କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୧ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ

Published: Jul 30, 2022, 10:13 am IST

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ନୂଆ ମାମଲା ବଢିବାରେ ଲାଗିଛି। ନୂତନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ନିରନ୍ତର ଟୀକାକରଣ ଏବଂ ପରୀକ୍ଷା ଅଭିଯାନ ବୃଦ୍ଧି କରିବାକୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଦ୍ଵାରା କରୋନା ସଂକ୍ରମଣର ମୁକାବିଲା କରାଯାଇପାରିବ। ସର୍ବଶେଷ ଆକଳନକୁ ଦେଖିଲେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାର ୪୦୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯେଉଁ କାରଣରୁ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୩୮୪ ରେ ପହଞ୍ଚିଛି।

ସେହିଭଳି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୦ ହଜାର ୯୫୮ ଲୋକ କରୋନାକୁ ପରାସ୍ତ କରିଛନ୍ତି। ଯାହାଫଳରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୩୩ ଲକ୍ଷ ୩୦ ହଜାର ୪୪୨ରେ ପହଞ୍ଚିଛି।

Related posts