Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଜ୍ଞାଙ୍କ ବିବାଦୀୟ ବୟାନ : ଗୋଡ୍‌ସେ ହେଉଛନ୍ତି ଦେଶଭକ୍ତ
ଆଜିର ଖବର

ପ୍ରଜ୍ଞାଙ୍କ ବିବାଦୀୟ ବୟାନ : ଗୋଡ୍‌ସେ ହେଉଛନ୍ତି ଦେଶଭକ୍ତ

May 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
pragyan thakur got a week relaxation from nia
pragyan thakur got a week relaxation from nia

ନାଥୁରାମ ଗୋଡେସଙ୍କ ନେଇ ରାଜନୀତି ଏବେ ପୂରା ସରଗରମ । ନିକଟରେ ଅଭିନେତାରୁ ରାଜନେତା ସାଜିଥିବା କମଲ ହାସନ ନାଥୁରାମ ଗୋଡ୍‌ସେଙ୍କୁ ଦେଶର ପ୍ରଥମ ହିନ୍ଦୁ ଆତଙ୍କବାଦୀ କହି ବିବାଦକୁ ଆସିଥିବାବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସାଧ୍ବୀ ପ୍ରଜ୍ଞା । ମାଲେଗାଓଁ ବିସ୍ଫୋରଣ ମାମଲା ଅଭିଯୁକ୍ତ ତଥା ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ଼ସେଙ୍କୁ ଦେଶଭକ୍ତ କହି ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ସାଧ୍ୱୀ ପ୍ରଜ୍ଞା ଗୁରୁବାର କହିଛନ୍ତି ଯେ ନାଥୁରାମ ଗୋଡ଼ସେ ଦେଶଭକ୍ତ ଥିଲେ, ଦେଶଭକ୍ତ ଅଛନ୍ତି ଓ ଦେଶଭକ୍ତ ରହିବେ। ତାଙ୍କୁ ଆତଙ୍କବାଦୀ କହୁଥିବା ଲୋକ ନିଜକୁ ଦେଖନ୍ତୁ। ଏହି ନିର୍ବାଚନରେ ଏଭଳି ଲୋକଙ୍କୁ ଜବାବ ଦିଆଯିବ। ସାଧ୍ବୀଙ୍କ ଏପରି ବୟାନକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସର ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା କହିଛନ୍ତି ଯେ, ଏବେ ପୂରା ସଫା ଜଣାପଡୁଛି ଯେ, ନାଥୁରାମ ଗୋଡସେ ହେଉଛନ୍ତି ବିଜେପିର ବଂଶଜ । ନାଥୁରାମଙ୍କୁ ଦେଶଭକ୍ତ କହୁଥିବାବେଳେ ହେମନ୍ତ କରକରେଙ୍କୁ ଦେଶଦ୍ରୋହୀ କହୁଛନ୍ତି ବିଜେପି । ହିଂସାର ସଂସ୍କୃତି ଓ ଶହୀଦଙ୍କ ଅପମାନ ହେଉଛି ବିଜେପିର ଡିଏନ୍‌ଏ ।  ଅପରପକ୍ଷରେ ବିଜେପି ସାଧ୍ୱୀଙ୍କ ମନ୍ତବ୍ୟଠାରୁ ନିଜକୁ ଅଲଗା କରିଦେଇଛି। ବିଜେପି ମୁଖପାତ୍ର ଜେଭି ଏଲ ନରସିହ୍ମା କହିଛନ୍ତି ଯେ ବିଜେପି ସାଧ୍ୱୀ ପ୍ରଜ୍ଞାଙ୍କ ମନ୍ତବ୍ୟ ସହ ସହମତ ନୁହେଁ। ସେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବା ଉଚିତ ବୋଲି ବିଜେପି କହିଛି ।  ଭୋପାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ସହ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମଇ ୧୨ରେ ଏହି ଆସନ ପାଇଁ ମତଦାନ ହୋଇସାରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025
Latest News

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ

September 17, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.