେ।

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଡିଏଭି ପବ୍ଲିକ୍ ସ୍କୁଲ୍, ଏନ୍ଟିପିସି, ଦୀପଶିଖା କଣିହାଁ, ଅନୁଗୁଳର ଛାତ୍ର କନିଷ୍କ ଏବଂ ହ୍ୱିପ୍ କୁମାର ବେହେରାଙ୍କୁ ସମ୍ମାନିତ କରିଛନ୍ତି।

ଫିଟ୍ ଇଣ୍ଡିଆ କ୍ୱିଜ୍ ସମ୍ପର୍କରେ

ଭାରତର ସମୃଦ୍ଧ କ୍ରୀଡା ଇତିହାସ ସମ୍ପର୍କରେ ଛାତ୍ର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ କରା ଯାଇଥିବା, ଫିଟ୍ ଇଣ୍ଡିଆ କ୍ୱିଜ୍ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୬,୨୯୯ ଛାତ୍ର ମାନଙ୍କର ଭାଗିଦାରୀତା ଦେଖିବାକୁ ମିଳିଥିଲା, ଯେଉଁଠାରେ ୧୩,୫୦୦ଟି ସ୍କୁଲ୍ ଜାତୀୟ ପରୀକ୍ଷଣ ଏଜେନ୍ସି (ଏନ୍ଟିଏ) ଦ୍ୱାରା ଆୟୋଜିତ ଏକ ଅନ୍ଲାଇନ୍ ପ୍ଲାଟଫର୍ମ (ମଂଚ)ରେ ପ୍ରତିଦନ୍ଦ୍ୱିତା କରିଥିଲେ।

ଏଥିରେ ବଛା ହୋଇଥିବା ୩୬୦ଟି ସ୍କୁଲ୍ ଗୁଡିକ ରାଜ୍ୟ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସ୍ତରୀୟ କ୍ୱାର୍ଟର ଫାଇନାଲ୍ ଏବଂ ସେମି ଫାଇନାଲ୍ ପର୍ଯ୍ୟାୟର ଏକ ଶୃଙ୍ଖଳା ପରେ, ଜାତୀୟ ଶେଷ ପର୍ଯ୍ୟାୟରେ ଭାଗ ନେବା ନିମନ୍ତେ ୩୬ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ଫାଇନାଲିଷ୍ଟ ମାନଙ୍କୁ ଚିହ୍ନଟ କରା ଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ ଶହୀଦ ସ୍ମାରକୀ ଦିବସରେ ବୀର ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

October 21, 2025

ପୂର୍ବ ତଟ ରେଳପଥ ମହାପ୍ରବନ୍ଧଙ୍କ ବ୍ୟାପକ ଯାତ୍ରୀ ସୁବିଧା ଏବଂ ସୁରକ୍ଷା ଅଭିଯାନର ସମୀକ୍ଷା

October 21, 2025

ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି

October 21, 2025

ନୂଆପଡ଼ା ଉପ-ନିର୍ବାଚନ: ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

October 21, 2025
Latest News

ପୋଲିସ ଶହୀଦ ସ୍ମାରକୀ ଦିବସରେ ବୀର ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

October 21, 2025

ପୂର୍ବ ତଟ ରେଳପଥ ମହାପ୍ରବନ୍ଧଙ୍କ ବ୍ୟାପକ ଯାତ୍ରୀ ସୁବିଧା ଏବଂ ସୁରକ୍ଷା ଅଭିଯାନର ସମୀକ୍ଷା

October 21, 2025

ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି

October 21, 2025

ନୂଆପଡ଼ା ଉପ-ନିର୍ବାଚନ: ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

October 21, 2025

ପୋଲିସ ସ୍ମୃତି ଦିବସ: ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.