Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋଟର ତାଲିକାରେ ସ୍ଥାନ ପାଇବା ପାଇଁ ଯୁବପୀଢିଙ୍କୁ ବର୍ଷକୁ ଚାରିଟି ସୁଯୋଗ
ଆଜିର ଖବର

ଭୋଟର ତାଲିକାରେ ସ୍ଥାନ ପାଇବା ପାଇଁ ଯୁବପୀଢିଙ୍କୁ ବର୍ଷକୁ ଚାରିଟି ସୁଯୋଗ

July 28, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୧୭+ ବର୍ଷର ଯୁବପୀଢି ଭୋଟର ତାଲିକାରେ ସେମାନଙ୍କ ନାମ ସାମିଲ କରିବା ପାଇଁ ଆଗୁଆ ଆବେଦନ କରିପାରିବେ ଓ ସେମାନଙ୍କୁ ୧୮ ବର୍ଷ ହେବା ପରର ଜାନୁୟାରୀ ୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଓ ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତୀୟ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟର ସିଇଓ/ଇଆରଓ/ଏଇଆରଓଙ୍କୁ କେବଳ ଜାନୁୟାରୀ ୧ ନୁହେଁ ବରଂ ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ରେ ମଧ୍ୟ ଆଗୁଆ ଆବେଦନ ଦାଖଲ ପାଇଁ ଯୁବପୀଢିଙ୍କୁ ପ୍ରଯୁକ୍ତିଗତ ସମାଧାନ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ଠାରୁ ଭୋଟର ତାଲିକା ପ୍ରତି ତିନି ମାସରେ ଅପଡେଟ ହେବ ଓ ସେହି ବର୍ଷର ପ୍ରତି ତିନି ମାସରେ ୧୮ ବର୍ଷ ବୟସ୍କ ହେଉଥିବା ଯୋଗ୍ୟ ଯୁବପୀଢିଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ କରିପାରିବେ। ପଞ୍ଜିକୃତ ହେବା ପରେ ସେମାନଙ୍କୁ ଏକ ଭୋଟର ଫଟୋ ପରିଚୟପତ୍ର (ଇପିଆଇସି) ଜାରି କରାଯିବ। ଭୋଟର ତାଲିକା, ୨୦୨୩ର ବାର୍ଷିକ ସଂଶୋଧନର ଚଳନ୍ତି ପର୍ଯ୍ୟାୟ ପାଇଁ ୨୦୨୩ର ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ରେ ୧୮ ବର୍ଷର ନାଗରିକ ଖସଡା ଭୋଟର ତାଲିକା ପ୍ରକାଶନ ପୂର୍ବରୁ ଭୋଟର ଭାବେ ପଞ୍ଜିକରଣ ପାଇଁ ଆଗୁଆ ଆବେଦନ କରିପାରିବେ।

ଜନପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୧୪ବି ଅନୁଯାୟୀ ଓ ଭୋଟର ପଞ୍ଜିକରଣ ଅଧିନିୟମ, ୧୯୬୦ରେ ହୋଇଥିବା ସଂଶୋଧନ ଅନୁଯାୟୀ ଭାରତୀୟ ନିର୍ବାଚନ ଆୟୋଗ ବିଧାନସଭା/ଲୋକସଭା ନିର୍ବାଚନ କ୍ଷେତ୍ରଗୁଡିକର ଭୋଟର ତାଲିକା ପ୍ରସ୍ତୁତି/ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ନିର୍ବାଚନ ଆୟୋଗଙ୍କ ସୁପାରିଶ ଅନୁଯାୟୀ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ନିକଟରେ ଜନପ୍ରତିନିଧି ଆଇନରେ ସଂଶୋଧନ କରି ଭୋଟର ତାଲିକାରେ ଯୁବପୀଢିଙ୍କୁ ସାମିଲ କରିବାକୁ ପୂର୍ବର ଗୋଟିଏ ତାରିଖ ଜାନୁୟାରୀ ୧ ବଦଳରେ ଚାରିଟି ତାରିଖ ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧କୁ ସାମିଲ କରିଛନ୍ତି।

ପ୍ରଚଳିତ ନୀତି ଅନୁଯାୟୀ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଜାନୁୟାରୀ ୧କୁ ଭିତ୍ତି କରି ପ୍ରତି ବର୍ଷ ଶେଷ ତିନି ମାସରେ ଭୋଟର ତାଲିକା ସଂଶୋଧନ ହୋଇଥାଏ, ଯେପରି ପର ବର୍ଷ ଜାନୁୟାରୀ ମାସ ପ୍ରଥମ ସପ୍ତାହରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇପାରିବ। ଫଳରେ ଜାନୁୟାରୀ ୧ ପରେ ୧୮ ବର୍ଷ ପୂରଣ କରୁଥିବା ବହୁସଂଖ୍ୟକ ଯୁବପୀଢିଙ୍କୁ ପର ବର୍ଷର ସ୍ୱତନ୍ତ୍ର ସଂଶୋଧନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ। ଯାହାଦ୍ୱାରା ସେମାନେ ଏହି ସମୟ ମଧ୍ୟରେ କୌଣସି ନିର୍ବାଚନରେ ଭାଗ ନେଇପାରନ୍ତି ନାହିଁ।

