Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ଉଚିତ ମର୍ଯ୍ୟଦା ଦେବାକୁ ପଂଚାୟତିରାଜ ମନ୍ତ୍ରୀଙ୍କ ପାଖରେ ଦାବୀ
ଆଜିର ଖବର

ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ଉଚିତ ମର୍ଯ୍ୟଦା ଦେବାକୁ ପଂଚାୟତିରାଜ ମନ୍ତ୍ରୀଙ୍କ ପାଖରେ ଦାବୀ

August 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ତ୍ରୀସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ର୍ଶର୍ଷ ସ୍ତରରେ ଜିଲ୍ଲାପରିଷଦ ବ୍ୟବସ୍ଥା ଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟ ମାନଙ୍କୁ ଉଚିତ ମର୍ଯ୍ୟଦା ଦେବାକୁ କଳାହାଣ୍ଡି ଜିଲ୍ଲାପରିଷଦର ସଭ୍ୟ/ସଭ୍ୟା ମାନେ ଦାବୀ କରିଛନ୍ତି। ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଜିଲ୍ଲା ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନେ ଜୁନାଗଡ ବ୍ଲକ ଜିଲ୍ଲାପରିଷଦ ଜୋନ-୨ ସଭ୍ୟା ଶାମୁକାରାଣୀ କୁମାର, ଜୋନ-୪ ସଭ୍ୟା ସଙ୍ଗିତା ଖର୍ସେଲ, ଗୋଲାମୁଣ୍ଡା ବ୍ଲକ ଜୋନ-୩ ସଭ୍ୟ ଜୟସେନ ଶବର, ଜୋନ-୨ ସଭ୍ୟା ସମିତା ମାଝୀ ପ୍ରମୂଖ ଲିଖିତ ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଯୋଜନା ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଭୂବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ଦାବୀ ଉପସ୍ଥାପନ କରିଛନ୍ତି।

ଜିଲ୍ଲାପରିଷଦ ନିର୍ବାଚନ ମଣ୍ଡଳି ମଧ୍ୟରେ ପ୍ରାୟ ୬୦/୬୫ ଖଣ୍ଡ ଗ୍ରାମ ରହୁଥିବା ବେଳେ ସେସବୁର ସାମୁହିକ ବିକାଶ ପାଇଁ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନେ ଉତ୍ତରଦାୟୀ ରହୁଥିବା ବେଳେ ସେମାନଙ୍କୁ ବ୍ଲକ ସ୍ତରରେ କିମ୍ବା ଜିଲ୍ଲା ସ୍ତରରେ ସେଭଳି ମର୍ଯ୍ୟାଦା ଦିଆଯାଉନଥିବା ହେତୁ କ୍ଷୋଭ ପ୍ରକାଶ ପାଇବାରେ ଲାଗିଛି।

ଅନ୍ୟପକ୍ଷରେ ବ୍ଲକ ସ୍ତରରେ ଯେତେ ସବୁ ଉନ୍ନୟନ ମୂଲକ ପାଣ୍ଠି ଆସିଥାଏ ସେସବୁର ବିନିଯୋଗ ପାଇଁ ବ୍ଲକ ସ୍ତରରେ ଅଧ୍ୟକ୍ଷ/ଅଧ୍ୟକ୍ଷା ମାନଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ଗୌଣ କରିଦିଆଯାଇଥାଏ। କେବଳ ସଭାସମିତିରେ ପଛପଟେ ଆସନ ଖଣ୍ଡିଏ ଦେଇ ସେମାନଙ୍କୁ ସନ୍ତୁଷ୍ଟ ରହିବାକୁ ବାଧ୍ୟ କରାଯାଉଥିବା ପ୍ରକାଶ।

ଏଭଳି କ୍ଷେତ୍ରରେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନେ ନିଜ ଅଂଚଳର ଉନ୍ନତି ପାଇଁ ଦେଇଥିବା ପ୍ରତିଶୃତି ପୂରଣ କରିପାରୁନଥିବା ଅଭିଯୋଗ କରାଯାଇଛି। ଦ୍ୱାଦଶ ଅର୍ଥ କମିଶନ ପାଣ୍ଠି ତଥା ଜିଲ୍ଲାପରିଷଦ ପାଣ୍ଠି କୁ ପ୍ରତ୍ୟେକ ସଭ୍ୟ/ସଭ୍ୟା ମାନଙ୍କଲୁ ଦୁଇକୋଟୀ ଅଟକଳର ଯୋଜନା ପାଇଁ ପ୍ରସ୍ତାବ ଦେବାକୁ ଦାବୀ ଜଣାଇଥିବା ଜଣାପଡିଛି।

ସେହିପରି ବିଜୁ କେବିକେ, ଜିଲ୍ଲାପରିଷଦ ପାଣ୍ଠି, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପାଣ୍ଢି ବ୍ୟୟ ବରାଦ ସମୟରେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେବାକୁ ଦାବୀ ଜଣାଇଥିବା ଜଣାପଡିଛି। ଅନେକ କ୍ଷେତ୍ରରେ ଏପରିକି ବ୍ଲକ ସ୍ତରରେ ବୈଠକ ସମୟରେ ଡେସ୍କରେ ସରକାରୀ ପଦାଧିକାରୀ ସାମନା ଲାଇନରେ ବସୁଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ସେମାନଙ୍କ ପଛକୁ ବସିବାକୁ କୁହାଯାଉଥିବା ହେତୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ପ୍ରୋଟୋକଲ ଅନୁସାରେ ଯଥୋଚିତ ମର୍ଯ୍ୟାଦା ଦେବାକୁ ଏବଂ ଅନ୍ତତଃ ପକ୍ଷେ ନିଜ ଅଂଚଳରେ ସାମୁହିକ ଓ ସରକାରୀ କାର୍ଯ୍ୟରେ ମର୍ଯ୍ୟଦା ଦେବାକୁ ଜୁନାଗଡ ବ୍ଲକ ଜିଲ୍ଲାପରିଷଦ ଜୋନ-୨ ସଭ୍ୟା ଶାମୁକାରାଣୀ କୁମାର, ଜୋନ-୪ ସଭ୍ୟା ସଙ୍ଗିତା ଖର୍ସେଲ, ଗୋଲାମୁଣ୍ଡା ବ୍ଲକ ଜୋନ-୩ ସଭ୍ୟ ଜୟସେନ ଶବର, ଜୋନ-୨ ସଭ୍ୟା ସମିତା ମାଝୀ ପ୍ରମୂଖ ଦାବୀ କରିଥିବା ଜଣାପଡିଛି। ଏସଂପର୍କରେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ଆଗାମୀ ଦିନରେ ଏସବୁ ପ୍ରତି ପ୍ରତ୍ୟକ୍ଷ ଭାବେ ଦୃଷ୍ଟି ଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି।

ଜିଲ୍ଲାପରିଷଦ ପଂଚାୟତିରାଜ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026
Latest News

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.