Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏନଏସ ଚିଲିକାରେ ଓଡ଼ିଶା ଉପକୂଳ ସୁରକ୍ଷା ଉପରେ ୫ମ ଆପେକ୍ସ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ
ଆଜିର ଖବର

ଆଇଏନଏସ ଚିଲିକାରେ ଓଡ଼ିଶା ଉପକୂଳ ସୁରକ୍ଷା ଉପରେ ୫ମ ଆପେକ୍ସ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

August 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ଉପରେ ୫ମ ଆପେକ୍ସ କମିଟିର ସମୀକ୍ଷା ବୈଠକ ଆଇଏନଏସ ଚିଲିକାରେ ଅନୁଷ୍ଠିତ ହୋଇଯାଇଛି। ଉପ-ଆଡମିରାଲ୍ ତଥା ଇଷ୍ଟର୍ନ ନାଭାଲ କମାଣ୍ଡ ମୁଖ୍ୟ ବିଶ୍ୱଜିତ୍ ଦାସଗୁପ୍ତା ଏବଂ ଓଡ଼ିଶା ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ଉନ୍ନୟନ କମିଶନର ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଭାରତୀୟ ନୌସେନା, ଓଡିଶା ସରକାର, ତଟରକ୍ଷୀ,ଏସଆଇବି, ଆଇଟିଆର ବାଲେଶ୍ୱରର ମତ୍ସ୍ୟ ବିଭାଗ, କଷ୍ଟମ ବିଭାଗ ଏବଂ ପୁରୀ, ଧାମରା ଓ ଗୋପାଳପୁର ବନ୍ଦରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଓଡିଶାର ଉପକୂଳ ସୁରକ୍ଷା ପ୍ରସଙ୍ଗର ବାର୍ଷିକ ସମୀକ୍ଷା ନିମନ୍ତେ ଏହି ବୈଠକ ଡକାଯାଇଥିଲା।

ଗତ ସମୀକ୍ଷା ବୈଠକ ପରଠାରୁ ଆଜି ପର୍ଯ୍ୟନ୍ତ କରାଯାଇଥିବା ବିଭିନ୍ନ ସମସ୍ୟାର ସମାଧାନ, ବିକାଶ ତଥା ମୁଖ୍ୟ ସମସ୍ୟାଗୁଡିକ ବିଷୟରେ ବୈଠକରେ ଉପସ୍ଥାପନା କରାଯାଇଥିଲା।  ଉପକୂଳ ନିରାପତ୍ତା ବଢାଇବା ପାଇଁ ସାମୁଦ୍ରିକ ଡୋମେନରେ ଥିବା ବିଭିନ୍ନ ଚ୍ୟାଲେଞ୍ଜକୁ କିପରି ପୂରଣ କରାଯିବ ଏବଂ ନିକଟ ଭବିଷ୍ୟତରେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକର ମଧ୍ୟ ଉକ୍ତ ବୈଠକରେ ବିଚାର କରାଯାଇଥିଲା।

ଓଡିଶାର ଉପକୂଳ ସୁରକ୍ଷାକୁ ମଜବୁତ କରିବା ନିମନ୍ତେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ ଉକ୍ତ ବୈଠକରେ ବାହାରିପାରିଛି, ଯାହାଦ୍ୱାରା ବୈଠକରେ ଯୋଗ ଦେଇଥିବା ବିଭିନ୍ନ ବିଭାଗର ପ୍ରତିନିଧିମାନଙ୍କ ମଧ୍ୟରେ ମଧ୍ୟ ସମନ୍ୱୟ ସୁଦୃଢ ହୋଇଥିବାର ଦେଖାଯାଇଛି।

ଆଇଏନଏସ ଚିଲିକା ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026
Latest News

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.