ମୋଦିଲାଇ ଲେଖି ଫସିଲେ ରାହୁଲ୍‌, କଡ଼ା ଜବାବ ଦେଲା ଅକ୍ସଫୋର୍ଡ ଡିକ୍ସନାରୀ

Published: May 17, 2019, 1:38 pm IST

ଶବ୍ଦକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଚର୍ଚ୍ଚାରେ ।  ଦୁଇଦିନ ତଳେ ରାହୁଲ ଟ୍ବିଟରରେ ଏକ ଫଟୋ ଶେୟାର କରି ଇଂଲିଶ ଶବ୍ଦକୋଷରେ ନୂଆ ଶବ୍ଦ ସାମିଲ ହୋଇଛି ବୋଲି ଟୁଇଟ୍‌ କରିଥିଲେ । ଫଟୋରେ ଅକ୍ସଫୋର୍ଡ ଡିକ୍ସିନାରି ୱେବସାଇଟର ଏକ ୱେବ୍‌ସାଇଟ ପେଜ୍‌ ଦେଖିବାକୁ ମିଳିଛି, ଯେଉଁଥିରେ ଏକ ଶବ୍ଦ ମୋଦିଲାଇ(modilie) ଉଲ୍ଲେଖ ରହିଛି। ରାହୁଲ ଲେଖିଛନ୍ତି, ଏହି ଶବ୍ଦକୁ ଡିକ୍ସିନାରିରେ ସାମିଲ କରାଯାଇଛି ଏବଂ ଏହାର ୩ଟି ଅର୍ଥ ରହିଛି। ଫଟୋରେ ଦିଆଯାଇଥିବା ଅର୍ଥରେ ଦର୍ଶାଯାଇଛି, ଉକ୍ତ ଶବ୍ଦର ଅର୍ଥ ହେଉଛି, ‘ସତ୍ୟକୁ ବାରମ୍ବାର ବଦଳାଇବା’, ‘ଅଭ୍ୟାସଗତ ଭାବେ ମିଛ କହିବା’ ଏବଂ ‘କିଛି ନ ଭାବି ନ ବୁଝି ମିଛ କହିବା’। ତେବେ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ ଏକ କମେଣ୍ଟରେ ଡିକ୍ସନାରୀରେ ଏଭଳି ଶବ୍ଦ ନାହିଁ ବୋଲି କୁହାଯାଇଛି । ଏହା ଏକ ଜାଲ୍‌ ଶବ୍ଦ ବୋଲି କମେଣ୍ଟ କରାଯାଇଛି । ମୋଦିଙ୍କୁ ଟାର୍ଗେଟ୍‌ କରିବାକୁ ଯାଇ ନିଜ ଶବ୍ଦରେ ନିଜେ ଫସି ଯାଇଛନ୍ତି ରାହୁଲ୍‌ ।

Related posts