Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହଙ୍ଗା ମାଡ, ବେରୋଜଗାର ଚର୍ଚ୍ଚାକୁ ଯୋରଦାର କରିବା ପାଇଁ ରାଜ୍ୟ କଂଗ୍ରେସର ପ୍ରସ୍ତୁତି ବୈଠକ
ଆଜିର ଖବର

ମହଙ୍ଗା ମାଡ, ବେରୋଜଗାର ଚର୍ଚ୍ଚାକୁ ଯୋରଦାର କରିବା ପାଇଁ ରାଜ୍ୟ କଂଗ୍ରେସର ପ୍ରସ୍ତୁତି ବୈଠକ

August 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର:  ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମର ଅହେତୁକ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଅର୍ଥନୀତିକୁ ଭୁଲ ବାଟରେ ପରିଚାଳନା କରିବା ଯୋଗୁଁ ଆଜି ସାରା ଭାରତ ବର୍ଷରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ଏହି କିଛି ଦିନ ତଳେ କେନ୍ଦ୍ର ସରକାର ଜିଏସଟି କାଉଂନସିଲ ବୈଠକରେ ଗୁଡ଼, ଚୁଡ଼ା, ମୂଢ଼ି, ଦହି, ଖଇ, ଉଖୁଡ଼ା, ଅଟା, ପେନସିଲ କଟର, ନୋଟ ଖାତା ଇତ୍ୟାଦି ଉପରେ ୫% ଜିଏସଟି ଲାଗୁ କରିଛନ୍ତି । ମୁଦ୍ରାସ୍ପିତି ଆଜି ସର୍ବୋଚ୍ଚ ସ୍ତରରେ । ବେକାରୀ ସମସ୍ୟାକୁ ସମାଧାନ କରିବାପାଇଁ କେନ୍ଦ୍ରର ବିଜେପି ସରକାର ସାମାନ୍ୟତମ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଦେଶ ୭୫ତମ ବର୍ଷ ସ୍ୱାଧୀନତାର ପୂର୍ତି ପାଳନ କରୁଥିବା ବେଳେ ଭାରତ ବର୍ଷର ଭବିଷ୍ୟତ ୧୪ କୋଟି ଶିକ୍ଷିତ ଯୁବକ ଯୁବତୀ ଆଜି ଦିଗଭ୍ରଷ୍ଟ ହୋଇ ଯାଇଛନ୍ତି । ଶ୍ରମିକ,କୃଷକ, ସାଧାରଣ ବର୍ଗ, ମହିଳା ଓ ସ୍ୱଳ୍ପ ରୋଜଗାର କରୁଥିବା କର୍ମଚାରୀ ଆଜି ସମସ୍ତେ କେନ୍ଦ୍ର ସରକାରଙ୍କର ଜନମାରଣ ନୀତିରେ ହନ୍ତସନ୍ତ ହେଉଛନ୍ତି । ଏହାକୁ ବିରୋଧ କରି ଏବଂ ଜନଯାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆହ୍ୱାନରେ ସାରା ଭାରତ ବର୍ଷରେ ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ମହଙ୍ଗାଇ ପର ଚର୍ଚ୍ଚା ଏବଂ ମହଙ୍ଗାଇ ପର ହାଲ୍ଲା ବୋଲ- ଚଲୋ ଦିଲ୍ଲୀ କାର୍ଯ୍ୟକ୍ରମ ରୂପରେଖର ନିଷ୍ପତି ନିଆଯାଇଛି ।

ଏହି ଅବସରରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀଯୁକ୍ତ ପଟ୍ଟନାୟକ ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, କର୍ମୀ ମାନଙ୍କୁ ଆସନ୍ତା କାର୍ଯ୍ୟକ୍ରମକୁ ରାଜ୍ୟରେ କିପରି ସଫଳ କରାଯାଇ ପାରିବ ସେଥି ନେଇ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ ।

ଆଜିର ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ସାଂସଦ ତଥା ଏଆଇସିସି ସଂପାଦକ ସପ୍ତଗିରୀ ଉଲ୍ଲାକା, ପୂର୍ବତନ ମନ୍ତ୍ରୀ ତଥା ଏଆଇସିସି ସଂପାଦକ ଶରତ ରାଉତ, ପୂର୍ବତନ ବିରୋଧି ଦଳ ନେତା ରମାକାନ୍ତ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି, ଡ.ଯୁଧିଷ୍ଠୀର ଜେନା, ଡ.ରବି ସେଠୀ, ବିଜୟ ଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ସମୀର ରାଉତରାୟ, ଡ. ଲଲାଟେନ୍ଦୁ ମହାପାତ୍ର, କୁମାର ଚିରଞ୍ଜିବ, ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, କିଶୋର ଜେନା, ରଜନୀ ମହାନ୍ତି, ଲୋକନାଥ ମହାରଥି, ଜ୍ଞାନ ପଟ୍ଟନାୟକ, ନିରଞ୍ଜନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ ।

BJP Ads
କଂଗ୍ରେସ ମହଙ୍ଗା ମାଡ
Share. Facebook Twitter LinkedIn Email WhatsApp Copy Link

Related Posts

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025: କେନ୍ଦ୍ର ମନ୍ତ୍ରୀ

November 7, 2025

୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର ର ୧୨୧ ବିଲିୟନ ଡଲାର ଉପରେ ମୁକେଶ ଆମ୍ବାନୀଙ୍କ ନଜର

November 7, 2025
Jindal Ads
BJP Ads
Latest News

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025: କେନ୍ଦ୍ର ମନ୍ତ୍ରୀ

November 7, 2025

୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର ର ୧୨୧ ବିଲିୟନ ଡଲାର ଉପରେ ମୁକେଶ ଆମ୍ବାନୀଙ୍କ ନଜର

November 7, 2025

ଗଞ୍ଜାମରେ ଆରକ୍ଷୀ ବିଭାଗ ତରଫରୁ ଆୟୋଜିତ ହେଲା ‘ବନ୍ଦେ ମାତରମ୍’ ସମୂହ ଗାନ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.