Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ଯ୍ୟ ଦକ୍ଷତା ପାଇଁ ୨୮୫ କର୍ମଚାରୀଙ୍କୁ ସମ୍ମାନିତ କରିବ ପୂର୍ବତଟ ରେଳପଥ
ଆଜିର ଖବର

କାର୍ଯ୍ୟ ଦକ୍ଷତା ପାଇଁ ୨୮୫ କର୍ମଚାରୀଙ୍କୁ ସମ୍ମାନିତ କରିବ ପୂର୍ବତଟ ରେଳପଥ

July 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ
ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ଆଜି ଅପରାହ୍ନରେ ୨୮୫ ରେଳ କର୍ମଚାରୀଙ୍କୁ ସେମାନଙ୍କର ଅତ୍ସର୍ଗିକୃତ ସେବା, ପ୍ରଗତିଶୀଳ ମନୋଭାବ ସହ ସେମାନଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠା ଏବଂ କାର୍ଯ୍ୟ ଦକ୍ଷତା ପାଇଁ ଭୁବନେଶ୍ୱରର ରେଳ ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ୬୭ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ କରିବ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏହି ଉତ୍ସବରେ ଯୋଗଦେଇ ଦକ୍ଷ କର୍ମଚାରୀମାନଙ୍କୁ ସମ୍ମାନିତ କରିବେ। ବ୍ୟକ୍ତିଗତ ପୁରସ୍କାର ବ୍ୟତୀତ, ଶ୍ରେଷ୍ଠ ମେଜର୍ କ୍ଲିନ୍ ଷ୍ଟେସନ୍, ଶ୍ରେଷ୍ଠ ମାଇନର୍ କ୍ଲିନ୍ ଷ୍ଟେସନ୍, ସାମଗ୍ରିକ ଦକ୍ଷତା, ବୈଦ୍ୟୁତିକ ଅଣ ଟ୍ରାକ୍ସନ୍ ଶକ୍ତି ପରିଚାଳନା, ପରିବେଶ ଏବଂ ହାଉସ କିପିଙ୍ଗ ପରିଚାଳନା, ସର୍ଭେ ଏବଂ ନିର୍ମାଣ, ସ୍କ୍ରାପ୍ ନିଷ୍କାସନ, ଷ୍ଟୋର ଏବଂ କୋଚିଂ ଡିପୋ, ବାଣିଜ୍ୟିକ, ଅପରେଟିଂ, ସୁରକ୍ଷା, ନିରାପତ୍ତା, ୱାଗନ୍ ରକ୍ଷଣାବେକ୍ଷଣ, ସିଭିଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଟ୍ରାକ୍ସନ୍, ଫାଇନାନ୍ସ, ସିଗନାଲ୍ ଆଣ୍ଡ ଟେଲିକମ୍, ରାଜଭାଷା, କ୍ରୀଡା, ମେକାନିକାଲ୍, କାର୍ମୀକ ଏବଂ ଆଇନ ସମ୍ବନ୍ଧୀୟ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ପୂର୍ବତଟ ରେଳପଥର ବିଭିନ୍ନ ରେଳବାଇ ୟୁନିଟ ଗୁଡିକୁ ପୁରସ୍କୃତ କରାଯିବ।

ପୂର୍ବତଟ ରେଳପଥର ସମସ୍ତ ତିନିଟି ରେଳମଣ୍ଡଳ ଯଥା ୱାଲଟିୟର, ଖୋର୍ଦ୍ଧା ରୋଡ଼ ଓ ସମ୍ବଲପୁର ସହିତ ସଵାରୀ ଡବା ମରାମତି କାରଖାନା ଏବଂ ଭୁବନେଶ୍ୱରସ୍ଥ ମୁଖ୍ୟାଳୟର କୃତି କର୍ମଚାରୀ ମାନେ ଏହି ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ପୂର୍ବ ତଟ ରେଳପଥ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱର ରେଳ ଅଡିଟୋରିୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Latest News

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.