Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ପୁରସ୍କୃତ ହେଲେ ତନ୍ତୁବାୟ ସହଯୋଗ ସମିତି
ଆଜିର ଖବର

ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ପୁରସ୍କୃତ ହେଲେ ତନ୍ତୁବାୟ ସହଯୋଗ ସମିତି

August 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ପୁରସ୍କୃତ ହେଲେ ତନ୍ତୁବାୟ ସହଯୋଗ ସମିତି

ଭୁବନେଶ୍ବର:  ଅଗଷ୍ଟ ୭ ତାରିଖକୁ ସମଗ୍ର ଦେଶରେ ପାଳିତ ହେଉଛି ‘ଅଷ୍ଟମ ଜାତୀୟ ହସ୍ତତନ୍ତ ଦିବସ’। ପ୍ରତ୍ୟେକ ଭାରତୀୟ ଭିତରେ ଆମର ଐତିହ୍ୟସଂପନ୍ନ ଓ ବହୁପୁରାତନ ପାରମ୍ପରିକ ହସ୍ତତନ୍ତ କଳା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏହି ସଂସ୍କୃତି ଓ କଳା ସହିତ ବଂଶାନୁକ୍ରମେ ଜଡ଼ିତ ବୁଣାକାରମାନଙ୍କ ସମ୍ମାନାର୍ଥେ ଏହି ଦିବସକୁ ପାଳନ କରାଯାଉଛି।

ଭାରତବର୍ଷରେ ଓଡ଼ିଶାର ରୁଦ୍ଧିମନ୍ତ ହସ୍ତତନ୍ତ ବସ୍ତ୍ର ବିଶେଷତଃ ବାନ୍ଧବସ୍ତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସର୍ବୋପରି ଏହି ହସ୍ତତନ୍ତ କ୍ଷେତ୍ର ଲକ୍ଷ ଲକ୍ଷ ଗ୍ରାମୀଣ ବୁଣାକାରଙ୍କୁ ଜୀବିକା ଯୋଗାଇବାରେ ସମର୍ଥ ହୋଇପାରିଛି।

ଅଗଷ୍ଟ ୭ ତାରିଖକୁ ହସ୍ତତନ୍ତ ଦିବସ ରୂପେ ପାଳନ କରିବାର ତାତ୍ପର୍ଯ୍ୟ ରହିଛି । ୧୯୦୫ ମସିହାରେ ଏହି ତାରିଖରେ କଲିକତାର ଟାଉନ୍‌ ହଲ୍‌ରେ ଆୟୋଜିତ ସ୍ୱଦେଶୀ ଆନ୍ଦୋଳନରେ ବିଦେଶୀ ବସ୍ତ୍ର ବର୍ଜନ କରି ସ୍ୱଦେଶୀ ବସ୍ତ୍ର ପରିଧାନ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା। ଏଣୁ ଭାରତର କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିବା ହସ୍ତତନ୍ତ କଳାକୁ ସର୍ବଜନବିଦିତ କରିବା ତଥା ସଂରକ୍ଷିତ କରି ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନଟିକୁ ସର୍ବଭାରତ ସ୍ତରରେ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରାଯାଉଛି।

ଏହାର ମୂଳଲକ୍ଷ ହେଉଛି ଏହି କ୍ଷେତ୍ର ସହ ଜଡ଼ିତ ଅଗଣିତ ବୁଣାକାରଙ୍କ ମନରେ ସ୍ୱାଭିମାନ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ବୃତ୍ତିକୁ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ବସ୍ତ୍ରକୁ ସୁଦୂରପ୍ରସାରୀ କରାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା।

ଆଜି ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଓଡ଼ିଶା ହସ୍ତତନ୍ତର ଆଦିଭୂମି ଭାବେ ବିଶ୍ୱପ୍ରସିଦ୍ଧ ବୋଲି ସେ ପ୍ରକାଶ କରିଥିଲେ। ବୁଣାକାର ଓ କାରିଗରମାନଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ସମୃଦ୍ଧି କାମନା କରିଥିଲେ।

ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଭୁବନେଶ୍ୱର(କେନ୍ଦ୍ର ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ସଂପର୍କରେ ବକ୍ତବ୍ୟ ରଖିଥିଲେ। ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଓଡ଼ିଶାର ଗର୍ବ ଓ ଗୌରବ ଅନେକ ସନ୍ଥକବିର, ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାରଙ୍କ ସହ ଅନେକ ବୁଣାକାର ଭାଇଭଉଣୀ ଯୋଗଦେଇଛନ୍ତି। ଏହି ଜାତୀୟ ହସ୍ତତନ୍ତ ଦିବସରେ ନିରବଚ୍ଛିନ୍ନ ଭାବେ ୭୫ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବୁଣାକାରଙ୍କ ସେବାରେ କାର୍ଯ୍ୟରତ ଥିବା ପଦ୍ମନାଭପୁର ତନ୍ତୁବାୟ ସହଯୋଗ ସମିତି, ବ୍ରହ୍ମପୁର, ଗଞ୍ଜାମ, ସଦରଥାନା ତନ୍ତୁବାୟ ସହଯୋଗ ସମିତି, ଖୋର୍ଦ୍ଧା ଏବଂ ଖୋର୍ଦ୍ଧା ତନ୍ତୁବାୟ ସହଯୋଗ ସମିତି, ଖୋର୍ଦ୍ଧାଙ୍କୁ ପ୍ରତ୍ୟେକ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ସେହିପରି ବିଗତ ତିନି ବର୍ଷର ହାରାହାରି ବ୍ୟବସାୟକୁ ଆଧାର କରି ସର୍ବାଧିକ ହସ୍ତତନ୍ତ ବସ୍ତ୍ର ବ୍ୟବସାୟ କରିଥିବା ଗମିଲୋ ତନ୍ତୁବାୟ ସହଯୋଗ ସମିତି, ଆଠଗଡ଼, କଟକଙ୍କୁ ପ୍ରଥମ ପୁରସ୍କାର ବାବଦରେ ତିନି ଲକ୍ଷ ଟଙ୍କା, ଜାଲପାଲି ତନ୍ତୁବାୟ ସହଯୋଗ ସମିତି, ବରଗଡ଼ଙ୍କୁ ଦ୍ୱିତୀୟ ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ଏବଂ ଲୁରୁପାଲି ତନ୍ତୁବାୟ ସହଯୋଗ ସମିତି, ବରଗଡ଼ଙ୍କୁ ତୃତୀୟ ପୁରସ୍କାର ଭାବେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ଓଡ଼ିଶା ସରକାରଙ୍କ ବୟନିକା ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଏହି ଉତ୍ସବକୁ ସଂଚାଳନ କରିଥିବା ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସୁନ୍ଦରଗଡ଼ର ମୟୂରୀ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପାରମ୍ପରିକ ଲୋକନୃତ୍ୟ ପରିବେଷିତ ହୋଇଥିଲା।

ଜାତୀୟ ହସ୍ତତନ୍ତ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Latest News

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.