କିଏ ହେବେ ଭାରତର ମୁଖ୍ୟ ବିଚାରପତି, କାହା ନାମ ହେଲା ସୁପାରିଶ

Published: Aug 4, 2022, 4:04 pm IST

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତର ପରବର୍ତ୍ତି ମୁଖ୍ୟ ବିଚାରପତି କିଏ ହେବ ସେ ନେଇ ଚାଲିଛି କଳ୍ପନାଜଳ୍ପନା। ଏ ନେଇ କେନ୍ଦ୍ର ସରକାର ମୁଖ୍ୟ ବିଚାରପତି ଏନ ଭି ରମନାଙ୍କଠାରୁ ପରାମର୍ଶ ମାଗିଛନ୍ତି। ସେଥିରେ କୁହାଯାଇଛି ଯେ, ଭାରତର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳ ଚଳିତ ମାସ ୨୬ ତାରିଖରେ ଶେଷ ହେଉଛି। ପରବର୍ତ୍ତି ମୁଖ୍ୟବିଚାରପତି କାହାକୁ କରାଯିବ ସେ ନେଇ ଚିଠିରେ ଉଲ୍ଲେଖ ରହିଛି।

ତେବେ ଆଜି ମୁଖ୍ୟ ବିଚାରପତି ଏନ ଭି ରମନା ଏହାର ଉତ୍ତର ପ୍ରଦାନ କରିଛନ୍ତି। ସେ ଭାରତର ପରବର୍ତ୍ତି ମୁଖ୍ୟ ବିଚାରପତି କିଏ ହେବେ ସେ ନେଇ ଉତ୍ତର ରଖିଛନ୍ତି। ରମଣାଙ୍କ ମତରେ ଭାରତର ପରବର୍ତ୍ତି ମୁଖ୍ୟ ବିଚାରପତି ୟୁ ୟୁ ଲଳିତଙ୍କୁ କରାଯାଉ। କାରଣ ସେ ହିଁ ହେଉଛନ୍ତି ପରବର୍ତ୍ତି ବରିଷ୍ଠ ବିଚାରପତି। ଫଳରେ ୟୁ ୟୁ ଲଳିତ ବା ଉଦୟ ଉମେଶ ଲଳିତ ପରବର୍ତ୍ତି ମୁଖ୍ୟ ବିଚାରପତି ହୋଇପାରନ୍ତି।

Related posts