ସେହିପରି ପଞ୍ଜିକରଣ ଫର୍ମକୁ ମଧ୍ୟ ଆୟୋଗଙ୍କ ପକ୍ଷରୁ ସରଳ ଓ ବ୍ୟବହାର ଉପଯୋଗୀ କରାଯାଇଛି। ଅଗଷ୍ଟ ୧, ୨୦୨୨ ଠାରୁ ନୂତନ ପରିବର୍ତ୍ତିତ ଫର୍ମ ଲାଗୁ ହେବ। ଅଗଷ୍ଟ ୧, ୨୦୨୨ ପୂର୍ବରୁ ପ୍ରଚଳିତ ଫର୍ମରେ ପ୍ରାପ୍ତ ସମସ୍ତ ଆବେଦନ (ଦାବି ଓ ଆପତ୍ତି)କୁ ବିବେଚନା କରାଯିବ ଓ ଏଥିପାଇଁ ନୂଆ ଫର୍ମରେ ଆବେଦନ କରିବାର ଆବଶ୍ୟକତା ନାହିଁ।

ମତଦାନ ହେବାକୁ ଥିବା ରାଜ୍ୟଗୁଡିକୁ ବାଦ ଦେଇ ଅନ୍ୟ ରାଜ୍ୟଗୁଡିକୁ ୧. ୧.୨୦୨୩ରୁ ବାର୍ଷିକ ସଂଶୋଧନ ପାଇଁ ଆୟୋଗ ଆଦେଶ ଦେଇଛନ୍ତି। ସଂଶୋଧନ ପୂର୍ବର ସମସ୍ତ କାର୍ଯ୍ୟବିଧି ଆୟୋଗଙ୍କ ବର୍ତ୍ତମାନର ଦିଶାନିର୍ଦ୍ଦେଶ ଓ ଭୋଟର ତାଲିକା ମାନୁଆଲ, ୨୦୧୬ ଓ ମତଦାନ କେନ୍ଦ୍ର ମାନୁଆଲ, ୨୦୨୦ ଅନୁଯାୟୀ କରାଯିବ। ସଂଶୋଧନ ଓ ସଂଶୋଧନ ପୂର୍ବର କାର୍ଯ୍ୟବିଧି ଏପରି ଭାବେ କରାଯିବ ଯେପରି ଜାତୀୟ ମତଦାତା ଦିବସ ( ପ୍ରତିବର୍ଷ ଜାନୁୟାରୀ ୨୫) ପୂର୍ବରୁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇପାରିବ ଓ ନୂଆ ଭୋଟର ବିଶେଷ କରି ଯୁବ ଭୋଟର (୧୮-୧୯ ବର୍ଷର)ମାନଙ୍କୁ ଭୋଟର ଫଟୋ ପରିଚୟପତ୍ର ଜାତୀୟ ମତଦାତା ଦିବସ ଅବସରରେ ଆନୁଷ୍ଠାନିକ ଭାବେ ବଣ୍ଟା ଯାଇପାରିବ।

ସଂଶୋଧନ କାର୍ଯ୍ୟକ୍ରମରେ ମତଦାନ କେନ୍ଦ୍ରର ପୁର୍ନବିନ୍ୟାସ, ଜନସଂଖ୍ୟାଗତ/ଫଟୋ ତ୍ରୁଟି ସଂଶୋଧନ, ୧.୧୦.୨୦୨୨କୁ ଭିତ୍ତି କରି ଅତିରିକ୍ତ ଓ ସମନ୍ୱିତ ଖସଡା ତାଲିକା ପ୍ରସ୍ତୁତି ଆଦି ସାମିଲ ରହିଛି । ଚଳିତ ସଂଶୋଧନ କାର୍ଯ୍ୟକ୍ରମ ବେଳେ ଭୋଟର ତାଲିକାରୁ ଜନସଂଖ୍ୟାଗତ/ଫଟୋ ତ୍ରୁଟି ସୁଧାରିବା ସହ ଏପିକ ସଂକ୍ରାନ୍ତୀୟ ତ୍ରୁଟି ଶତ ପ୍ରତିଶତ ସୁଧାରିବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ସଂଶୋଧନ ପ୍ରକ୍ରିୟାରେ ଖସଡା ଭୋଟର ତାଲିକା ପ୍ରକାଶନ ପରେ ପ୍ରାପ୍ତ ଦାବି ଓ ଅଭିଯୋଗର ସମାଧାନ ସାମିଲ ହେବ। ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅନୁଯାୟୀ ଏକ ମାସ ମଧ୍ୟରେ ଦାବି ଓ ଅଭିଯୋଗ ଜଣାଇବାକୁ ହେବ। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କ ଦ୍ୱାରା ସପ୍ତାହାନ୍ତରେ ବିଶେଷ ଶିବିର ଆୟୋଜନ କରାଯିବ। ଏହି ତାରିଖ ସମ୍ପର୍କରେ ସିଇଓମାନେ ଅବଗତ କରାଇବେ। ଅନ୍ତିମ ଭୋଟର ତାଲିକା ଜାନୁୟାରୀ ୫, ୨୦୨୩ରେ ପ୍ରକାଶିତ ହେବ।

