Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହବ୍ ଏବଂ ସ୍ପୋକ୍ ମଡେଲ୍‌: ୨୪୯ଟି ସ୍ଥାନରେ ୧୧୧.୧୨୫ ଏଲ୍‌ଏମ୍‌ଟି କ୍ଷମତା ସମ୍ପନ୍ନ ସାଇଲୋ
ଆଜିର ଖବର

ହବ୍ ଏବଂ ସ୍ପୋକ୍ ମଡେଲ୍‌: ୨୪୯ଟି ସ୍ଥାନରେ ୧୧୧.୧୨୫ ଏଲ୍‌ଏମ୍‌ଟି କ୍ଷମତା ସମ୍ପନ୍ନ ସାଇଲୋ

July 28, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ସାରା ଦେଶରେ ଗହମ ଭଣ୍ଡାରଣ ଘର (ସାଇଲୋ) ଗୁଡିକର ବିକାଶ ନିମନ୍ତେ ତିଆରି ହୋଇଥିବା ହବ୍ ଆଣ୍ଡ ସ୍ପୋକ୍ ମଡେଲ୍ ଅନୁସାରେ ଖାଦ୍ୟ, ଏବଂ ସାଧାରଣ ବଂଟନ ବିଭାଗ ସାରା ଦେଶରେ ୨୪୯ ସ୍ଥାନ ଗୁଡିକରେ ୧୧୧.୧୨୫ ଏଲ୍‌ଏମ୍‌ଟି ଭଣ୍ଡାର ଘରର କ୍ଷମତା ବିକଶିତ କରିବା ନିମନ୍ତେ ପ୍ରସ୍ତାବ ଦେଇଛି।

ଖାଦ୍ୟ ଶସ୍ୟକୁ ଗଚ୍ଛିତ କରି ରଖିବା ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ନିମନ୍ତେ ଏବଂ ଭାରତରେ ଖାଦ୍ୟଶସ୍ୟକୁ ଗଚ୍ଛିତ କରି ରଖିବାର କ୍ଷମତାକୁ ବୃଦ୍ଧି କରିବା ଦୃଷ୍ଟିକୋଣରୁ, ସରକାରୀ ଘରୋଇ ଭାଗୀଦାରୀ (ପିପିପି) ଢାଂଚାରେ କାର୍ଯ୍ୟାନ୍ୱୟନ କରିବା ପାଇଁ ଏକ ନୂତନ ମଡେଲ୍ ‘ହବ୍ ଆଣ୍ଡ ସ୍ପୋକ୍ ମଡେଲ୍‌’ ପ୍ରସ୍ତାବିତ କରା ଯାଇଛି।

ପ୍ରସ୍ତାବିତ ଭଣ୍ଡାରଣ କେନ୍ଦ୍ର ଗୁଡ଼ିକୁ ରୂପରେଖ ପ୍ରଦାନ, ନିର୍ମାଣ, ପାଣ୍ଠି ଯୋଗାଣ, ମାଲିକାନା ଏବଂ କାର୍ଯ୍ୟକ୍ଷମକରଣ (ଡିବିଏଫ୍‌ଓଟି) (ଏଫ୍‌ସିଆଇର ଜମି) ଏବଂ ରୂପରେଖ ପ୍ରଦାନ, ନିର୍ମାଣ, ପାଣ୍ଠି ଯୋଗାଣ, ମାଲିକାନା ଏବଂ କାର୍ଯ୍ୟକ୍ଷମକରଣ (ଡିବିଏଫ୍‌ଓଓ) (ରିହାତି ପ୍ରଦାନକାରୀ/ଅନ୍ୟାନ୍ୟ ଏଜେନ୍ସିଙ୍କ ଜମି) ଢାଂଚାରେ କାର୍ଯ୍ୟାନ୍ୱୟନକାରୀ ଏଜେନ୍ସି ଜରିଆରେ, ଅର୍ଥାତ୍‌, ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଜରିଆରେ କାର୍ଯ୍ୟ କରିବ।

