ଭାରତରେ ନୂତନ କୋଭିଡ ମାମଲାରେ ସାମାନ୍ୟ ହ୍ରାସ, ୨୪ ଘଣ୍ଟାରେ ୨୦ ହଜାର ୪୦୯ ଆକ୍ରାନ୍ତ ଚିହ୍ନଟ

Published: Jul 29, 2022, 10:11 am IST

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ମାମଲାରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୪୦୯ ଟି କରୋନା ମାମଲା ହୋଇଥିବାବେଳେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ସମୁଦାୟ କରୋନା ମାମଲା ବିଷୟରେ କହିବାକୁ ଗଲେ ଏହା ୪ କୋଟି ୩୯ ଲକ୍ଷ ୭୯ ହଜାର ୭୩୦ କୁ ବୃଦ୍ଧି ପାଇଛି।

ସେହିଭଳି ୧ ଲକ୍ଷ ୪୩ ହଜାର ୯୮୮ ଟି ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୨୨ ହଜାର ୬୯୭ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୩୩ ଲକ୍ଷ ୯ ହଜାର ୪୮୪ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୫ ଲକ୍ଷ ୨୬ ହଜାର ୨୫୮ ଜଣଙ୍କର ମୃତ୍ୟୁ ହୋଇଛି।

Related posts