ଅଗଷ୍ଟ ୧୫ ପୂର୍ବରୁ ବଡ ଷଡଯନ୍ତ୍ର ବିଫଳ: ଦିଲ୍ଲୀରୁ ୨୦୦୦ ଜୀବନ୍ତ କାର୍ଟ୍ରିଜ ଉଦ୍ଧାର, ଯୋଗାଣକାରୀ ଗିରଫ

Published: Aug 12, 2022, 12:10 pm IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଗଷ୍ଟ ୧୫ ତାରିଖ ପୂର୍ବରୁ ୨ ହଜାର ଜୀବନ୍ତ କାର୍ଟ୍ରିଜ ଉଦ୍ଧାର କରାଯାଇଛି। ଏଥିସହ ଦିଲ୍ଲୀରେ କାର୍ଟ୍ରିଜ ଯୋଗାଉଥିବା ୬ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଆନନ୍ଦ ବିହାର ଅଞ୍ଚଳରୁ ପୂର୍ବ ଦିଲ୍ଲୀ ପୋଲିସ ୨ ଟି ବ୍ୟାଗ ସହ ଯୋଗାଣକାରୀଙ୍କୁ ଗିରଫ କରିଛି। ବର୍ତ୍ତମାନ ଅଭିଯୁକ୍ତମାନେ ଏହି ୨ ହଜାର କାର୍ଟ୍ରିଜ କାହାକୁ ଯୋଗାଇବାକୁ ଚେଷ୍ଟା କରୁଥିଲେ ଏବଂ କେଉଁଠି ଏହାକୁ ବ୍ୟବହାର କରିବାକୁ ଯାଉଥିଲେ ତାହାର ସନ୍ଧାନ ଚାଲିଛି।

ଅଗଷ୍ଟ ୧୫ ତାରିଖ ପାଇଁ ଦିଲ୍ଲୀ ପୋଲିସ ହାଇ ଆଲର୍ଟରେ ଅଛି। ସମଗ୍ର ଦିଲ୍ଲୀ ସମେତ ଲାଲ କିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ସମୟରେ ଆନନ୍ଦ ବିହାର ଅଞ୍ଚଳରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଖରେ ଅସ୍ତ୍ର ଥାଇପାରେ ବୋଲି ପୋଲିସ ସୂଚନା ପାଇଛି।

Related posts