୨୬/୦୪/୨୦୨୨ରେ ଡିବିଏଫ୍‌ଓଟି ମୋଡ୍‌ରେ ୧୪ଟି ସ୍ଥାନ ଗୁଡିକରେ (୧୦.୧୨୫ ଏଲ୍‌ଏମ୍‌ଟି) ଉପରେ ଏବଂ ୨୧/୦୬/୨୦୨୨ରେ ଡିବିଏଫ୍‌ଓଓ ମୋଡ୍‌ର ୬୬ଟି ସ୍ଥାନ ଗୁଡିକରେ (୨୪.୭୫ ଏଲ୍‌ଏମ୍‌ଟି) ନିମନ୍ତେ ପ୍ରଥମ ପର୍ଯ୍ୟାୟର ଭଣ୍ଡାରଣ କେନ୍ଦ୍ରର ନିର୍ମାଣ ନିମନ୍ତେ ଟେଣ୍ଡର ଆହ୍ୱାନ କରା ଯାଇଛି।

ଯେହେତୁ ଭୂମି ଅଧିଗ୍ରହଣ ଡିବିଏଫ୍‌ଓଓ ପ୍ରକଳ୍ପର ସବୁଠାରୁ ମହତ୍ୱପୂର୍ଣ୍ଣ ଅଂଶ ହୋଇ ଯାଇଥାଏ, ଏଥିପାଇଁ ରିହାତି ପ୍ରଦାନକାରୀ ମାନଙ୍କ ନିମନ୍ତେ ଭୂମିର ଉପଲବ୍ଧତାକୁ ସୁଗମ କରିବା ଉଦ୍ଦେଶ୍ୟରେ, ଏହି ବିଭାଗ ସମ୍ବନ୍ଧିତ ରାଜ୍ୟ ସରକାର ମାନଙ୍କ ସହିତ ଉପଯୁକ୍ତ ବଳକା ଜମି, ଯଦି କିଛି ଥାଏ, ତାହାର ଚିହ୍ନଟ ନିମନ୍ତେ ମଧ୍ୟ ପ୍ରସଙ୍ଗ ଉଠାଇଛି।

ଖାଦ୍ୟ ଏବଂ ସାଧାରଣ ବଂଟନ ବିିଭାଗର ନିରନ୍ତର ପ୍ରୟାସ ଗୁଡିକ ଫଳରେ, ରାଜ୍ୟ ସରକାର ମାନଙ୍କ ସହିତ ବିଭିନ୍ନ ବୈଠକ ଏବଂ ରାଜ୍ୟ ସରକାର ମାନଙ୍କ ସହଯୋଗ ମାଧ୍ୟମରେ, ରାଜ୍ୟ ସରକାର ମାନଙ୍କ ଦ୍ୱାରା ଲାଗୁ କରା ଯାଇଥବା ନିୟମ ଗୁଡିକ ଅନୁସାରେ ସମ୍ବନ୍ଧିତ ରିହାତି ଗ୍ରହଣକାରୀ ବ୍ୟକ୍ତି ମାନଙ୍କୁ ପଟ୍ଟା ହସ୍ତାନ୍ତରଣ ନିମନ୍ତେ କିଛି ଭୂମି ପାର୍ସଲ୍ ଗୁଡିକୁ ଚିହ୍ନଟ କରା ଯାଇଛି।

