Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରିବା ମାମଲା : ପ୍ରିୟଙ୍କାଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ
ଆଜିର ଖବର

ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରିବା ମାମଲା : ପ୍ରିୟଙ୍କାଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

May 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ତିଆରି ହୋଇଥିବା ଏକ ମିମକୁ ସୋଶାଲ୍‌ ମିଡିଆରେ ଶେୟାର କରିବା ବିଜେପିର ଜଣେ ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ସୁପ୍ରିମକୋର୍ଟ ଏଭଳି ଆଚରଣ ପାଇଁ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମେଟ୍ ଗାଲା ଇଭେଣ୍ଟ୍‌ ଫଟୋରେ ମମତାଙ୍କ ମୁହଁକୁ ଯୋଡ଼ି ଫେସବୁକ୍‌ରେ କରାଯାଇଥିବା ଏକ ପୋଷ୍ଟ୍‌ ଭାଇରାଲ ହୋଇଥିଲ। ଏହାକୁ ନେଇ ଟିଏମସି କର୍ମୀମାନେ ବିକ୍ଷୋଭ କରିବା ସହ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ୍‌ ପ୍ରିୟଙ୍କା ଶର୍ମାଙ୍କୁ ମେ’ ୧୦ରେ ଗିରଫ କରିଥିଲା। ଏହାପରେ ହାଓଡ଼ା କୋର୍ଟ ପ୍ରିୟଙ୍କାକୁ ୧୪ ଦିନ ଯାଏ ଜେଲ ହାଜତକୁ ପଠାଇଥିଲେ। କିନ୍ତୁ ପ୍ରିୟଙ୍କା ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଆଜି ପ୍ରିୟଙ୍କାଙ୍କ ଜାମିନ୍‌ ଆବେଦନର ଶୁଣାଣି କରି କହିଛନ୍ତି ଯେ, ଜାମିନ୍‌ ପାଇଁ ବିଜେପି ନେତ୍ରୀ ଜଣଙ୍କ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ଦରକାର। ପ୍ରିୟଙ୍କା ଜଣେ ରାଜନୀତିକ ବ୍ୟକ୍ତିବିଶେଷ। ନିର୍ବାଚନ ସମୟରେ ରାଜନେତାଙ୍କ ବିରୋଧରେ ଅପରାଧିକ ମାମଲା କରିହେବ ନାହିଁ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ । ତେବେ ନିଜର ବାକ୍‌ ସ୍ବାଧୀନତା ଆଳରେ ଜଣଙ୍କର ଅଧିକାର ଏବଂ ମାନସମ୍ମାନକୁ କ୍ଷତି ପହଞ୍ଚାଯାଇପାରିବ ନାହିଁ । ସେଥିପାଇଁ ପ୍ରିୟଙ୍କା ଜାମିନ୍‌ରେ ଜେଲ୍‌ରୁ ବାହାରିବା କ୍ଷଣି  ତୁରନ୍ତ ଲିଖିତ ଭାବେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିବା ସହିତ  ଏହି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ନିଜ ପକ୍ଷ ରଖିବାକୁ ମଧ୍ୟ ନୋଟିସ୍‌ ଦେଇଛନ୍ତି ସୁପ୍ରିମକୋର୍ଟ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025
Latest News

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ

September 17, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.