ବାର୍ଷିକ ସଂକ୍ଷିପ୍ତ ସଂଶୋଧନ ଅନ୍ତର୍ଗତ ଖସଡା ଭୋଟର ତାଲିକା ପ୍ରକାଶନ ପୂର୍ବରୁ ମତଦାନ କେନ୍ଦ୍ର ମାନୁଆଲ, ୨୦୨୦ର ଦିଶାନିର୍ଦ୍ଦେଶ ଅନୁଯାୟୀ ୧୫୦୦ରୁ ଅଧିକ ମତଦାତା ଥିବା ମତଦାନ କେନ୍ଦ୍ରଗୁଡିକର ପୁର୍ନବିନ୍ୟାସ କରାଯିବ।

ଆଧାର ନମ୍ବରକୁ ଭୋଟର ତାଲିକା ତଥ୍ୟ ସହ ଯୋଡିବା ପାଇଁ ମତଦାତାମାନଙ୍କ ଠାରୁ ଆଧାର ବିବରଣୀ ଗ୍ରହଣ ପାଇଁ ସଂଶୋଧିତ ପଞ୍ଜିକରଣ ଫର୍ମରେ ବ୍ୟବସ୍ଥା ହୋଇଛି। ବର୍ତ୍ତମାନର ଭୋଟରମାନଙ୍କ ଠାରୁ ଆଧାର ନମ୍ବର ସଂଗ୍ରହ ପାଇଁ ନୂଆ ଫର୍ମ-6B ପ୍ରଚଳିତ ହୋଇଛି। ତେବେ କେହି ଯଦି ଆଧାର ନମ୍ବର ପ୍ରଦାନ କରିବାରେ ଅବା ଜଣାଇବାରେ ସକ୍ଷମ ନହୁଅନ୍ତି ତେବେ ତାଙ୍କ ନାମ ସାମିଲ କରିବାର ଆବେଦନ ବାତିଲ ହେବ ନାହିଁ ବା ଭୋଟର ତାଲିକାରୁ ନାମ ବାଦ ପଡିବ ନାହିଁ।

ଭୋଟର ତାଲିକାରେ ଗୋଟିଏ ନାମ ଯେପରି ଏକାଧିକବାର ନରହେ, ସେଥିପାଇଁ ବିସ୍ତୃତ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ହୋଇଛି।

ଭୋଟର ତାଲିକା ସଠିକ ଭାବେ ପ୍ରସ୍ତୁତି ପାଇଁ ନିର୍ବାଚନ ଆୟୋଗ ବୁଥସ୍ତରୀୟ ଅଧିକାରୀମାନଙ୍କ କ୍ଷେତ୍ର ସମୀକ୍ଷାର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛନ୍ତି।

ରାଜନୈତିକ ଦଳଗୁଡିକର ଅଧିକ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଆୟୋଗ ସ୍ୱୀକୃତ ରାଜନୈତିକ ଦଳଗୁଡିକର ବୁଥସ୍ତରୀୟ ଏଜେଣ୍ଟମାନଙ୍କୁ ଏକାଧିକ ଆବେଦନପତ୍ର ଜମା ଦେବାକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏକାଥରକେ କିମ୍ବା ଗୋଟିଏ ଦିନରେ ଜଣେ ବୁଥସ୍ତରୀୟ ଏଜେଣ୍ଟ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ୧୦ରୁ ଅଧିକ ଫର୍ମ ଜମା ଦେଇପାରିବେ ନାହିଁ। ଯଦି କୌଣସି ବୁଥସ୍ତରୀୟ ଏଜେଣ୍ଟ ଦାବି ଓ ଅଭିଯୋଗ ଦାଖଲ ସମୟସୀମା ମଧ୍ୟରେ ୩୦ରୁ ଅଧିକ ଫର୍ମ ଜମା ଦିଅନ୍ତି ତେବେ ଇଆରଓ କିମ୍ବା ଏଇଆରଓ ସେଗୁଡିକ ଯାଞ୍ଚ କରିବେ।

ଏହାବ୍ୟତୀତ ବୁଥସ୍ତରୀୟ ଏଜେଣ୍ଟ ଆବେଦନ ଫର୍ମର ସୂଚୀ ସହିତ ଆବେଦନ ଫର୍ମରେ ଦିଆଯାଇଥିବା ବିବରଣୀଗୁଡିକୁ ବ୍ୟକ୍ତିଗତ ଭାବେ ଯାଞ୍ଚ କରିଥିବା ଏବଂ ସେଗୁଡିକ ଠିକ ବୋଲି ହୃଦୟଙ୍ଗମ କରିଥିବା ଘୋଷଣାନାମା ପ୍ରଦାନ କରିବେ।

ଭୋଟର ତାଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ସେକ୍ସନ ନିରୀକ୍ଷଣ

July 25, 2025

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025
Latest News

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ସେକ୍ସନ ନିରୀକ୍ଷଣ

July 25, 2025

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.