Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କମଲ ହାସନଙ୍କୁ ଉପରକୁ ଚପଲ ମାଡ଼ : ୧୧ଜଣଙ୍କ ନାଁରେ ଅଭିଯୋଗ
ଆଜିର ଖବର

କମଲ ହାସନଙ୍କୁ ଉପରକୁ ଚପଲ ମାଡ଼ : ୧୧ଜଣଙ୍କ ନାଁରେ ଅଭିଯୋଗ

May 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Slippers Thrown At Kamal Haasan Amid Controversy Over Godse Remark
Slippers Thrown At Kamal Haasan Amid Controversy Over Godse Remark

ବରିଷ୍ଠ ଅଭିନେତା ତଥା ରାଜନେତା କମଲ ହାସନଙ୍କ ଉପରକୁ ଚପଲ ମାଡ଼ ହୋଇଛି। ଗତକାଲି ସଂଧ୍ୟାରେ ତାମିଲନାଡୁର ମଦୁରାଇ ନିକଟସ୍ଥ ତିରୁପରନକୁନ୍ଦ୍ରମ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବାବେଳେ ତାଙ୍କ ଉପରକୁ ଚପଲ ମାଡ଼ ହୋଇଥିଲା। ହେଲେ ଚପଲଟି ତାଙ୍କ ଦେହରେ ବାଜି ନଥିବା ଜଣାପଡ଼ିଛି।  ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେ ସ୍ୱାଧୀନ ଭାରତର ‘ପ୍ରଥମ ହିନ୍ଦୁ ଉଗ୍ରବାଦୀ’ ବୋଲି କମଲ ହାସନ ରବିବାର ଦିନ କହିଥିଲେ। ନିର୍ବାଚନ ବେଳେ ଧର୍ମକୁ ନେଇ ତାଙ୍କର ଏହି ମନ୍ତବ୍ୟକୁ ଅନେକ ବିରୋଧ କରିଥିଲେ। ଏହାପରେ ସେ ଚପଲ ଆକ୍ରମଣର ଶିକାର ହୋଇଛନ୍ତି। ବିଜେପି ଓ ହନୁମାନ ସେନାର କର୍ମୀମାନେ କମଲ ହାସନଙ୍କ ଉପରକୁ ଚପଲ ଫିଙ୍ଗି ଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ମୋଟ ୧୧ ଜଣଙ୍କ ନାଁରେ ଅଭିଯୋଗ ହୋଇଛି। କମଲଙ୍କ ଏହି ମନ୍ତବ୍ୟକୁ ନେଇ ପରବର୍ତ୍ତୀ ସମୟରେ ଦେଶର ରାଜନୈତିକ ମହଲ ବେଶ୍‌ ସରଗରମ ହୋଇ ଉଠିଥିଲା। କମଲ ହାସନଙ୍କ ଏପରି ମନ୍ତବ୍ୟକୁ ତାମିଲନାଡୁ ବିଜେପି ସଭାପତି ଓ ଶାସକ ଦଳ ଏଆଇଡିଏମକେ ବିରୋଧ କରିଥିବା ବେଳେ ଡିଏମକେ, କଂଗ୍ରେସ ଆଦି ସମର୍ଥନ କରିଛନ୍ତି। ଧର୍ମ ଆଧାରରେ କମଲ ହାସନ ଏପରି ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ତାମିଲନାଡୁ ପୁଲିସ୍‌ ମାମଲା ରୁଜୁ କରିଛି। ସେହିଭଳି ଏନେଇ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026
Latest News

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.