କରୋନାରେ ଆକ୍ରାନ୍ତ ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

Published: Jul 26, 2022, 11:27 am IST

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ପଜିଟିଭ୍ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଗତ ଦୁଇ ତିନି ଦିନ ଧରି ମୁଖ୍ୟମନ୍ତ୍ରୀ ଅସୁସ୍ଥ ଅନୁଭବ କରୁଛନ୍ତି। ଗତକାଲି ସେ ତାଙ୍କର କରୋନା ପରୀକ୍ଷା କରିଥିଲେ, ଯେଉଁଥିରେ ତାଙ୍କୁ କୋଭିଡ ପଜିଟିଭ୍ ବୋଲି ଜଣାପଡିଛି।

ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଏକାକୀ ରହିବେ ଏବଂ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ଗତ ଦୁଇ-ତିନି ଦିନ ମଧ୍ୟରେ ତାଙ୍କ ସହ ଯୋଗାଯୋଗ କରିଛନ୍ତି ସେମାନେ ସେମାନଙ୍କର କରୋନା ପରୀକ୍ଷା କରିବା ଉଚିତ୍।

ଉଲ୍ଲେଖନୀୟ କଥା ହେଉଛି, ଅସୁସ୍ଥତା କାରଣରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗ ଦେଇପାରିନଥିଲେ।

Related posts