ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢାଉ, ଜାଣନ୍ତୁ କାରଣ କଣ ?

Published: Aug 4, 2022, 3:24 pm IST

ଭୁବନେଶ୍ବର: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଆଜି ସକାଳୁ ସିବିଆଇ ଚଢାଉ କରିଛି। ତାଙ୍କର କଟକସ୍ଥିତ ବାସଭବନ ଏବଂ ଅଫିସରେ ସିବିଆଇ ରେଡ ଚାଲିଛି। ସେହିପରି ପାରାଦ୍ବୀପରେ ମଧ୍ୟ ଚାରୋଟି ସ୍ଥାନରେ ସିବିଆଇ ଚଢାଉ କରିଥିବାର ଜଣାପଡିଛି। ପାରାଦ୍ବୀପ ଅଫିସରୁ ଦୁଇ ଜଣ କର୍ମଚାରୀଙ୍କୁ ସିବିଆଇ ଅଧିକାରୀ ତାଙ୍କ ହେପାଜତକୁ ନେଇଥିବାର ସୂଚନା ମିଳିଛି।

ତେବେ ଏହି ଚଢାଉର କାରଣ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବିଶେଷ ସୁତ୍ର ଅନୁସାରେ ପାରାଦ୍ବୀପ ବନ୍ଦରରେ କାମକୁ ନେଇ ଏହି ଚଢାଉ କରାଯାଇଛି। ଖବର ଅନୁସାରେ ମହିମା ମିଶ୍ରଙ୍କ କଂପାନୀ ପାରାଦ୍ବୀପ ବନ୍ଦରରେ କାମ କରୁଥିବା ବେଳେ ବହୁ କ୍ଷତିର ସମ୍ମୁଖୀନ ହୋଇଥିଲା। ଏଥିରେ ମହିମା ମିଶ୍ରଙ୍କ କାରସାଦି ରହିଛି ବୋଲି କୁହାଯାଉଛି।

୨୦୧୬ ମସିହା ଅକ୍ଟୋବର ମାସରେ ପାରାଦୀପ ସିୱେଜ ସିପିଂ କମ୍ପାନୀର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ବ୍ୟାଙ୍କକରୁ ଗିରଫ କରାଯାଇଥିଲା।  ସେତେବେଳେ ତାଙ୍କ ସହଯୋଗୀ ବସନ୍ତ ବଳ ମଧ୍ୟ ଗିରଫ ହୋଇଥିଲେ । ତେବେ ତିନି ବର୍ଷ ପରେ ଅର୍ଥାତ୍ ୨୦୧୯ ଅକ୍ଟୋବର ମାସରେ ତାଙ୍କୁ ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଥିଲା। ସେହି ବିବାଦ ପରେ ମହିମା ମିଶ୍ର ଏବେ ପୁଣି ଏକ ନୂଆ ବିବାଦରେ ଛନ୍ଦି ହେବାକୁ ଯାଉଛନ୍ତି।

Related posts