ବିହାରରେ ଭାଙ୍ଗିଲା ଜେଡିୟୁ-ବିଜେପି ମେଣ୍ଟ: ନୀତୀଶଙ୍କ ଘରେ ବୈଠକ ପରେ ବଡ ନିଷ୍ପତ୍ତି

Published: Aug 9, 2022, 1:31 pm IST

ପାଟନା: ବିହାରରେ ବିଜେପି ଏବଂ ଜେଡିୟୁ ମଧ୍ୟରେ ଥିବା ମେଣ୍ଟ ଭାଙ୍ଗିଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘରେ ଅନୁଷ୍ଠିତ ବୈଠକ ପରେ ଏହି ବଡ ନିଷ୍ପତ୍ତି ନିଆଯାଇଛି। ଏହା ପରେ ବର୍ତ୍ତମାନ ବିହାରରେ ଜେଡିୟୁ ଏବଂ ଲାଲୁ ଯାଦବଙ୍କ ଦଳ ରାଷ୍ଟ୍ରିୟ ଜନତା ଦଳ ସହଯୋଗରେ ଏକ ନୂତନ ସରକାର ଗଠନ ହେବ। ନୀତୀଶ ଏବଂ ତେଜସ୍ୱୀଙ୍କ ନେତୃତ୍ୱରେ ନୂତନ ସରକାରକୁ କଂଗ୍ରେସ ସମର୍ଥନ ଘୋଷଣା କରିସାରିଛି।

ସେପଟେ ରାବଡି ବାସଭବନରେ ଏକ ବୈଠକ ମଧ୍ୟ ଚାଲିଥିଲା, ​​ଯେଉଁଥିରେ ପରବର୍ତ୍ତୀ ପଦକ୍ଷେପ ଉପରେ ବିଚାର କରାଯାଉଥିଲା। ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳଙ୍କଠାରୁ ସମୟ ମାଗିଛନ୍ତି। ରାଜ୍ୟପାଳ ଫଗୁ ସିଂ ଚୌହାନଙ୍କୁ ଭେଟିବାର ସମୟ ଅପରାହ୍ନ ୪ ଟାରେ ସ୍ଥିର ହୋଇପାରେ। ସେମାନେ ଅପରାହ୍ନ ପ୍ରାୟ ୨ ଟା ସମୟରେ ରାଜ ଭବନକୁ ଯାଇପାରନ୍ତି।

Related posts