ଆଜି ପର୍ଯ୍ୟନ୍ତ, ପଂଜାବ ରାଜ୍ୟ ୨୬ଟି ସ୍ଥାନରେ ଅର୍ଥାତ୍ ରାଜପୁରା, କଳାତୌର (ଉତର), ଔଲଖ, ବଲାଦ, କଲାନ୍‌, ଘରାନଚୋ, ନାଦମପୁର, ଟଙ୍ଗୋରୀ, ସୁନ୍ଦରା, ଚାଓ ମାଜରା, ଚିଲ୍ଲା, ରାୟପୁର ଖୁର୍ଦ୍ଦ, ମୌଲି ବୈଦୱାନ, (ଜୈବ ପ୍ରଯୁକ୍ତି ପାର୍କ), ରାଡିଆଲା, ଦାଇରୀ, ଦହାନାସୁ (ହାଇ ଟେକ୍ ସାଇକେଲ୍ ଭ୍ୟାଲି), ମାଟ୍ଟେୱାରା, ନସରାଲୀ, ମାନେୱାଲ୍‌, ଗୋରସିଆଁ କାଦର ବଖ୍‌ସ, ନୟା ନଙ୍ଗଲ୍‌, ମୁଲେପୁର, ରିୟୋନା ଉଚା, ରିୟୋନା ନିବାନ, ମେହଦିୟାଂ, ବଜିରାବାଦ ଏବଂ ନବିପୁର ଠାରେ ଜମିର ଉପଲବ୍ଧତାକୁ ସୁନିଶ୍ଚିତ କରିଛି। ରାଜ୍ୟ ସରକାରଙ୍କ ଭୂମି ବ୍ୟାଙ୍କ ତଥ୍ୟ, ସମ୍ବନ୍ଧିତ ପଟ୍ଟା ନୀତି ସମୂହ ଏବଂ ଭୂମି ନିମନ୍ତେ ଆବେଦନର ପ୍ରକ୍ରିୟା ଇତ୍ୟାଦି http:// investpunjab.gov.in/ home. ୱେବ୍ ସାଇଟ୍‌ରେ ଦେଖା ଯାଇ ପାରିବ। ରାଜ୍ୟ ସରକାର ଏଥି ସହିତ ମଧ୍ୟ ଆଶ୍ୱାସନା ପ୍ରଦାନ କରିଛନ୍ତି ଯେ, ଯଦି ଭୂମି ବ୍ୟାଙ୍କ ତଥ୍ୟ ରିହାତି ଗ୍ରହୀତା ମାନଙ୍କର ଆବଶ୍ୟକତାକୁ ପୂରଣ କରିବ ନାହିଁ, ତା’ହେଲେ ଅନ୍ୟ ସ୍ଥାନ ଗୁଡିକରେ ଭୂମିର ଚିହ୍ନଟ କରାଯିବ।

ଉତର ପ୍ରଦେଶ ରାଜ୍ୟରେ, ୨ଟି ସ୍ଥାନ ଔରୈୟା ଏବଂ ବଦାୟୁଁ ପ୍ରାରମ୍ଭିକ ସର୍ବେକ୍ଷଣ ପରେ ଉପଯୁକ୍ତ ବୋଲି ଜଣା ପଡିଛି। ଗୁଜରାଟ ରାଜ୍ୟ ବନସ୍‌କଠାରେ ଭଣ୍ଡାରଣ କେନ୍ଦ୍ରର ନିର୍ମାଣ ନିମନ୍ତେ ଏକ ସ୍ଥାନ ଚିହ୍ନଟ କରିଛି। ମଧ୍ୟ ପ୍ରଦେଶ ରାଜ୍ୟ ଚାରିଟି ସ୍ଥାନ, ଯଥା – ଉଜ୍ଜୟିନୀ, ଧର, ଗୁଣା ଏବଂ ଦାମୋହରକୁ ଚିହ୍ନଟ କରିଛି।

ହବ୍ ଏବଂ ସ୍ପୋକ୍ ପ୍ରକଳ୍ପ ଗୁଡିକ ପାଇଁ ସମ୍ଭାବିତ ନିଲାମଧାରକ ମାନଙ୍କ ନିମନ୍ତେ ଅଧିଶେଷ ସରକାରୀ ଭୂମିର ଚିହ୍ନଟ ଲାଭଦାୟକ ହେବ, କାରଣ ପଟ୍ଟା ଉପରେ ଚିହ୍ନଟ ଜମି ପାର୍ସଲ୍ ନେବାର ସମ୍ଭାବନାର ଠିକଣା ମିଳି ପାରିବ। ଏଥିରେ କ୍ରୟ ଆଦି ମାଧ୍ୟମ ଦ୍ୱାରା ଘରୋଇ ଜମି କ୍ଷେତ୍ରରେ ଅଧିଗ୍ରହଣରେ ହେଉଥିବା ବିଳମ୍ବ ଏବଂ ସମସ୍ୟାକୁ ଦୂର କରା ଯାଇ ପାରିବ।

