Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକସଭା ବାଚସ୍ପତିଙ୍କୁ ଭେଟିଲେ ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ ଆରୁଖ
ଆଜିର ଖବର

ଲୋକସଭା ବାଚସ୍ପତିଙ୍କୁ ଭେଟିଲେ ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ ଆରୁଖ

August 4, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଲୋକସଭା ବାଚସ୍ପତିଙ୍କୁ ଭେଟିଲେ ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ ଆରୁଖ

ଭୁବନେଶ୍ୱର : ଆଜି ନୂଆଦିଲ୍ଲୀସ୍ଥିତ ଲୋକସଭା ସଚିବାଳୟଠାରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଲୋକସଭା ବାଚସ୍ପତି ଶ୍ରୀ ଓମ୍‌ ବିର୍ଲାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଓଡ଼ିଶା ବିଧାନସଭାର ଅଧିକାରୀ ଓ କର୍ମଚାରୀମାନଙ୍କୁ ବୈଷୟିକ ଜ୍ଞାନକୌଶଳରେ ଅଧିକ ପ୍ରଶିକ୍ଷିତ କରି ଆଗାମୀ ଦିନରେ ଓଡ଼ିଶା ବିଧାନସଭାକୁ ଦେଶର ଏକ ଆଦର୍ଶ ବିଧାନସଭାରେ ପରିଣତ କରିବା ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ବାଚସ୍ପତି ଶ୍ରୀ ଆରୁଖ ଲୋକସଭା ବାଚସ୍ପତିଙ୍କୁ ଅବଗତ କରାଇଥିଲେ।

ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟ ଓ ପରିଚାଳନା ବାବଦରେ ଶ୍ରୀ ଆରୁଖଙ୍କୁ ପଚାରି ବୁଝିଥିଲେ। ନିକଟରେ ଶେଷ ହୋଇଥିବା ବଜେଟ ଅଧିବେଶନର ଶାନ୍ତିପୂର୍ଣ୍ଣ ଓ ସୁଚାରୁ ପରିଚାଳନା ନେଇ ଶ୍ରୀ ବିର୍ଲା ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଏପରି କାର୍ଯ୍ୟଧାରା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ବିକାଶଧାରା ନେଇ ଶ୍ରୀ ବିର୍ଲା ଓ ଶ୍ରୀ ଆରୁଖଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ବାଚସ୍ପତି ଶ୍ରୀ ଆରୁଖ ଉପଢୌକନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ପ୍ରଦାନପୂର୍ବକ ଶ୍ରୀ ବିର୍ଲାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଆଲୋଚନା ବେଶ୍‌ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି।

ଓମ୍‌ ବିର୍ଲା ବାଚସ୍ପତି ବିକ୍ରମ ଆରୁଖ ଲୋକସଭା ବାଚସ୍ପତି
Share. Facebook Twitter LinkedIn Email WhatsApp Copy Link

Related Posts

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026
Latest News

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.