Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କମଲ ହାସନଙ୍କୁ ଉପରକୁ ଚପଲ ମାଡ଼ : ୧୧ଜଣଙ୍କ ନାଁରେ ଅଭିଯୋଗ
ଆଜିର ଖବର

କମଲ ହାସନଙ୍କୁ ଉପରକୁ ଚପଲ ମାଡ଼ : ୧୧ଜଣଙ୍କ ନାଁରେ ଅଭିଯୋଗ

May 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Slippers Thrown At Kamal Haasan Amid Controversy Over Godse Remark
Slippers Thrown At Kamal Haasan Amid Controversy Over Godse Remark

ବରିଷ୍ଠ ଅଭିନେତା ତଥା ରାଜନେତା କମଲ ହାସନଙ୍କ ଉପରକୁ ଚପଲ ମାଡ଼ ହୋଇଛି। ଗତକାଲି ସଂଧ୍ୟାରେ ତାମିଲନାଡୁର ମଦୁରାଇ ନିକଟସ୍ଥ ତିରୁପରନକୁନ୍ଦ୍ରମ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବାବେଳେ ତାଙ୍କ ଉପରକୁ ଚପଲ ମାଡ଼ ହୋଇଥିଲା। ହେଲେ ଚପଲଟି ତାଙ୍କ ଦେହରେ ବାଜି ନଥିବା ଜଣାପଡ଼ିଛି।  ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେ ସ୍ୱାଧୀନ ଭାରତର ‘ପ୍ରଥମ ହିନ୍ଦୁ ଉଗ୍ରବାଦୀ’ ବୋଲି କମଲ ହାସନ ରବିବାର ଦିନ କହିଥିଲେ। ନିର୍ବାଚନ ବେଳେ ଧର୍ମକୁ ନେଇ ତାଙ୍କର ଏହି ମନ୍ତବ୍ୟକୁ ଅନେକ ବିରୋଧ କରିଥିଲେ। ଏହାପରେ ସେ ଚପଲ ଆକ୍ରମଣର ଶିକାର ହୋଇଛନ୍ତି। ବିଜେପି ଓ ହନୁମାନ ସେନାର କର୍ମୀମାନେ କମଲ ହାସନଙ୍କ ଉପରକୁ ଚପଲ ଫିଙ୍ଗି ଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ମୋଟ ୧୧ ଜଣଙ୍କ ନାଁରେ ଅଭିଯୋଗ ହୋଇଛି। କମଲଙ୍କ ଏହି ମନ୍ତବ୍ୟକୁ ନେଇ ପରବର୍ତ୍ତୀ ସମୟରେ ଦେଶର ରାଜନୈତିକ ମହଲ ବେଶ୍‌ ସରଗରମ ହୋଇ ଉଠିଥିଲା। କମଲ ହାସନଙ୍କ ଏପରି ମନ୍ତବ୍ୟକୁ ତାମିଲନାଡୁ ବିଜେପି ସଭାପତି ଓ ଶାସକ ଦଳ ଏଆଇଡିଏମକେ ବିରୋଧ କରିଥିବା ବେଳେ ଡିଏମକେ, କଂଗ୍ରେସ ଆଦି ସମର୍ଥନ କରିଛନ୍ତି। ଧର୍ମ ଆଧାରରେ କମଲ ହାସନ ଏପରି ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ତାମିଲନାଡୁ ପୁଲିସ୍‌ ମାମଲା ରୁଜୁ କରିଛି। ସେହିଭଳି ଏନେଇ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ଆଜି ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଖୋଲିବ ଏହି ରାଶିଗୁଡିକର ଭାଗ୍ୟ

March 20, 2026

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026

ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

March 20, 2026

ଆଜି ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଖୋଲିବ ଏହି ରାଶିଗୁଡିକର ଭାଗ୍ୟ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.