ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ସମାନ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ଆଉ ୮୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୮୩୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୪୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୯୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୪୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୨
ବାଲେଶ୍ଵର ଜିଲ୍ଲାରୁ- ୧୬
ବରଗଡ ଜିଲ୍ଲାରୁ- ୪୭
ଭଦ୍ରକ ଜିଲ୍ଲାରୁ- ୪
ବଲାଙ୍ଗୀରି ଜିଲ୍ଲାରୁ- ୩୩
ବୌଦ୍ଧ ଜିଲ୍ଲାରୁ- ୨୩
କଟକ ଜିଲ୍ଲାରୁ- ୩୪
ଦେବଗଡ ଜିଲ୍ଲାରୁ- ୫
ଢେଙ୍କାନାଳ ଜିଲ୍ଲାରୁ- ୧
ଗଜପତି ଜିଲ୍ଲାରୁ- ୭
ଗଞ୍ଜାମ ଜିଲ୍ଲାରୁ- ୩
ଜଗତସିଂହପୁର ଜିଲ୍ଲାରୁ- ୨
ଯାଜପୁର ଜିଲ୍ଲାରୁ- ୧୨
ଝାରସୁଗୁଡା ଜିଲ୍ଲାରୁ- ୧୯
କଳାହାଣ୍ଡି ଜିଲ୍ଲାରୁ- ୩୭
କନ୍ଧମାଳ ଜିଲ୍ଲାରୁ- ୨୧
କେନ୍ଦ୍ରାପଡା ଜିଲ୍ଲାରୁ- ୩
କେନ୍ଦୁଝର ଜିଲ୍ଲାରୁ- ୧୦
ଖୋର୍ଦ୍ଧା ଜିଲ୍ଲାରୁ- ୯୧
କୋରାପୁଟ ଜିଲ୍ଲାରୁ- ୧୨
ମୟୂରଭଞ୍ଜ ଜିଲ୍ଲାରୁ- ୭୨
ନବରଙ୍ଗପୁର ଜିଲ୍ଲାରୁ- ୩୨
ନୟାଗଡ ଜିଲ୍ଲାରୁ- ୧୭
ନୂଆପଡା ଜିଲ୍ଲାରୁ- ୧୪
ପୁରୀ ଜିଲ୍ଲାରୁ- ୩
ରାୟଗଡା ଜିଲ୍ଲାରୁ- ୨୧
ସମ୍ବଲପୁର ଜିଲ୍ଲାରୁ- ୮୩
ସୋନପୁର ଜିଲ୍ଲାରୁ- ୧୬
ସୁନ୍ଦରଗଡ ଜିଲ୍ଲାରୁ- ୧୭୫
ଷ୍ଟେଟ ପୁଲରୁ- ୨୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୧୪୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨ ହଜାର ୯୪୧ ଏବଂ ବର୍ତ୍ତମାନ ୬୦୦୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।