ରାଜ୍ୟରେ ଆଜି ୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା: ୧୭୫ ପିଲା ସଂକ୍ରମିତ

Published: Jul 31, 2022, 9:47 am IST

ଭୁବନେଶ୍ବର: ଗତକାଲି ରାଜ୍ୟରେ ୯୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୦୨୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୦୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୨୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୧୧

ବରଗଡ ଜିଲ୍ଲାରୁ- ୬୫

ଭଦ୍ରକ ଜିଲ୍ଲାରୁ- ୧୦

ବଲାଙ୍ଗୀରି ଜିଲ୍ଲାରୁ- ୨୭

ବୌଦ୍ଧ ଜିଲ୍ଲାରୁ- ୧୫

କଟକ ଜିଲ୍ଲାରୁ- ୬୮

ଦେବଗଡ ଜିଲ୍ଲାରୁ- ୫

ଢେଙ୍କାନାଳ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୭

ଜଗତସିଂହପୁର ଜିଲ୍ଲାରୁ- ୬

ଯାଜପୁର ଜିଲ୍ଲାରୁ- ୧୫

ଝାରସୁଗୁଡା ଜିଲ୍ଲାରୁ- ୧୨

କଳାହାଣ୍ଡି ଜିଲ୍ଲାରୁ- ୩୮

କନ୍ଧମାଳ ଜିଲ୍ଲାରୁ- ୨୨

କେନ୍ଦୁଝର ଜିଲ୍ଲାରୁ- ୧୧

ଖୋର୍ଦ୍ଧା ଜିଲ୍ଲାରୁ- ୧୭୩

କୋରାପୁଟ ଜିଲ୍ଲାରୁ- ୧୩

ମୟୂରଭଞ୍ଜ ଜିଲ୍ଲାରୁ- ୭୦

ନବରଙ୍ଗପୁର ଜିଲ୍ଲାରୁ- ୨୮

ନୟାଗଡ ଜିଲ୍ଲାରୁ- ୧୭

ନୂଆପଡା ଜିଲ୍ଲାରୁ- ୧୩

ପୁରୀ ଜିଲ୍ଲାରୁ- ୮

ରାୟଗଡା ଜିଲ୍ଲାରୁ- ୧୪

ସମ୍ବଲପୁର ଜିଲ୍ଲାରୁ- ୯୩

ସୋନପୁର ଜିଲ୍ଲାରୁ- ୨୪

ସୁନ୍ଦରଗଡ ଜିଲ୍ଲାରୁ- ୨୨୨

ଷ୍ଟେଟ ପୁଲରୁ- ୩୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୩ ହଜାର ୧୪୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୭ ହଜାର ୩୪୪ ଏବଂ ବର୍ତ୍ତମାନ ୬୬୦୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts