
ନୂଆଦିଲ୍ଲୀ: ଭାରତରେ ନୂତନ କୋଭିଡ ମାମଲାରେ ୨୩.୫% ଲମ୍ଫ ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୩୧୩ ଟି ନୂଆ ମାମଲା ରୁଜୁ ହୋଇଛି। ଏହି ଅବଧିରେ କରୋନା ଜୀବାଣୁ ଯୋଗୁଁ ୫୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ କୋରୋନାର ମୋଟ ସକ୍ରିୟ ମାମଲା ୧ ଲକ୍ଷ ୪୫ ହଜାର ୨୬ ରେ ପହଞ୍ଚିଛି।
ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୨୦ ହଜାର ୭୪୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ସମୁଦାୟ ୪ କୋଟି ୩୯ ଲକ୍ଷ ୩୮ ହଜାର ୭୬୪ ଲୋକ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିମଧ୍ୟରୁ ୫ ଲକ୍ଷ ୨୬ ହଜାର ୧୬୭ ଜଣଙ୍କର ଏହି ଜୀବାଣୁ ଯୋଗୁଁ ମୃତ୍ୟୁ ଘଟିଛି।