ଆଜି ରାଜ୍ୟରେ ହ୍ରାସ ପାଇଲା ସଂକ୍ରମଣ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଚିହ୍ନଟ

Published: Jul 25, 2022, 9:56 am IST

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୭୩୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୯୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୩୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୦୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୨

ବାଲେଶ୍ଵର ଜିଲ୍ଲାରୁ- ୮

ବରଗଡ ଜିଲ୍ଲାରୁ- ୨୦

ଭଦ୍ରକ ଜିଲ୍ଲାରୁ- ୩

ବଲାଙ୍ଗୀରି ଜିଲ୍ଲାରୁ- ୧୭

ବୌଦ୍ଧ ଜିଲ୍ଲାରୁ- ୯

କଟକ ଜିଲ୍ଲାରୁ- ୩୪

ଦେବଗଡ ଜିଲ୍ଲାରୁ- ୨

ଢେଙ୍କାନାଳ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୭

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୪

ଯାଜପୁର ଜିଲ୍ଲାରୁ- ୪

ଝାରସୁଗୁଡା ଜିଲ୍ଲାରୁ- ୧୮

କଳାହାଣ୍ଡି ଜିଲ୍ଲାରୁ- ୧୦

କନ୍ଧମାଳ ଜିଲ୍ଲାରୁ- ୧୧

କେନ୍ଦ୍ରାପଡା ଜିଲ୍ଲାରୁ- ୫

କେନ୍ଦୁଝର ଜିଲ୍ଲାରୁ- ୧୨

ଖୋର୍ଦ୍ଧା ଜିଲ୍ଲାରୁ- ୧୩୮

କୋରାପୁଟ ଜିଲ୍ଲାରୁ- ୧୨

ମୟୂରଭଞ୍ଜ ଜିଲ୍ଲାରୁ- ୮୪

ନବରଙ୍ଗପୁର ଜିଲ୍ଲାରୁ- ୯

ନୟାଗଡ ଜିଲ୍ଲାରୁ- ୨୨

ନୂଆପଡା ଜିଲ୍ଲାରୁ- ୮

ପୁରୀ ଜିଲ୍ଲାରୁ- ୧୧

ରାୟଗଡା ଜିଲ୍ଲାରୁ- ୧୫

ସମ୍ବଲପୁର ଜିଲ୍ଲାରୁ- ୧୧୩

ସୋନପୁର ଜିଲ୍ଲାରୁ- ୧୫

ସୁନ୍ଦରଗଡ ଜିଲ୍ଲାରୁ- ୧୧୪

ଷ୍ଟେଟ ପୁଲରୁ- ୩୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୭ ହଜାର ୨୪୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୬୬୩ ଏବଂ ବର୍ତ୍ତମାନ ୭୪୦୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts