‘ବଙ୍ଗ ବିଭୂଷଣ’ ପୁରସ୍କାର ଗ୍ରହଣ କରିବାକୁ ମନା କଲେ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍, ଜାଣନ୍ତୁ କାରଣ

Published: Jul 25, 2022, 12:13 pm IST

କଲିକତା: ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍ ପଶ୍ଚିମବଙ୍ଗ ସରକାର ଦେଇଥିବା ସର୍ବୋଚ୍ଚ ନାଗରିକ ପୁରସ୍କାର ‘ବଙ୍ଗ ବିଭୂଷଣ’ ଗ୍ରହଣ କରିବେ ନାହିଁ। ରବିବାର ଦିନ ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସେନ୍ ଜଣାଇ ସାରିଛନ୍ତି।

ସୂଚନାଯୋଗ୍ୟ ଯେ, ସୋମବାର ଦିନ କୋଲକାତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ। ଜଣେ ପରିବାର ସଦସ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ୮୮ ବର୍ଷିୟ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍ ବର୍ତ୍ତମାନ ୟୁରୋପରେ ଅଛନ୍ତି।

ପରିବାର ସୂତ୍ରରୁ ପ୍ରକାଶ ଯେ, ପ୍ରାୟ ୧୦ ଦିନ ପୂର୍ବରୁ ବ୍ରିଟେନ ଯାଇଥିବା ସେନ ରାଜ୍ୟ ସରକାରଙ୍କୁ ସୂଚନା ଦେଇଛନ୍ତି ଯେ ଯେଉଁ ଦିନ ପୁରସ୍କାର ପ୍ରଦାନ କରାଯିବ ସେ ଦିନ ସେ ଭାରତରେ ରହିବେ ନାହିଁ ଏବଂ ଏହାକୁ ଅନ୍ୟ କାହାକୁ ଦିଆଯିବା ଉଚିତ। “ଯେତେବେଳେ ତାଙ୍କୁ ସୂଚନା ଦିଆଯାଇଥିଲା, ସେ ସ୍ପଷ୍ଟ କରିଛନ୍ତି ଯେ ସେ ଭାରତରେ ରହିବେ ନାହିଁ ଏବଂ ଏହାକୁ ଗ୍ରହଣ କରିପାରିବେ ନାହିଁ। ତେଣୁ ଏହାକୁ ଅନ୍ୟ କାହାକୁ ଦେବା ଭଲ ହେବ।”

ପ୍ରକାଶ ଯୋଗ୍ୟ ଯେ, ବଙ୍ଗ ବିଭୂଷଣ ସମ୍ମାନ ପାଇଁ ଅମର୍ତ୍ତ୍ୟ ସେନଙ୍କ ନାମ ଶନିବାର ଦିନ ଘୋଷଣା କରାଯାଇଥିଲା।

Related posts