Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ
ଆଜିର ଖବର

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର "କଳାକାର ସମ୍ବର୍ଦ୍ଧନା ଦିବସ" ପାଳିତ
ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର "କଳାକାର ସମ୍ବର୍ଦ୍ଧନା ଦିବସ" ପାଳିତ

ବାଣପୁର: ସ୍ୱତନ୍ତ୍ର ଉତ୍କଳ ଦିବସ ପାଳନ ଠାରୁ ଓଡିଶା ସରକାର ଏବଂ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ସେବା ଅନୁଷ୍ଠାନ ତରଫରୁ ପ୍ରାୟୋଜିତ ବିଭିନ୍ନ ଦିବସ ପାଳନ ଅବସରରେ ବାଣପୁରର ଅଗ୍ରଣୀ ସେବାନୁଷ୍ଠାନ ଏକତା ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ କଳାକାର ସମ୍ବର୍ଦ୍ଧନା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନ ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ପ୍ରମୁଖ ସଂଧ୍ୟାଦେବୀଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀ ଚିଲିକାର ସଭାପତି ରଙ୍କ ନାଥ ସେଠୀ ମୁଖ୍ୟ ଅତିଥି, ଚ଼ିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ ମୁଖ୍ୟବକ୍ତା, ନାଟ୍ୟକାର ମହେଶ୍ୱର ଜେନା ସମ୍ମାନୀତ ଅତିଥି, କବି ଶେଷ ଦେବ ମହାରଣା, କବିଶଶି ଭୂଷଣ ବରାଳ, ଆମ ଭାଷା ସାହିତ୍ୟ ସଂସ୍କୃତିର ସଭାପତି ଗାଳ୍ପିକ ସୁଶାନ୍ତ କୁମାର ଦାଶ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଡ଼ଃ ଚିନ୍ତାମଣି ମିଶ୍ର, ଶିକ୍ଷାବିତ୍ ଶଙ୍କର ନାୟକ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଉପରେ ଆଲୋକପାତ କରି ବାଣପୁର ଅଞ୍ଚଳର ପ୍ରାଚୀନ ପାଲା, ଦାସକାଠିଆ, ଦଣ୍ଡନୃତ୍ୟ, ସଂକୀର୍ତ୍ତନ, ଓଡ଼ିଶୀ ନୃତ୍ୟ ସଂଗୀତର କଳାକାରମାନଙ୍କୁ ଉପଯୁକ୍ତ ସମ୍ମାନ ଜଣାଇ ଏହାର ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଆଜିର ଦିବସରେ ସଂକଳ୍ପ ନେଇଥିଲେ।

ଏହି ଅବସରରେ ସ୍ଥାନୀୟ ପାଲାକାର ଶିକ୍ଷାବିତ ବିଭୂତି ଭୂଷଣ ଦାଶ ଓ ସାଥି ପାଲା ପରିବେଷଣ କରିଥିବା ବେଳେ, କଳାକାର ପ୍ରମୋଦ କୁମାର ମହାପାତ୍ର, ଗୋଲକବିହାରୀ ସେଣ ଏବଂ କାହ୍ନୁଚରଣ ନାୟକ, ଗଦାଧର ନାୟକ ଦାସକାଠି ପରିବେଷଣ କରିଥିଲେ, ମା’ ଭଗବତୀ କଳାନିକେତନର ପ୍ରମୁଖ ହରପ୍ରିୟା ବାରିକ ଓ ସାଥି କଳାକାରଙ୍କ ଦ୍ୱାରା ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।

ଶେଷରେ ସମସ୍ଥ କଳାକାରମାନଙ୍କୁ ଟ୍ରଷ୍ଟ ତରଫରୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ବିରେନ୍ଦ୍ରକୁମାର ବେହେରା, ଦେବାଶୀଷ ପଣ୍ଡା, ରଂଜନ ପ୍ରଧାନ, ଟୁନିଦାସ, ସୁରେନ୍ଦ୍ର ଶବର ଓ ସୁଶାନ୍ତଶବର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏକତା ପରିଷଦ ଟ୍ରଷ୍ଟ ଓଡ଼ିଆ ପକ୍ଷ କଳାକାର ସମ୍ବର୍ଦ୍ଧନା ଦିବସ ସ୍ୱତନ୍ତ୍ର ଉତ୍କଳ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଝାରସୁଗୁଡା ପୋଲିସର ଏନକାଉଣ୍ଟର : ଦୁଇ ଅପରାଧୀ ଆହତ

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026

ଖରିଫ ୨୦୨୬ ପାଇଁ ଆବଶ୍ୟକତାଠାରୁ ୫୧% ଅଧିକ ସାର ଉପଲବ୍ଧ

May 12, 2026

ପୂର୍ବାଞ୍ଚଳ ଆଞ୍ଚଳିକ ଛାତ୍ର ସମ୍ମିଳନୀ: ସିଏମଏମାନଙ୍କୁ ଉଦବୋଧନ ଦେଲେ ଇରେଡା ସିଏମଡି

May 12, 2026
Latest News

ଝାରସୁଗୁଡା ପୋଲିସର ଏନକାଉଣ୍ଟର : ଦୁଇ ଅପରାଧୀ ଆହତ

May 12, 2026

ପେଟ୍ରୋଲ ପମ୍ପରେ ବଡ଼ଧରଣର ଅଗ୍ନିକାଣ୍ଡ: ୧୨ ଆହତ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026

ଖରିଫ ୨୦୨୬ ପାଇଁ ଆବଶ୍ୟକତାଠାରୁ ୫୧% ଅଧିକ ସାର ଉପଲବ୍ଧ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.