ଫନି ବାତ୍ୟା ଯୋଗୁଁ ଓଡ଼ିଶାରେ କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଆଜି ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛନ୍ତି। ସେହି ପ୍ରାଥମିକ ରିପୋର୍ଟ ଅନୁଯାୟୀ ଆମ ରାଜ୍ୟରେ ୧୧ହଜାର ୯୪୨କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ସେହି ରିପୋର୍ଟରେ କେଉଁ ବିଭାଗର କେତେ କ୍ଷତି ହୋଇଛି ତାହା ଉଲ୍ଲେଖ ରହିଛି। କେନ୍ଦ୍ରୀୟ ଟିମ ମଧ୍ୟ ତିନି ଦିନିଆ ଓଡ଼ିଶା ଗସ୍ତ କରି କ୍ଷୟକ୍ଷତି ଆକଳନ କରୁଛନ୍ତି। ତେଣୁ ରାଜ୍ୟ ସରକାର ଏହି ପ୍ରାଥମିକ ରିପୋର୍ଟ କେନ୍ଦ୍ରୀୟ ଟିମକୁ ପ୍ରଦାନ କରି ଏନେଇ ଆଲୋଚନା କରିବେ। ମୁଖ୍ୟଶାସନ ସଚିବ ଆଦିତ୍ୟ ପାଢୀ କେନ୍ଦ୍ରୀୟ ଟିମ୍ଙ୍କ ସହ ବୈଠକ କରି ଏହି ରିପୋର୍ଟ ପ୍ରଦାନ କରିଛନ୍ତି।
Tags: