ପ୍ରତିଶୃତି ପୂରଣ କଲା ପଞ୍ଜାବ ସରକାର: ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପାଇଁ ସର୍କୁଲାର୍ ଜାରି

Published: Jul 23, 2022, 5:25 pm IST

ନୂଆଦିଲ୍ଲୀ: ଦିଲ୍ଲୀ ପରି ପଞ୍ଜାବ ସରକାର ମଧ୍ୟ ରାଜ୍ୟବାସୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇଦେବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ପଞ୍ଜାବର ଆପ୍ ସରକାର ଏଠାରେ ଥିବା ଲୋକଙ୍କୁ ମାଗଣା ବିଦ୍ୟୁତ ଯୋଗାଇବା ପାଇଁ ଏକ ସର୍କୁଲାର ଜାରି କରିଛନ୍ତି। ଏହି ସର୍କୁଲାର ଅଧୀନରେ ପ୍ରତି ମାସରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଉପଲବ୍ଧ ହେବ। ସେହିଭଳି ଗୋଟିଏ ବିଲରେ ୬୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ଦିଆଯିବ।

ସୂଚନାଯୋଗ୍ୟ ଯେ, ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ପଞ୍ଜାବର ଭଗବନ୍ତ ମନ ସରକାର ଆମ୍ ଆଦମୀ ପାର୍ଟି (AAP) ଦ୍ୱାରା ମାଗଣା ବିଦ୍ୟୁତ୍ ପ୍ରତିଶୃତି ଦେଇଥିଲେ। ଖାଲି ସେତିକି ନୁହେଁ, ଭଗବନ୍ତ ମନ ସରକାର ପଞ୍ଜାବର ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବର ଆପ୍ ସରକାର ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ଏକ ସର୍କୁଲାର ଜାରି କରି ପ୍ରତିଶ୍ରୁତି ପାଳନ କରିଛନ୍ତି। ସର୍କୁଲାରରେ କୁହାଯାଇଛି ଯେ, ପଞ୍ଜାବର ଲୋକମାନେ ପ୍ରତି ମାସରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବେ। ଏଥିରେ କେବଳ ଗୋଟିଏ ବିଲରେ ୬୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ଦେବାର ବ୍ୟବସ୍ଥା ଅଛି। କିନ୍ତୁ ଯଦି ବିଲରେ ୬୦୦ ରୁ ଅଧିକ ୟୁନିଟ୍ ଆସେ, ଗ୍ରାହକଙ୍କୁ ସମସ୍ତ ୟୁନିଟ୍ ମୂଲ୍ୟ ଦେବାକୁ ପଡିବ। ଏହାପୂର୍ବରୁ ଏସସି, ବିସି ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତର ସୁବିଧା ପାଇଥିଲେ।

Related posts