ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୮୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୯୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୯
ବରଗଡ ଜିଲ୍ଲାରୁ- ୯
ଭଦ୍ରକ ଜିଲ୍ଲାରୁ- ୨
ବଲାଙ୍ଗୀରି ଜିଲ୍ଲାରୁ- ୨୪
ବୌଦ୍ଧ ଜିଲ୍ଲାରୁ- ୩୭
କଟକ ଜିଲ୍ଲାରୁ- ୧୬
ଦେବଗଡ ଜିଲ୍ଲାରୁ- ୪
ଗଜପତି ଜିଲ୍ଲାରୁ- ୬
ଜଗତସିଂହପୁର ଜିଲ୍ଲାରୁ- ୨
ଯାଜପୁର ଜିଲ୍ଲାରୁ- ୧୦
ଝାରସୁଗୁଡା ଜିଲ୍ଲାରୁ- ୮
କଳାହାଣ୍ଡି ଜିଲ୍ଲାରୁ- ୧୬
କନ୍ଧମାଳ ଜିଲ୍ଲାରୁ- ୭
କେନ୍ଦ୍ରପଡା ଜିଲ୍ଲାରୁ- ୬
କେନ୍ଦୁଝର ଜିଲ୍ଲାରୁ- ୧୦
ଖୋର୍ଦ୍ଧା ଜିଲ୍ଲାରୁ- ୭୧
କୋରାପୁଟ ଜିଲ୍ଲାରୁ- ୫
ମୟୂରଭଞ୍ଜ ଜିଲ୍ଲାରୁ- ୧୭
ନବରଙ୍ଗପୁର ଜିଲ୍ଲାରୁ- ୨୭
ନୟାଗଡ ଜିଲ୍ଲାରୁ- ୧୧
ନୂଆପଡା ଜିଲ୍ଲାରୁ- ୧୭
ପୁରୀ ଜିଲ୍ଲାରୁ- ୫
ରାୟଗଡା ଜିଲ୍ଲାରୁ- ୫
ସମ୍ବଲପୁର ଜିଲ୍ଲାରୁ- ୨୬
ସୋନପୁର ଜିଲ୍ଲାରୁ- ୭
ସୁନ୍ଦରଗଡ ଜିଲ୍ଲାରୁ- ୧୦୭
ଷ୍ଟେଟ ପୁଲରୁ- ୧୭
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୧ ହଜାର ୯୭୪ ଏବଂ ବର୍ତ୍ତମାନ ୨୯୦୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।