କଂଗ୍ରେସ ପ୍ରଚାର କମିଟି ମୁଖ୍ୟ ପଦରୁ ଓହରିଲେ ଗୁଲାମ ନବୀ ଆଜାଦ, କିଛି ଘଣ୍ଟା ପୂର୍ବରୁ ମିଳିଥିଲା ନିଯୁକ୍ତି

Published: Aug 16, 2022, 11:53 pm IST

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଜାମ୍ମୁ କାଶ୍ମୀର କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଦିନ ନିଜେ ଗୁଲାମ ନବୀ ଆଜାଦଙ୍କୁ କାଶ୍ମୀରରେ ପ୍ରଚାର କମିଟି ସମେତ ଅନେକ କମିଟିର ମୁଖ୍ୟ କରିବାକୁ ଘୋଷଣା କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ଗୁଲାମ ନବୀଙ୍କ ସୁପାରିଶକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ସେ ଉଭୟ ପ୍ରଚାର ଏବଂ ରାଜନୈତିକ କମିଟିରୁ ଇସ୍ତଫା ଦେଇଛନ୍ତି।

ଗୁଲାମ ନବୀ ଆଜାଦଙ୍କ ନିକଟ ସୂତ୍ର ମଧ୍ୟ କହିଛି ଯେ, ସେ କୌଣସି ପଦବୀ ଚାହୁଁ ନାହାଁନ୍ତି ବୋଲି ଦଳର ନେତୃତ୍ୱଙ୍କୁ ସ୍ପଷ୍ଟ କରିସାରିଛନ୍ତି। ଏହା ପରେ ମଧ୍ୟ ତାଙ୍କ ନାମ ଘୋଷଣା କରାଯାଇଥିଲା।

Related posts