ଦିଦିଙ୍କୁ ଶାହାଙ୍କ ଚେତାବନୀ : ପଶ୍ଚିମବଙ୍ଗରେ ୨୩ରୁ ଅଧିକ ଆସନ ହାତେଇବ ବିଜେପି

Published: May 15, 2019, 1:15 pm IST

ଚଳିତ ଲୋକସଭା ନିର୍ବାଚନର ୬ଟି ନିର୍ବାଚନ ଶେଷ ହୋଇଥିବାବେଳେ ଆଉ ଗୋଟିଏ ପର୍ଯ୍ୟାୟ ବାକି ରହିଛି। ଶେଷ ହୋଇଥିବା ସମସ୍ତ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଦେଖାଦେଇଛି। ପଶ୍ଚିମବଙ୍ଗରେ ଏକ ରୋଡ୍‌ ଶୋ’ ବେଳେ ହୋଇଥିବା ହିଂସାକାଣ୍ଡ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ମମତାଙ୍କ ଉପରେ ବର୍ଷିଛନ୍ତି। ଶାହା କହିଛନ୍ତି ଯେ, ଟିଏମ୍‌ସିର ଅବଗଣନା ଆରମ୍ଭ ହୋଇଯାଇଛି। ମେ ୨୩ ଟିଏମ୍‌ସିର ଶେଷ ଦିନ ହେବ ବୋଲି କହିଛନ୍ତି ଶାହା। ଶାହା କହିଛନ୍ତି ଯେ, ବିଜେପି ଚଳିତ ନିର୍ବାଚନରେ ୩୦୦ ଆସନ ହାତେଇବ। ପଶ୍ଚିମବଙ୍ଗରେ ୨୩ରୁ ଅଧିକ ଆସନ ବିଜେପି ଖାତାକୁ ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହା। ଏଥିପାଇଁ ମମତା ଦିଦିଙ୍କ ଟିଏମ୍‌ସି ହିଂସା ଆଚରଣ କରୁଛି। ହିଂସା ଯେତେ ବଢିବ, ସେତେ ଅଧିକ ପଦ୍ମ ଫୁଟିବ ବୋଲି ଶାହା କହିଛନ୍ତି। ଗତକାଲି ହୋଇଥିବା ହିଂସାରେ ଯଦି ସିଆର୍‌ପିଏଫ୍‌ ଫୋର୍ସ ନ ଥାଆନ୍ତେ ତାହା ହେଲେ ବଞ୍ଚିକି ଆସିବା ସମ୍ଭବପର ନ ଥିଲା ବୋଲି ଶାହା କହିଛନ୍ତି। ପଶ୍ଚିମବଙ୍ଗରେ ଅଧିକ ହିଂସା ହେଉଥିବାରୁ ସ୍ବଚ୍ଛ ଓ ନିରପେକ୍ଷ ମତଦାନ କରିବାକୁ ବିଜେପି ଅଧ୍ୟକ୍ଷ ନିର୍ବାଚନ ଆୟୋଗଙ୍କ ନିକଟରେ ଅନୁରୋଧ କରିଛନ୍ତି।

Related posts