ହବ୍ ଏବଂ ସ୍ପୋକ୍ ମଡେଲ୍ ଏକ ପରିବହନ ପ୍ରଣାଳୀ ଅଟେ, ଯାହା ଦୀର୍ଘ ଦୂରତା ପର୍ଯ୍ୟନ୍ତ ପରିବହନ ନିମନ୍ତେ “ସ୍ପୋକ୍‌’ ରୂପରେ ସନ୍ଦର୍ଭିତ ଷ୍ଟାଣ୍ଡ ଏଲୋନ୍ ସ୍ଥାନ ଗୁଡିକରୁ “ହବ୍‌’ରେ ପରିବହନ  ସମ୍ପତି ଗୁଡିକୁ ଏକାଠି କରିଥାଏ। ହବ୍‌ରେ ଏକ ସମର୍ପିତ ରେଲ୍‌ୱେ ସାଇକ୍ଲିଂ କଂଟେନର ଡିପୋ ସୁବିଧା ରହିଛି, ଯେତେବେଳେ କି ସ୍ପୋକ୍‌ରୁ ହବ୍ ପର୍ଯ୍ୟନ୍ତ ପରିବହନ ସଡକ ମାଧ୍ୟମରେ  କରାଯିବ ଏବଂ ହବ୍ ରୁ ହବ୍ ପର୍ଯ୍ୟନ୍ତ ପରିବହନ ରେଳ ମାଧ୍ୟମରେ କରା ଯାଇଥାଏ। ଏହି ମଡେଲ୍ ରେଲୱେ ସାଇଡିଂ ଦକ୍ଷତାକୁ ବ୍ୟବହାର କରି, ହୋଲ୍‌ସେଲ୍ ଗଚ୍ଛିତ କରଣ ଏବଂ ଚଳନ ମାଧ୍ୟମରେ ବ୍ୟୟର ହ୍ରାସକୁ ପ୍ରୋତ୍ସାହିତ କରି, ଦେଶରେ ବିତୀୟ ବିକାଶ, ଭିତିଭୂମି ସଂରଚନାର ବିକାଶ ଏବଂ ନିଯୁକ୍ତି ସୃଷ୍ଟି ବ୍ୟତୀତ ସଂଚାଳନ ଏବଂ ପରିବହନର ଖର୍ଚ୍ଚ ଏବଂ ସମୟକୁ କମ୍ କରିଥାଏ ଏବଂ ପରିଚାଳନା ଜନିତ ଜଟିଳତା ଗୁଡିକୁ ସରଳ କରିଥାଏ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଆରେ ଦୃଢ଼ ବିଶ୍ୱସ୍ତରୀୟ ସହ-ପ୍ରଯୋଜନା ବଜାର ଉପସ୍ଥାପନ କରିବ ୱେଭ୍ସ ଫିଲ୍ମ ବଜାର

November 17, 2025

ଉତ୍ତର କ୍ଷେତ୍ରୀୟ ପରିଷଦର ୩୨ତମ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ

November 17, 2025

ସୁରତରେ ଭାରତର ହାଇସ୍ପିଡ୍‌ ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

November 17, 2025

ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ମହାସମ୍ମିଳନୀ

November 17, 2025
Latest News

ଗୋଆରେ ଦୃଢ଼ ବିଶ୍ୱସ୍ତରୀୟ ସହ-ପ୍ରଯୋଜନା ବଜାର ଉପସ୍ଥାପନ କରିବ ୱେଭ୍ସ ଫିଲ୍ମ ବଜାର

November 17, 2025

ଉତ୍ତର କ୍ଷେତ୍ରୀୟ ପରିଷଦର ୩୨ତମ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ

November 17, 2025

ସୁରତରେ ଭାରତର ହାଇସ୍ପିଡ୍‌ ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

November 17, 2025

ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ମହାସମ୍ମିଳନୀ

November 17, 2025

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.