ରାଜ୍ୟରେ ଆଜି ପ୍ରାୟ ୬୦୦ ଆକ୍ରାନ୍ତ ଚିହ୍ନଟ: ୫ ହଜାର ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

Published: Aug 12, 2022, 10:12 am IST

ଭୁବନେଶ୍ବର: ଗତକାଲି ରାଜ୍ୟରେ ୫୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୫୮୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୪୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୪୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୧୦

ବରଗଡ ଜିଲ୍ଲାରୁ- ୨୨

ଭଦ୍ରକ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୩୬

ବୌଦ୍ଧ ଜିଲ୍ଲାରୁ- ୫

କଟକ ଜିଲ୍ଲାରୁ- ୧୪

ଦେବଗଡ ଜିଲ୍ଲାରୁ- ୪

ଗଜପତି ଜିଲ୍ଲାରୁ- ୬

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୭

ଝାରସୁଗୁଡା ଜିଲ୍ଲାରୁ- ୭

କଳାହାଣ୍ଡି ଜିଲ୍ଲାରୁ- ୩୯

କନ୍ଧମାଳ ଜିଲ୍ଲାରୁ- ୧୪

କେନ୍ଦ୍ରାପଡା ଜିଲ୍ଲାରୁ- ୧

କେନ୍ଦୁଝର ଜିଲ୍ଲାରୁ- ୧୧

ଖୋର୍ଦ୍ଧା ଜିଲ୍ଲାରୁ- ୭୭

କୋରାପୁଟ ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୪୦

ନବରଙ୍ଗପୁର ଜିଲ୍ଲାରୁ- ୨୩

ନୟାଗଡ ଜିଲ୍ଲାରୁ- ୧୭

ନୂଆପଡା ଜିଲ୍ଲାରୁ- ୩୮

ପୁରୀ ଜିଲ୍ଲାରୁ- ୧

ରାୟଗଡା ଜିଲ୍ଲାରୁ- ୯

ସମ୍ବଲପୁର ଜିଲ୍ଲାରୁ- ୨୨

ସୋନପୁର ଜିଲ୍ଲାରୁ- ୧୭

ସୁନ୍ଦରଗଡ ଜିଲ୍ଲାରୁ- ୧୩୭

ଷ୍ଟେଟ ପୁଲରୁ- ୧୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୧ ହଜାର ୭୮୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮ ହଜାର ୧୬୬ ଏବଂ ବର୍ତ୍ତମାନ ୪୪୦୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts